ETV Bharat / bharat

ସର୍ବଦଳୀୟ ବୈଠକ ପୂର୍ବରୁ ମେହବୁବାଙ୍କ ପାକିସ୍ତାନ ପ୍ରେମ - ସର୍ବଦଳୀୟ ବୈଠକ

24 ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ପୂର୍ବରୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦେଖାଇଛନ୍ତି ନିଜର ପାକିସ୍ତାନ ପ୍ରେମ । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକ ପୂର୍ବରୁ ମେହବୁବାଙ୍କ ପାକିସ୍ତାନ ପ୍ରେମ

author img

By

Published : Jun 22, 2021, 3:58 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ବଢିବାରେ ଲାଗିଛି ରାଜନୈତିକ ତାତି । 24 ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜମ୍ମୁ କାଶ୍ମୀରକୁ ପୂନର୍ବାର ରାଜ୍ୟ ପାହ୍ୟା ଦେବା ପାଇଁ ହୋଇପାରେ ଆଲୋଚନା ।

ସର୍ବଦଳୀୟ ବୈଠକ ପୂର୍ବରୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦେଖାଇଛନ୍ତି ନିଜର ପାକିସ୍ତାନ ପ୍ରେମ । ଜମ୍ମୁ କାଶ୍ମୀରକୁ ନେଇ ସରକାର ପାକିସ୍ତାନ ସହ ଆଲୋଚନା କରିବା ଉଚିତ ବୋଲି କହିଛନ୍ତି ମେହବୁବା ।

ସମ୍ବିଧାନ ଯେଉଁ ଅଧିକାର ଦେଇଛି, ଯାହା ଆମ ଠାରୁ ଛଡାଇ ନିଆଯାଇଛି । ଏହା ବ୍ୟତୀତ ମଧ୍ୟ ଜମ୍ମୁ କାଶ୍ମୀର ଏକ ମାମଲା । ସମ୍ପୂର୍ଣ୍ଣ କ୍ଷେତ୍ରରେ ଶାନ୍ତି ସ୍ଥାପନ କରିବା ଦରକାର ବୋଲି କହିଛନ୍ତି ମେହବୁବା ।

ମେହବୁବା ଯୁକ୍ତି ବାଢିଛନ୍ତି ଯେ ଆମେ ଆଲୋଚନା କରୁଛୁ । ତାଲିବାନ ସହ ବି ଆଲୋଚନା ହେଉଛି । ତେବେ ଜମ୍ମୁ କାଶ୍ମୀରରକୁ ନେଇ ମଧ୍ୟ ପାକିସ୍ତାନ ସହ ଆଲୋଚନା କରାଯାଉ ବୋଲି ମେହବୁବା କହିଛନ୍ତି ।

ଜମ୍ମୁ କାଶ୍ମୀର ମାମଲାରେ କେନ୍ଦ୍ର ସରକାରଙ୍କ ସର୍ବଦା ଆଭିମୁଖ୍ୟ ରହିଆସିଛି ଯେ ପାକିସ୍ତାନ ଓ ପାକିସ୍ତାନ ସମର୍ଥିତ ହୁରିୟତ ନେତାଙ୍କ କୌଣସି ଆଲୋଚନା ହେବ ନାହିଁ । ଏଭଳିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଜମ୍ମୁ କାଶ୍ମୀରର ଆଭ୍ୟନ୍ତରୀଣ ମାମଲାରେ ବୈଠକ ଡକାଯାଇଛି । ଏହାରି ମଧ୍ୟରେ ମେହବୁବାଙ୍କ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.