ETV Bharat / bharat

Delhi Mumbai Expressway: ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ - ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି

ଲୋକାର୍ପିତ ହେଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ-ୱେର ପ୍ରଥମ ପର୍ଯ୍ୟାୟ । ରାଜସ୍ଥାନର ଦୌସାରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ । କହିଲେ ଏବେ ଦିଲ୍ଲୀ ଯାଇ ସଂଧ୍ୟାରେ ଫେରିବା ସମ୍ଭବ । ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ଶିଳ୍ପକୁ ମିଳିବ ଗତି । ଏହା ସମର୍ଥ ଭାରତର ପ୍ରତିଛବି । ଅଧିକ ପଢନ୍ତୁ

Delhi Mumbai Expressway
Delhi Mumbai Expressway
author img

By

Published : Feb 12, 2023, 6:16 PM IST

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ 246 କି.ମିକୁ ରାଜମାର୍ଗକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ରବିବାର) ରାଜସ୍ଥାନର ଦୌସାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ଅତ୍ୟାଧୁନିକ ରାଜମାର୍ଗ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇସାରିଥିବା ଅଂଶକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ମୋଟ 1,400 କି.ମି ଲମ୍ବ ବିଶିଷ୍ଟ ଏହି ଏକ୍ସପ୍ରେସଓ୍ବେ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇସାରିଥିବା ଦିଲ୍ଲୀ-ଦୌସା-ଲୋଲସୋଟ 246 କି.ମି ରାଜମାର୍ଗକୁ ଆଜି ଲୋକାର୍ପଣ କରାଯାଇଛି । ଫଳରେ ଦିଲ୍ଲୀରୁ ରାଜସ୍ଥାନ ରାଜଧାନୀ ଜୟପୁର ପହଞ୍ଚିବା ପାଇଁ ପୂର୍ବରୁ 5 ଘଣ୍ଚା ସମୟ ଲାଗୁଥିବା ବେଳେ ଏବେ ଏହି ମାତ୍ରା ସାଢେ 3 ଘଣ୍ଟାରେ ଶେଷ ହେବ । କେବଳ ଯାତ୍ରୀ ପରିବହନ ନୁହେଁ ବରଂ ଏହି କ୍ଷେତ୍ରରେ ପଣ୍ୟ ପରିବହନ, ବାଣିଜ୍ୟ ଓ ପର୍ଯ୍ୟଟନ ଶିଳ୍ପକୁ ଗତି ମିଳିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦୌସାର ଧନଓ୍ବାରରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହାଫଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ ହେବ ଓ ଅନୁରୂପ ଭାବେ ନିବେଶ ବୃଦ୍ଧି ପାଇବ । ‘‘ସବକା ସାଥ-ସବକା ବିକାଶ’’ ଦିଗରେ ଆମେ କାର୍ଯ୍ୟ କରୁଛୁ । ଆମେ ସମର୍ଥ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ ଜାରି ରଖିଛୁ । ଏହି ସଫଳତା ମଧ୍ୟ ବିକାଶଶୀଳ ଭାରତର ଏକ ପ୍ରତିଛବି । ଭାରତ ସରକାର ଜାତୀୟ ରାଜପଥ, ବନ୍ଦର, ରେଳବାଇ ଓ ମେଡିକାଲ କଲେଜ ପରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ଯାହା ବୃହତ ଶିଳ୍ପ, ବଡ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲାଭାନ୍ବିତ କରିବ ।’’

ଏହି ଜାତୀୟ ରାଜପଥ ଏହି କ୍ଷେତ୍ରରେ ଯୋଗାଯୋଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଯେଉଁମାନେ କୌଣସି କାର୍ଯ୍ୟରେ ଦିଲ୍ଲୀ ଯାଉଥିଲେ ସେମାନେ ଏବେ ସଂଧ୍ୟାରେ ଘରକୁ ଫେରିପାରିବେ । କେବଳ ଯୋଗାଯୋଗ ନୁହେଁ ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଭାବଶାଳୀ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ଏକ୍ସପ୍ରେସୱେ ସରିସ୍କା ଜାତୀୟ ଉଦ୍ୟାନ, କିଓଲାଡେଓ ଜାତୀୟ ଉଦ୍ୟାନ, ରଣଥାମ୍ବୋର ଜାତୀୟ ଉଦ୍ୟାନ ତଥା ଜୟପୁର ଏବଂ ଅଜମେର ଭଳି ସହରରେ ପର୍ଯ୍ୟଟନ ଶିଳ୍ପକୁ ବଳ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ହେବା ଫଳରେ ରାଜଧାନୀ ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ । ପୂର୍ବରୁ ଏହାର ଯାତ୍ରା ସମୟ ପ୍ରାୟ 5 ଘଣ୍ଟା ଲାଗୁଥିବା ବେଳେ ବର୍ତ୍ତମାନ ମାତ୍ର ସାଢେ ତିନି ଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହେବ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ-ୱେର ପ୍ରକଳ୍ପ କାର୍ଯ୍ୟ ଜାରିରହିଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ନିର୍ମିତ ଏକ୍ସପ୍ରେସ-ୱେର ଲମ୍ବ 1386 କିଲୋମିଟର ରହିଛି । ଏହା କାର୍ଯ୍ୟକ୍ଷମ ହେବା ପରେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା 24 ଘଣ୍ଟାରୁ ହ୍ରାସ ପାଇ 12 ଘଣ୍ଟାରେ ପହଞ୍ଚିବ । 1,12,150 କୋଟି ଟଙ୍କା ବ୍ୟୟରେ ଏହାକୁ 8 ଲେନ ବିଶିଷ୍ଟ ରାଜପଥ ଭାବେ ନିର୍ମାଣ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ 12 ଲେନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ । ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ଏକ୍ସପ୍ରେସ-ଓ୍ବେ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସମେତ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରତ ଅତିକ୍ରମ କରି ଅର୍ଥନୈତିକ ରାଜଧାନୀ ମୁମ୍ବାଇକୁ ସଂଯୋଗ କରିବ । ଏହାକୁ ଏସିଆ ମହାଦେଶର ସର୍ବବୃହତ ନିର୍ମାଣାଧୀନ ଏକ୍ସପ୍ରେସ ଓ୍ବେ ମଧ୍ୟ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.