ETV Bharat / bharat

‘ଦେଶର ସୀମାରେ ରହିବେ ଏନସିସି କ୍ୟାଡେଟ୍, ଦିଆଯାଉଛି ଟ୍ରେନିଂ’

author img

By

Published : Jan 28, 2021, 2:05 PM IST

ଦିଲ୍ଲୀରେ ଆୟୋଜିତ ନ୍ୟାସନାଲ କ୍ୟାଡେଟ୍ କୋର କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ଅଧିକ ପଢନ୍ତୁ...

NCC କାର୍ଯ୍ୟକ୍ରମରେ ମୋଦି
NCC କାର୍ଯ୍ୟକ୍ରମରେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ନ୍ୟାସନାଲ କ୍ୟାଡେଟ୍ କୋର କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ଜେନେରାଲ୍ ବିପିନ ରାୱତ ଓ ତିନି ସେନାର ପ୍ରମୁଖ ଉପସ୍ଥିତ ଅଛନ୍ତି । ମୋଦି ନିଜ ସମ୍ବୋଧନରେ ନାଗରିକଙ୍କ କର୍ତ୍ତବ୍ୟର କଥା କହିଛନ୍ତି । ଏହାକୁ ପାଳନ କରିବା ଦାୟିତ୍ବ ବୋଲି ମତ ଦେଇଛନ୍ତି ମୋଦି ।

ଗୁରୁବାର ଏନସିସି କାର୍ଯ୍ୟକ୍ରମରେ ଯୋଗ ଦେଇ, ଏହାକୁ ସୁଖଦ ଅନୁଭବ ବୋଲି ସେ କହିଛନ୍ତି । ଯେଉଁ ଦେଶର ସମାଜରେ ଅନୁଶାସନ ରହିଥାଏ, ସେହି ଦେଶ ବିଶ୍ବରେ ନାଁ କମାଏ । ସବୁ ଯୁବପୀଢୀଙ୍କୁ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ଅନୁଶାସନ ଶିଖାଇବା ଜରୁରୀ । ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ ଯେତେବେଳେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥାଏ, ସେଠାରେ ଏନସିସି କ୍ୟାଡେଟ୍ ପହଞ୍ଚିଥାନ୍ତି । ସମ୍ବିଧାନରେ ନାଗରିକଙ୍କ ଦାୟିତ୍ବର କଥା କୁହାଯାଇଛି ତେଣୁ ସମସ୍ତଙ୍କୁ ଏହି ଦାୟିତ୍ବର ପାଳନ କରିବା ଜରୁରୀ । ଦେଶରେ ଏକ ସମୟରେ ନକ୍ସଲବାଦର ରାଜୁତୀ ଥିଲା ମାତ୍ର ବର୍ତ୍ତମାନ ନକ୍ସଲବାଦର ଅଣ୍ଟା ଭାଙ୍ଗିଯାଛି ।

ତେବେ ଏନସିସିର ଭୂମିକାକୁ ବିସ୍ତାର କରାଯିବାକୁ ମୋଦି କହିଛନ୍ତି । ସୀମାବର୍ତ୍ତୀ-ସମୁଦ୍ର ସୀମାରେ ସୁରକ୍ଷାକୁ ସଶକ୍ତ କରିବା ପାଇଁ ଏନସିସିର ଭୂମିକାକୁ ବିସ୍ତାର କରାଯିବ । ଏଥିପାଇଁ ଏକ ଲକ୍ଷ କ୍ୟାଡେଟଙ୍କୁ ଟ୍ରେନିଂ ଦିଆଯାଉଛି । ଏହାସହ ମୋଦି କହିଛନ୍ତି ଯେ, ଛାତ୍ରମାନେ ମଧ୍ୟ ଏନସିସିର କ୍ୟାଡେଟ ଭାବରେ ଭାଗ ନେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେତେବେଳେ ମୁଁ ଦୀପାବଳିରେ ଲଙ୍ଗୱାଲା ପୋଷ୍ଟକୁ ଯାଇଥିଲି, ସେତେବେଳେ ମୁଁ ଅନେକ ଅଧିକାରୀଙ୍କୁ ଭେଟିଥିଲି। 1971 ଯୁଦ୍ଧରେ ଯବାନମାନେ ସେହି ପୋଷ୍ଟରେ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲେ ।

ଏହାସହ ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିରତ୍ବ ବିଷୟରେ ମଧ୍ୟ କହିଥିଲେ । ବିଶ୍ବର ସବୁଠାରୁ ବଡ ରାଜତ୍ବକୁ ଭାଙ୍ଗି ଦେଇଥିଲେ ନେତାଜୀ । 2047 ମସିହାରେ ଦେଶ ଯେତେବେଳେ ସ୍ବାଧିନତାର 100 ବର୍ଷ ପୂରଣ କରିବ ସେତେବେଳେ ଆଜିର ପ୍ରୟାସର ଦୃଢତା ଦେଖିବାକୁ ମିଳିବ ବୋଲି ମୋଦି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.