ETV Bharat / bharat

PM security breach: ତଦନ୍ତ କମିଟିର ମୁଖ୍ୟ ହେଲେ ଇନ୍ଦୁ ମଲହୋତ୍ରା

author img

By

Published : Jan 12, 2022, 11:53 AM IST

Updated : Jan 13, 2022, 7:09 AM IST

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ମାମଲାର ତଦନ୍ତ କରିବେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବାଧୀନ କମିଟି । ଅଧିକ ପଢନ୍ତୁ

PM security breach: ତଦନ୍ତ କମିଟିର ମୁଖ୍ୟ ହେଲେ ଇନ୍ଦୁ ମଲହୋତ୍ରା
PM security breach: ତଦନ୍ତ କମିଟିର ମୁଖ୍ୟ ହେଲେ ଇନ୍ଦୁ ମଲହୋତ୍ରା

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ମାମଲା । ସୁପ୍ରିମକୋର୍ଟ ଦ୍ବାରା ଗଠିତ ୫ ଜଣିଆ କମିଟିର ମୁଖ୍ୟ ହେଲେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା(Justice (retd) Indu Malhotra) । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବାଧୀନ କମିଟି ଏହି ମାମଲାର ଯାଞ୍ଚ କରିବ(Retired Judge Indu Malhotra to Head Probe Panel) । ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ଆଜି(ବୁଧବାର) ଜଷ୍ଟିସ୍ ମଲହୋତ୍ରାଙ୍କ ନାମ ଘୋଷଣା କରାଯାଇଛି ।

ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବାଧୀନ ପ୍ୟାନେଲରେ ଚଣ୍ଡିଗଡ ପୋଲିସ ଡିଜି, ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଆଇଜି, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏବଂ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ସଦସ୍ୟ ରହିବେ । ପିଏମ୍‌ଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ପଛରେ କାରଣ ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ କରାଯିବ । ଏଥିସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ଦିଗରେ କଣ ପଦକ୍ଷେପ ନିଆଯିବ ତାହା କମିଟି ସୁପାରିଶ କରିବ ।

ଉଲ୍ଲେଖଯୋଗ୍ୟ, ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ପଞ୍ଜାବ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଥିଲା । ସୋମବାର ପ୍ରମୁଖ ବିଚାରପତି ଏନଭି ରମଣା(N. V. Ramana)ଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ପିଏମ୍‌ଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ବରେ ନୂଆ କରି କମିଟି ଗଠନ କରାଯାଇ ତଦନ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାର ଗଠିତ କରିଥିବା ତଦନ୍ତ କମିଟି ଉପରେ କୋର୍ଟ ରୋକ୍ ଲଗାଇଥିଲେ ।

@ANI

Last Updated : Jan 13, 2022, 7:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.