ETV Bharat / bharat

PM Security Breach: ଜବାବ ରଖିବାକୁ ଭଟିଣ୍ଡା ପୋଲିସକୁ ଗୋଟିଏ ଦିନ ସମୟ

author img

By

Published : Jan 7, 2022, 7:02 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ(PM Modi Security Lapse On Panjab Visit) । ଭଟିଣ୍ଡା ପୋଲିସ(Bathinda Police)କୁ ଜବାବ ମାଗିଲା ଗୃହ ମନ୍ତ୍ରଣାଳୟ(Ministry of Home Affairs) । ଅଧିକ ପଢନ୍ତୁ

PM Security Breach: ଜବାବ ରଖିବାକୁ ଭଟିଣ୍ଡା ପୋଲିସକୁ ଗୋଟିଏ ଦିନ ସମୟ
PM Security Breach: ଜବାବ ରଖିବାକୁ ଭଟିଣ୍ଡା ପୋଲିସକୁ ଗୋଟିଏ ଦିନ ସମୟ

ନୂଆଦିଲ୍ଲୀ: ପଞ୍ଜାବ ଭଟିଣ୍ଡା ପୋଲିସ (Bathinda Police)କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜବାବ ତଲବ (Ministry of Home Affairs) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଦେଖାଦେଇଥିବା ସୁରକ୍ଷା ତ୍ରୁଟିର(PM Modi Security Lapse On Panjab Visit) ଜବାବ ରଖିବାକୁ ଆଜି(ଶୁକ୍ରବାର) ଭଟିଣ୍ଡା ସିନିୟର ସୁପରିଟେଣ୍ଡଣ୍ଟ ପୋଲିସ(SSP)ଙ୍କୁ ରିପୋର୍ଟ ତଲବ ମଗାଯାଇଛି । ଏନେଇ ଗୋଟିଏ ଦିନ ସମୟ ଦେଇଛି ଗୃହ ମନ୍ତ୍ରଣାଳୟ ।

କେନ୍ଦ୍ର ସରକାରଙ୍କ ସହକାରୀ ସଚିବ ଅର୍ଚ୍ଚନା ଭର୍ମାଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, ବର୍ତ୍ତମାନ ପ୍ରଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ହେଉଛି ବିରାଟ ତ୍ରୁଟି । ସର୍ବ ଭାରତୀୟ ସେବା (ଅନୁଶାସନ ଏବଂ ଆବେଦନ),1969 ନିୟମ ଅନୁଯାୟୀ କଣ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ । ତେଣୁ ଏନେଇ ଦିନକ ମଧ୍ୟରେ ଜବାବ ରଖନ୍ତୁ ବୋଲି ଭଟିଣ୍ଡା SSP ଙ୍କୁ ନୋଟିସ୍ ଜାରିକରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବିମାନବନ୍ଦର ଫେରିଲେ ମୋଦି, ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ !

ସୂଚନା ଅନୁଯାୟୀ ବୁଧବାର ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ଥିଲା । ସୋଠାକୁ ପ୍ରଧାନମନ୍ତ୍ରୀ ଯିବା ସମୟରେ ସୁରକ୍ଷା ଅଭାବରୁ ଫ୍ଲାଏଓଭରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଫଳରେ ବାଧ୍ୟ ହୋଇ କାର୍ଯ୍ୟକ୍ରମ ବାତିଲ କରି ଭଟିଣ୍ଡା ବିମାନ ବନ୍ଦର ଦେଇ ଦିଲ୍ଲୀ ଫେରି ଆସିଥିଲେ । ଘଟଣାକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି । ଏପରିକି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:- PM Security Breach: ତଦନ୍ତ ସ୍ଥଗିତ ରଖିବାକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜି(ଶୁକ୍ରବାର) ସୁପ୍ରିମକୋର୍ଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଶୁଣାଣି କରି ତଦନ୍ତ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପଞ୍ଜାବ ସରକାର ଏବଂ କେନ୍ଦ୍ରୀୟ ସଂସ୍ଥାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ପ୍ରଧାନମନ୍ତ୍ରୀଙ୍କ ବିସ୍ତୃତ ରିପୋର୍ଟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭଟିଣ୍ଡା SSP ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.