ETV Bharat / bharat

ହସ୍ପିଟାଲରେ ଅକ୍ସିଜେନ ଅଭାବ, ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ବୈଠକ

ଅନେକ ରାଜ୍ୟର ହସ୍ପିଟାଲରେ ଏବେ ଅକ୍ସିଜେନ ଉପଲବ୍ଧ ନଥିବା କୁହାଯାଉଛି । ଏହାକୁ ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ହସ୍ପିଟାଲରେ ଅକ୍ସିଜେନ ଅଭାବ, ପ୍ରଧାନମନ୍ତ୍ରୀଙ୍କ କଲେ ସମୀକ୍ଷା ବୈଠକ

author img

By

Published : Apr 16, 2021, 4:54 PM IST

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପକ୍ଷେ ମହାମାରୀ କୋରୋନାର ଭୟାବହତା ଓ ଅନ୍ୟପକ୍ଷେ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଅଭାବ । ଅନେକ ରାଜ୍ୟର ହସ୍ପିଟାଲରେ ଏବେ ଅକ୍ସିଜେନ ଉପଲବ୍ଧ ନଥିବା କୁହାଯାଉଛି । ଏହାକୁ ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସ୍ବାସ୍ଥ୍ୟ, ଇସ୍ପାତ, ସଡକ ପରିବହନ ଆଦି ମନ୍ତ୍ରଣାଳୟର ଇନପୁଟ୍‌ଗୁଡିକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ତେବେ ମନ୍ତ୍ରଣାଳୟ ଗୁଡିକୁ ରାଜ୍ୟ ସରକାରଙ୍କ ସହିତ ତାଳମେଳ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ଜୋର ଦେଇ କହିଛନ୍ତି ପ୍ରାଧାନମନ୍ତ୍ରୀ ।

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ହରିଆଣା, ରାଜସ୍ଥାନ ଓ ପଞ୍ଜାବ ଆଦି 12 ରାଜ୍ୟରେ କୋରୋନାର ଚାପ ଅଧିକ ରହିଛି । ତେବେ ଆଗାମୀ 15 ଦିନର ଅକ୍ସିଜେନର ଆବଶ୍ୟକତାକୁ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ରାଜ୍ୟଗୁଡ଼ିକରେ ଜିଲ୍ଲା ସ୍ତରର ପରିସ୍ଥିତି ଉପରେ ପର୍ଯ୍ୟବେକ୍ଷଣ ତଥ୍ୟକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.