ETV Bharat / bharat

ଆନ୍ଦୋଳନ ଶେଷ କରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ - କୃଷି ଆଇନ

ଚାଷୀ ଆନ୍ଦୋଳନକୁ ନେଇ କୃଷକଙ୍କ ମନରୁ ଭ୍ରମ ଦୂର କରିବାକୁ ବୁଝାଇବା ସହ ଦେଶକୁ ଆଗକୁ ନେବାକୁ ହେବ। ଏମଏସପିକୁ ନେଇ କୌଣସି ଚାଷୀ ଦ୍ବନ୍ଦରେ ରହିବା ଉଚିତ୍ ନୁହେଁ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଚାଷୀ ଆନ୍ଦୋଳନକୁ ନେଇ ବହୁତ ରାଜନୀତି ହେଉଛି ଏବେ ଏହାକୁ ବନ୍ଦ କରାଯାଉ ।

ଆନ୍ଦୋଳନ ସମାପ୍ତ କରି କୃଷି ଆଇନକୁ ଗୋଟିଏ ସୁଯୋଗ ଦେବାକୁ ମୋଦିଙ୍କ ଅପିଲ୍

author img

By

Published : Feb 8, 2021, 3:28 PM IST

Updated : Feb 8, 2021, 3:34 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିବୃତି ରଖିଛନ୍ତି । ଏହି ଅବସରରେ କୃଷି ବିଲକୁ ନେଇ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଥିଲେ ମୋଦି । ଏହାସହ ଆନ୍ଦୋଳନରେ ବସିଥିବା ସମସ୍ତ କୃଷକଙ୍କୁ ଜିଦରୁ ଓହରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଚାଷୀ ଆନ୍ଦୋଳନକୁ ନେଇ କୃଷକଙ୍କ ମନରୁ ଭ୍ରମ ଦୂର କରିବାକୁ ବୁଝାଇବା ସହ ଦେଶକୁ ଆଗକୁ ନେବାକୁ ହେବ । ଏମଏସପିକୁ ନେଇ କୌଣସି ଚାଷୀ ଦ୍ବନ୍ଦରେ ରହିବା ଉଚିତ୍ ନୁହେଁ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ନେଇ ବହୁତ ରାଜନୀତି ହେଉଛି । ଏହାକୁ ଏବେ ବନ୍ଦ କରାଯାଉ।

ଏହାସହ ଚାଷୀ ଆନ୍ଦୋଳନକୁ ନେଇ ଗୃହରେ ଖୁବ୍ ଚର୍ଚ୍ଚା ହେଲା କିନ୍ତୁ ଏହାର ମୁଖ୍ୟ କାରଣ କଣ କେହି ପଦେ ଅଧେ ବି କହିଲେନି ? କଣ ପାଇଁ ଆଜି ଦୀର୍ଘ ଧରି ଆନ୍ଦୋଳନ ବଳବତ୍ତର ରହିଛି କେହି ମୁହଁ ଖୋଲି କହିଲେନି ? ଆନ୍ଦୋଳନର ମୁଖ୍ୟ କାରଣ ଉପରେ ଚର୍ଚ୍ଚା ନହୋଇ କେବଳ ଚାଷୀଙ୍କୁ ଭ୍ରମିତ କରାଯାଉଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ଆଇନକୁ ନେଇ ଜବାବ୍ ରଖାଯିବା ପରେ ଏବେ ବିରୋଧି ୟୁ-ଟର୍ଣ୍ଣ ନେବାରେ ଲାଗିଛନ୍ତି । କୃଷି ଆଇନ୍ ସମସ୍ତ ଚାଷୀଙ୍କ ହିତକୁ ଦୃଷ୍ଟି ରଖି ପ୍ରସ୍ତୁତ ହୋଇଛି ତେଣୁ ଅନ୍ଦୋଳନରୁ ଚାଷୀ ମାନଙ୍କୁ ଓହରି ଯିବାକୁ ଅନୁରୋଧ ।

ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ଦୋହରାଇଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ କୃଷକଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି । କୃଷି କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ଇଚ୍ଛା ଥିଲା । ତେଣୁ ଏହାକୁ ନେଇ କଂଗ୍ରେସ ଗର୍ବ କରିବା କଥା।

ମନମୋହନ ସିଂ ଏଠାରେ ଅଛନ୍ତି, ‘ମୁଁ ଏକ ଉଦ୍ଦୃତ ପଢିବାକୁ ଚାହିଁବି । 1930 ଦଶକରେ ସ୍ଥାପିତ ମାର୍କେଟିଂ ବ୍ୟବସ୍ଥା କାରଣରୁ କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରୟ କରିପାରୁ ନଥିଲେ । ଯେଉଁଠାରେ ସେମାନେ ସର୍ବାଧିକ ରିଟର୍ଣ୍ଣ ପାଇଥା’ନ୍ତି ’।

Last Updated : Feb 8, 2021, 3:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.