ETV Bharat / bharat

ବିଜେପିର ସଂସଦୀୟ ଦଳ ବୈଠକ ଆରମ୍ଭ: ସାମିଲ ହେଲେ ପ୍ରଧାନମନ୍ତ୍ରୀ

author img

By

Published : Dec 14, 2022, 11:54 AM IST

ଆରମ୍ଭ ହେଲା ବିଜେପିର ସଂସଦୀୟ ଦଳ ବୈଠକ । ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

ବିଜେପିର ସଂଦଦୀୟ ଦଳ ବୈଠକ ଆରମ୍ଭ: ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଆଜି ବସିଛି ବିଜେପିର ସଂସଦୀୟ ଦଳ ବୈଠକ(BJP parliamentary party meet) । ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦ ଭବନରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକ ଆରମ୍ଭ ହୋଇଛି । ତେବେ ଗତକାଲି ଏହି ବୈଠକ ବସିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ତୱାଙ୍ଗରେ ଚୀନ ଓ ଭାରତ ସେନା ମଧ୍ୟରେ ସଂଘର୍ଷ ନେଇ ଗୃହରେ ହଟ୍ଟଗୋଳ ପରେ ଏହାକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଥିଲା ।

ପ୍ରକାଶଥାଉ କି, ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚୀନ ଓ ଭାରତ ସେନା ମୁହାଁମୁହିଁ ହୋଇଥିଲେ । ଡ୍ରାଗନ ସେନାର ଅନୁପ୍ରବେଶ ଉଦ୍ୟମକୁ ରୋକିବାକୁ ଯାଇ ଦୁଇ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହୋଇଥିଲା । ୧୧ ତାରିଖରେ ଏହି ସଂଘର୍ଷ ଘଟଣା ସାମ୍ନାକୁ ଆସିବା ପରେ ବିରୋଧି ଦଳ ସାଂସଦମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ । ଏହାକୁ ନେଇ ଗତକାଲି ଗୃହରେ ବିରୋଧିଙ୍କ ହୋହାଲ୍ଲା ପରେ ବିଜେପି ନିଜର ସଂସଦୀୟ ଦଳ ବୈଠକକୁ ବୁଧବାରକୁ ଘୁଞ୍ଚାଇଥିଲା ।

ଏହାମଧ୍ୟ ପଢନ୍ତୁ: ତୱାଙ୍ଗରେ ଭାରତ-ଚୀନ ସେନା ସଂଘର୍ଷ, ସାମ୍ନାକୁ ଆସିଲା ଭିଡିଓ

ଏହି ସଂସଦୀୟ ଦଳ ବୈଠକ ଆରମ୍ଭରେ ଗୁଜୁରାଟରେ ବଡ ବିଜୟ ପାଇଁ ଅମିତ ଶାହ, ରାଜନାଥ ସିଂହ ଓ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଷ୍ପମାଲ୍ୟ ପିନ୍ଧାଇ ସ୍ବାଗତ କରିଥିଲେ । ଏହାସହିତ ଗୁଜୁରାଟର ବିଜେପି ରାଜ୍ୟ ସଭାପତି ସିଆର ପାଟିଲଙ୍କୁ ମଧ୍ୟ ସମସ୍ତେ ଅଭିନନ୍ଦନ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ, ଗୁଜୁରାଟରେ ବିଜେପିର ସପ୍ତମ ଥର ସରକାର ଗଠନ କରିଛି । ମଙ୍ଗଳବାର ଦିନ ଭୂପେନ୍ଦ୍ର ପଟେଲ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.