ETV Bharat / bharat

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦି

ଯବାନଙ୍କ ସହ ଦିପାବଳୀ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦି (PM modi To Celebrate Diwali With Soldiers)। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରତ୍ୟେକ ବର୍ଷ ସେନା କ୍ୟାମ୍ପରେ ଦୀପାବଳି ପାଳନ କରି ଆସୁଛନ୍ତି ମୋଦି । ଅଧିକ ପଢନ୍ତୁ

author img

By

Published : Oct 17, 2022, 6:19 PM IST

ଚଳିତ ବର୍ଷ ମଧ୍ୟ ଯବାନଙ୍କ ସହ ଦିପାବଳୀ ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷଗୁଡିକ ପରି ସେନା କ୍ୟାମ୍ପରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀପାବଳି ପୂର୍ବରୁ ସେ କେଦାରନାଥ ଓ ବଦ୍ରିନାଥ ଯାଇ ଦର୍ଶନ କରିବେ (PM modi To Celebrate Diwali With Soldiers) । ପରେ ସେନା କ୍ୟାମ୍ପରେ ପହଞ୍ଚିବା ସହ ସେଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଗତ ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ସେନା କ୍ୟାମ୍ପରେ ଦୀପାବଳି ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ସେ ସାମାନ ଧାରା ଦୋହରାଇବାକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଧାମ ଗସ୍ତ କରିବେ । ସେ ସେଠାରେ ଜାରି ରହିଥିବା କେଦାରନାଥ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା କରିବେ । କେଦାରନାଥରେ ଦର୍ଶନ ସାରିବା ପରେ ବଦ୍ରିନାଥ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ସେଠାରେ ରାତ୍ରୀଯାପନ କରିବା ପରେ ସେ ପରଦିନ ସକାଳ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ୨୪ ତାରିଖରେ ସେ ସେନା କ୍ୟାମ୍ପରେ ପହଞ୍ଚିବା ସହ ସେଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରତିବର୍ଷ ସେ ଯବାନମାନଙ୍କ ସହ ବିପାବଳୀ ପାଳନ କରି ଆସୁଛନ୍ତି । ଚଳିତ ଥର ମଧ୍ୟ ସେ ଅଷ୍ଟମ ଥର ପାଇଁ ସେନା କ୍ୟାମ୍ପରେ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଚଳିତବର୍ଷର ଦଶହରା ସେନା କ୍ୟାମ୍ପରେ ଯବାନଙ୍କ ସହ ପାଳନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.