ETV Bharat / bharat

ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

author img

By

Published : Jan 9, 2023, 1:32 PM IST

Updated : Jan 9, 2023, 5:36 PM IST

ପ୍ରବାସୀ ଭାରତୀୟ ଦିବସ ସ୍ବତନ୍ତ୍ର ବିଭିନ୍ନ କାରଣକୁ ସ୍ବତନ୍ତ୍ର । ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା 17ତମ ପ୍ରବାସୀ ଭାରତୀୟ ଦିବସ ସମାରୋହରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Pravasi Bharatiya Divas Convention
Pravasi Bharatiya Divas Convention

ଭୋପାଳ: 17ତମ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶ ଇନ୍ଦୋରରେ ଭାରତୀୟ ପ୍ରବାସୀ ଦିବସ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ କାରଣ ନେଇ ପ୍ରବାସୀ ଭାରତୀୟ ଦିବସ ସ୍ବତନ୍ତ୍ର । ଭାରତୀୟ ଯାହା ନିଶ୍ଚିନ୍ତ କରିଛନ୍ତି ତାହା କରି ଦେଖାଇଛନ୍ତି । ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆଜି ଭାରତ ପାଖରେ ଦକ୍ଷତା ସହ କାର୍ଯ୍ୟ କରିବାକୁ ନେଇ ଜୋସ୍‌ ରହିଛି । ଏହା ଭାରତ ବିକାଶ ପାଇଁ ଇଞ୍ଜିନ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବ ଭାରତର ସ୍ବର ଶୁଣୁଛି । ଦୁନିଆରେ କେଉଁଠି ବି ରୁହନ୍ତୁ ଏ ଦେଶ ସବୁବେଳେ ସେମାନଙ୍କ ପାଇଁ ରହିବ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଦେଶରେ ଜଣେ ଭାରତୀୟ ଯେଉଁଠି ଅନ୍ୟ ଜଣେ ଭାରତୀୟଙ୍କୁ ଦେଖେ ସେହି ସ୍ଥାନରେ ହିଁ ଭାରତ ଥାଏ । ପ୍ରତ୍ୟେକ ପ୍ରବାସୀ ଭାରତୀୟ ନିଜ ନିଜ ଭିତରେ ଅସାଧାରଣ ଉପଲବ୍ଧି ସହିତ ଦେଶ ମାଟିକୁ ପ୍ରଣାମ କରେ । ଏ ପ୍ରବାସୀ ଭାରତୀୟ ଦିବସ ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର । ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆମେ ସଶକ୍ତ ହୋଇଥାଉ । ଆମ ପାଇଁ ଆମ ସ୍ବଦେଶ ହିିଁ ଆମ ସଂସାର ।

ଏହି ପ୍ରବାସୀ ଭାରତୀୟ ଦିବସ ମଧ୍ୟପ୍ରଦେଶ ସେହି ମାଟିରେ ହେଉଛି ଯାହାକୁ ଦେଶର ହୃହୟ କ୍ଷେତ୍ର ବୋଲି କୁହାଯାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଇନ୍ଦୋର ସହରକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଇନ୍ଦୋର କେବେଳ ଏକ ସହ ନୁହେଁ ତାହା ଏକ ପର୍ଯ୍ୟାୟ । ଇନ୍ଦୋର ସମୟଠୁ ଆଗରେ ଚାଲେ । ସ୍ବଚ୍ଛତା ଦିଗରେ ଇନ୍ଦୋର ଦେଶରେ ଏକ ସ୍ବତନ୍ତ୍ର ଛାପ ଛାଡିଛି । କିଛି ଲୋକ ଇନ୍ଦୋରକୁ ସ୍ବଚ୍ଛତାର ସହର ବୋଲି କୁହନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ''ଆଜାଦୀ କା ଅମୃତ କାଳ ସମୟରେ ମଧ୍ୟପ୍ରଦେଶରେ ଅମୃତ ପ୍ରଭାବିତ ହେଉଥିଲା ମୁଁ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ନୂତନ ଭାରତର ଉଦୟ ହେବ । ଏକ ସମୃଦ୍ଧ,ଗୌରବମୟ ଏବଂ ଶକ୍ତିଶାଳୀ ଦେଶରେ ପରିଣତ ହେବ । ଆଜି ସମଗ୍ର ଦେଶ ତାଙ୍କ ପଛରେ ଠିଆ ହୋଇଛି।'' ସେହିପରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ସମ୍ପର୍କକୁ ସୃଦୁଢ କରିବା, ସାମର୍ଥ୍ୟ ବୃଦ୍ଧି କରିବା ପ୍ରବାସୀ ଭାରତୀୟ ଦିବସର ଲକ୍ଷ୍ୟ । ମୁଁ ବିଶ୍ବାସ କରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ନିଶ୍ଚିନ୍ତ ଭାବରେ ଏକ ଅଗ୍ରଣୀ ଶକ୍ତି ଭାବରେ ଉଭା ହେବ । ଏହାଛଡା ବିଶ୍ବସ୍ତରରେ ଦେଶ ଅଗ୍ରଗତି କରିବ ।''

1995 ଜାନୁଆରୀ 9ରେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ ମହାତ୍ମାଗାନ୍ଧୀ । ପରେ ଦେଶର ସ୍ବାଧୀନତା ସଂଗ୍ରାମର ମଙ୍ଗ ଧରିଥିଲେ । ଗାନ୍ଧିଜୀଙ୍କ ଭାରତ ଆଗମନ ଦିନକୁ ଅର୍ଥାତ ଜାନୁଆରୀ 9 ତାରିଖକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ବିଦେଶରେ ବିଶେଷ ଉପଲବ୍ଧି ହାସଲ କରି ଭାରତର ସମ୍ମାନ ବଢାଇଥିବା ଭାରତୀୟଙ୍କୁ ଏହି ଦିନ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ ରହିଛି 'ପ୍ରବାସୀ: ଅମୃତ କାଳରେ ଭାରତର ପ୍ରଗତି ପାଇଁ ଭାରସାଯୋଗ୍ୟ ଭାଗିଦାରୀ ।' 70 ଦେଶ 3500ରୁ ଅଧିକ ପ୍ରବାସୀ ଭାରତୀୟ ରହିଛନ୍ତି ।

Last Updated : Jan 9, 2023, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.