ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ଗ୍ରେଟର ନୋଏଡାରେ ବିଶ୍ବ ଦୁଗ୍ଧ ସମ୍ମିଳନୀର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଡାଏରୀ ସେକ୍ଟରର ସମସ୍ତ ବିଶେଷଜ୍ଞ ଓ ଉଦ୍ଭାବକ ଭାରତରେ ଏକାଠି ହୋଇଛନ୍ତି । ଡାଏରୀ ସେକ୍ଟରର ସାମର୍ଥ କେବଳ ଯେ ଖାଲି ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଦେଇଛି ତା ନୁହେଁ ଦୁନିଆରେ କୋଟି କୋଟି ଲୋକଙ୍କ ପ୍ରମୁଖ ଜୀବିକା ସାଧନ ହୋଇଛି । ମୋର ବିଶ୍ବାସ ଅଛି ଏହି ସମ୍ମିଳନୀ, ଧାରଣା, ଟେକ୍ନୋଲୋଜି, ଉତ୍ପାଦନ ଏବଂ ଡାଏରୀ ସେକ୍ଟର ସହ ଜଡିତ ପରମ୍ପରା ସ୍ତରରେ ପରସ୍ପର ପ୍ରତି ସୂଚନା ପ୍ରଦାନ ଓ ଶିକ୍ଷା ଦେବା କ୍ଷେତ୍ରରେ ବଡ ଭୂମିକା ତୁଲାଇବ । ବିଭିନ୍ନ ଦେଶରୁ ଆସିଥିବା ସମସ୍ତ ମହାନୁଭବଙ୍କୁ ଭାରତର କୋଟି କୋଟି ନାଗରିକ ଓ ଭାରତ ସରକାରଙ୍କ ପକ୍ଷରୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।"
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଭାରତ ଆଜଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଆଜିର ଏହି ଆୟୋଜନ କରାଯାଇଛି । ଆଜିର ଏହି ଆୟୋଜନରେ ଦେଶର ୭୫ଲକ୍ଷରୁ ଅଧିକ ଡାଏରୀ କୃଷକ ଟେକ୍ନଲୋଜି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି । ଏହିପରି ସମ୍ମିଳନୀ ପାଇଁ ଆମ କିସାନ ଭାଇ ଭଉଣୀ ଲାଭବାନ ହେଉଛନ୍ତି ।'' ପଶୁ ଧନ ଓ ଦୁଗ୍ଧ ସହ ଜଡିତ ବ୍ୟବସାୟ ଭାରତର ୧୦୦୦ ବର୍ଷ ପୁରୁଣା ସଂସ୍କୃତିର ଅଂଶ । ଭାରତର ଡାଏରୀ ସେକ୍ଟର ଆଜି ସଶକ୍ତ ହୋଇଛି ।
ଅନ୍ୟ ବିକଶିତ ଦେଶ ତୁଳନାରେ ଭାରତ ଡାଏରୀ ସେକ୍ଟରରେ ଆସଲି ଶକ୍ତି ହେଉଛନ୍ତି କ୍ଷୁଦ୍ର ଚାଷୀ । ସେମାନେ ଭାରତ ଡାଏରୀ ସେକ୍ଟରର ପରିଚୟ ହୋଇଛନ୍ତି । ଏହି କ୍ଷୁଦ୍ର ଚାଷୀଙ୍କ ପରିଶ୍ରମ ଓ ସେମାନଙ୍କ ପଶୁ ଧନ ପାଇଁ ଆଜି ଭାରତ ବିଶ୍ବରେ ସବୁଠୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଥିବା ଦେଶରେ ପରିଗଣିତ ହୋଇଛି । ୮ କୋଟିରୁ ଅଧିକ ପରିବାରକୁ ଏହି ସେକ୍ଟର ରୋଜଗାରକ୍ଷମ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ବି ପଢନ୍ତୁ... Sonali Phogat Death Mystery: ରହସ୍ୟ ଖୋଜିବ ସିବିଆଇ
