ETV Bharat / bharat

ଦେଶରେ କୋଭିଡ଼ ହସ୍ପିଟାଲ ଖୋଲୁଛି ନୌସେନା, ସମୀକ୍ଷା କଲେ ମୋଦି - ପ୍ରଧାନମନ୍ତ୍ରୀ ମୋଦି

କୋଭିଡ ମହାମାରୀରେ ଲୋକମାନଙ୍କୁ ସହାୟତା ଯୋଗାଇବା ଲାଗି ଭାରତୀୟ ନୌସେନା ଆରମ୍ଭ କରିଥିବା ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଦେଶରେ କୋଭିଡ଼ ହସ୍ପିଟାଲ ଖୋଲୁଛି ନୌସେନା, ସମୀକ୍ଷା କଲେ ମୋଦି

author img

By

Published : May 4, 2021, 10:23 AM IST

ନୂଆଦିଲ୍ଲୀ: ଦେଶରେ କୋରୋନାର କରାଳ ରୂପ ଦେଖିବାକୁ ମିଳୁଥିବାରୁ ଦେଶବିଦେଶରୁ ସହାୟତାର ସୁଅ ଛୁଟୁଛି । ଏହାରି ମଧ୍ୟରେ ଭାରତୀୟ ନୌସେନା ଏକ ସ୍ବାଗତଯୋଗ୍ୟ ପ୍ରୟାସ ଆରମ୍ଭ କରିଛି । ଦେଶବାସୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଦେଶର ବିଭିନ୍ନ ସହରରେ କୋଭିଡ ହସ୍ପିଟାଲ ଖୋଲିବାକୁ ଯାଉଛି ନୌସେନା । ତେବେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂଙ୍କ ସହିତ ଗତ ସୋମବାର ଆଲୋଚନା କରିଛନ୍ତି ।

ନୌସେନା ଆରମ୍ଭ କରିଥିବା ଏହି ଅଭିଯାନରେ ଲାକ୍ଷାଦ୍ବୀପ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅକ୍ସିଜେନ ଉପଲବ୍ଧ କରାଇବ। ଏହାସହିତ ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଭାରତକୁ ଅକ୍ସିଜେନ କଣ୍ଟେନର ତଥା ଅନ୍ୟାନ୍ୟ ସାମଗ୍ରୀ ପରିବହନ କରି ଆଣିବାରେ ମଧ୍ୟ ସହାୟକ ହେଉଛି ନୌସେନାର ଜାହାଜ । କୋଭିଡ଼ ଡ୍ୟୁଟି ପରିଚାଳନା ପାଇଁ ଦେଶର ବିଭିନ୍ନ ସ୍ଥାନରେ ନୌସେନାର ମେଡ଼ିକାଲ କର୍ମଚାରୀମାନଙ୍କୁ ପୁନଃନିଯୁକ୍ତ କରାଯାଇଛି ।

ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ନୌସେନା ପକ୍ଷରୁ କୋଭିଡ଼ ପରିଚାଳନା ପରିପ୍ରେକ୍ଷୀରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି । ନୌସେନା ଇତି ମଧ୍ୟରେ ରାଜ୍ୟ ପ୍ରଶାସନଙ୍କ ନିକଟରେ ପହଞ୍ଚିଛି ଏବଂ ହସପିଟାଲ ବେଡ଼, ପରିବହନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତାର ହାତ ବଢ଼ାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏବେ ଦେଶର ବିଭିନ୍ନ ସହରମାନଙ୍କରେ ନୌସେନା ପକ୍ଷରୁ ହସ୍ପିଟାଲଗୁଡିକ ଖୋଲାଯାଇଛି ଯାହାକି ସାଧାରଣ ନାଗରିକମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ ହୋଇପାରିବ ବୋଲି ଆଡମିରାଲ ସିଂହ କହିଛନ୍ତି ।

ନୌସନାର ମେଡ଼ିକାଲ କର୍ମଚାରୀମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ କୋଭିଡ଼ ଡ୍ୟୁଟିରେ ପୁନଃ ଅବସ୍ଥାପିତ କରାଯାଇଛି ବୋଲି ଆଡମିରାଲ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସେହିଭଳି ଅନ୍ୟାନ୍ୟ ନୌସେନା କର୍ମଚାରୀମାନଙ୍କୁ ଯୁଦ୍ଧକ୍ଷେତ୍ରୀୟ ନର୍ସିଂ ସହାୟତା ଯୋଗାଣ ତାଲିମ ପ୍ରଦାନ କରାଯାଉଛି ଯାହାଦ୍ବାରା ସେମାନଙ୍କୁ କୋଭିଡ଼ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.