ETV Bharat / bharat

ଆଜି ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜ

ଆଜି (ବୁଧବାର) ପୁଡୁଚେରୀରେ 25ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ (୨୫th National Youth Festival)। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀଙ୍କୁ ଜାତୀୟ ଯୁବ ଉତ୍ସବ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : Jan 11, 2022, 8:26 AM IST

Updated : Jan 12, 2022, 7:38 AM IST

ନୂଆଦିଲ୍ଲୀ: ଆଜି (ବୁଧବାର) ପୁଡୁଚେରୀରେ 25ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ (୨୫th National Youth Festival)। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀଙ୍କୁ ଜାତୀୟ ଯୁବ ଉତ୍ସବ ଭାବରେ ପାଳନ କରାଯାଏ । ଆଭାସି ଜରିଆରେ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତାକାଲି ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଏନେଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ମୁଁ ୨୫ତମ ଜାତୀୟ ଯୁବ ଉତ୍ସବରେ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶ ଗ୍ରହଣ କରିବି । ଯୁବ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଛନ୍ତି ମୋଦି । ଏହାଛଡା ସେମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରୁଛନ୍ତି ପ୍ରଧାନମନ୍ତ୍ରୀ। ଭାରତର ଦକ୍ଷ ଯୁବକଙ୍କଠାରୁ ମତାମତ ଶୁଣିବା ନିହାତି ଆବଶ୍ୟକ’ ବୋଲି କହିଛନ୍ତି ମୋଦି ।

  • On the 12th, I would be taking part in the 25th National Youth Festival via video conferencing. Apart from asking my young friends to join the programme, I also urge them to share their inputs as well. Always a delight to hear from India’s talented youth. https://t.co/nSmRPSzfvW

    — Narendra Modi (@narendramodi) January 10, 2022 " class="align-text-top noRightClick twitterSection" data=" ">

ଏହି ଉତ୍ସବ ଭାରତୀୟ ଯୁବକ ଯୁବତୀମାନଙ୍କ ମନକୁ ସୁଗଠିତ କରିବା ସହ ରାଷ୍ଟ୍ର ଗଠନରେ ସେମାନଙ୍କୁ ଏକ ମିଳିତ ଶକ୍ତି କରି ଗଢ଼ି ତୋଳିଥାଏ । ସାମାଜିକ ସୌହାର୍ଦ୍ଦ୍ୟ, ମେଧା ଓ ସାଂସ୍କୃତିକ ସଂହତିର ଏହା ଏକ ବିରାଟ ପ୍ରଦର୍ଶନ । ଏହା ଭାରତର ବିବିଧ ସଂସ୍କୃତିକୁ ସମନ୍ବିତ କରି ଏକତାର ସୂତ୍ରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ' ବନ୍ଧନରେ ବାନ୍ଧିଥାଏ । ସକ୍ଷମ ଓ ସଶକ୍ତ ଯୁବଶକ୍ତି ଗଠନ କରିବା ଏହି ଉତ୍ସବର ଲକ୍ଷ୍ୟ ।

କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଚଳିତ ବର୍ଷ ୧୨-୧୩ ଜାନୁଆରୀ ୨୦୨୨ରେ ଏହି ଉତ୍ସବକୁ ଭର୍ଚୁଆଲ ମୋଡରେ ପାଳନ କରିବାକୁ ସ୍ଥିର ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ମେରେ ସପନୋ କା ଭାରତ’ ଉପରେ ବଛା ବଛା ପ୍ରବନ୍ଧ ଓ ଭାତୀୟ ସ୍ବାଧୀନତା ସଂଗ୍ରାମର ଅନ୍ତରାଳରେ ରହି ଯାଇଥିବା ବୀରମାନଙ୍କ ଗାଥା ଉପରେ ପୁସ୍ତକ ଉନ୍ମୋଚନ କରିବେ ।

ଦୁଇଟି ବିଷୟ ବସ୍ତୁ ଉପରେ ଆଧାରିତ ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଲେଖା ମଧ୍ୟରୁ ଏହି ପ୍ରବନ୍ଧ ଗୁଡିକୁ ବଛାଯାଇଛି । ଏହାବାଦ୍ 122 କୋଟି ଟଙ୍କା ବିନିଯୋଗରେ ପୁଡୁଚେରୀରେ ପ୍ରତିଷ୍ଠିତ ଏମଏସଏମଇ ମନ୍ତ୍ରଣାଳୟର ଏକ ଟେକ୍ନୋଲୋଜି କେନ୍ଦ୍ରର ଉଦଘାଟନ କରିବେ। ଏହାଛଡା 23 କୋଟି ଟଙ୍କା ବ୍ୟୟରେ ପୁଡୁଚେରୀ ସରକାରଙ୍କ ଦ୍ବାରା ନିର୍ମିତ ଓପନ ଥିଏଟର ଉଦଘାଟନ କରିବେ । ବିଶେଷ ଭାବରେ ଏହା ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବ ଏବଂ 1000 ରୁ ଅଧିକ ଲୋକ ଏଠି ଏକାଠି ହୋଇପାରିବେ ।

Last Updated : Jan 12, 2022, 7:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.