ବିଶ୍ବର ଅନେକ ଗରିବ ଦେଶ ପାଇଁ ଏହା ଏକ ଉନ୍ନତ ବ୍ୟବସାୟ ମଡେଲ ହୋଇପାରିବ । ଆଜି ଭାରତରେ ଡାଏରୀ ସହଯୋଗର ଏକ ବିଶାଳ ନେଟୱାର୍କ ରହିଛି ଯାହାର ମିଶାଲ ମିଳିବା ମୁସ୍କିଲ । ଦେଶର ୨ ଲକ୍ଷ ଗାଁରୁ ଅଧିକ ୨ କୋଟି ଚାଷୀଙ୍କ ପାଖରୁ ଦିନକୁ ୨ ଥର ଦୁଗ୍ଧ ଗ୍ରହଣ କରି ଗ୍ରାହକଙ୍କ ପାଖରେ ପହଞ୍ଚାଉଛି । ଗ୍ରାହକଙ୍କ ପାଖରୁ ଆସୁଥିବା ଟଙ୍କାର ୭୦ ପ୍ରତିଶତରୁ ଅଧିକ ଟଙ୍କା ସିଧାସଳଖ କିସାନଙ୍କ ଖାତାକୁ ଯାଉଛି । ଗୁଜୁରାଟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଡାଏରୀ ସେକ୍ଟରରେ ଟଙ୍କା ଗୁଜୁରାଟରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଉଛି । ବିଶ୍ବରେ ଏତେ ପରିମାଣରେ ରେସିଓ ଅନ୍ୟ କୌଣସି ଦେଶରେ ନାହିଁ ।" ଭାରତରେ ହେଉଥିବା ଡିଜିଟାଲକ୍ରାନ୍ତି ପାଇଁ ଲେଣଦେଣରେ ଦ୍ରୁତ ଗତି ଆସିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ଭାରତ ଡାଏରୀ ସକ୍ଟେରରେ ୭୦ ପ୍ରତିଶତ ମହିଳା ଶକ୍ତି ପ୍ରତିିନିଧିତ୍ବ କରୁଛନ୍ତି । ଡାଏରୀ ସେକ୍ଟରର ଅସଲି କର୍ଣ୍ଣଧାର ମହିଳା । ଖାଲି ସେତିକି ନୁହେଁ ଭାରତ ଡାଏରୀ କୋର୍ପରେଟିଭ ସକ୍ଟେରରେ ଏକ ତୃତୀୟାଶଂ ମହିଲା ସଦସ୍ୟ କହିଛନ୍ତି । ସାଢେ ୮ ଲକ୍ଷର ଡାଏରୀ ସେକ୍ଟର ଧାନ ଓ ଗହମ ଉତ୍ପାଦନରୁ ଅଧିକ । ୨୦୧୪ ପରଠୁ ଆମ ସରକାର, ଡାଏରୀ ସେକ୍ଟରର ସାମର୍ଥ୍ୟ ବଢାଇବାକୁ ନିରନ୍ତର ପ୍ରୟାସ କରୁଛି । ୨୦୧୪ରେ ଭାରତରେ ୧୪୬ମିଲିୟନ ଦୁଗ୍ଧ ଉତ୍ପାଦନ ହେଉଥିଲା । ବର୍ତ୍ତମାନ ଏହା ବଢି ୨୧୦ ମିଲିୟନ ଟନରେ ପହଞ୍ଚିଛି । ପାଖାପାଥି ୪୪ ପ୍ରତିଶତ ବୃଦ୍ଧି ଘଟିଛି । ବିଶ୍ବରେ ଦୁଗ୍ଧ ଉତ୍ପାଦନ ୨ ପ୍ରତିଶତ ଅଭିବୃଦ୍ଧି ହାର ରହିଥିବାବେଳେ ଭାରତରେ ଅଭିବୃଦ୍ଧି ହାର ୬ ପ୍ରତିଶତ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
୧୯୦୩ ମସିହାରେ ବିଶ୍ୱ ଡାଏରୀ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହାର ୭୧ ବର୍ଷ ପରେ, ୧୯୭୪ରେ ଭାରତ ଏହି ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଥିଲା । ପୂର୍ବରୁ ଥରେ ଏହି ସମ୍ମିଳନୀ ଭାରତରେ ହୋଇଥିବାବେଳେ, ଏବେ ଦ୍ୱିତୀୟ ଥର ପାଇଁ ଏହା ଅନୁଷ୍ଠିତ ହୋଇଛି । ଭାରତ ପ୍ରତିବର୍ଷ ୨୧ କୋଟି ଟନ୍ ଦୁଗ୍ଧ ଉତ୍ପାଦନ କରିଥାଏ । ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆଗକୁ ଯାଉଛି ।