ETV Bharat / bharat

Mann Ki Baat: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ - ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍। ଦେଶବାସୀଙ୍କୁ ମନର କଥା କହିବେ ମୋଦି। ଅଧିକ ପଢନ୍ତୁ

pm narendra modi mann ki baat program
pm narendra modi mann ki baat program
author img

By

Published : Jul 30, 2023, 10:49 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମର 103 ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମ ଦେଶ ତଥା ବିଦେଶରେ ଲୋକପ୍ରିୟ ହୋଇପାରିଛି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି ।

ପ୍ରଧାନମନ୍ତ୍ରୀ ଆଜି ରୋଡିଓ ମାଧ୍ୟମରେ ମନର କଥା କହିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ଲୋକ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଜୁନ 18 ତାରିଖରେ ମନ କି ବାତ ରେଡିଓ କାର୍ଯ୍ୟକ୍ରମର 102ତମ ଏପିସୋଡ ପୂରଣ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Mann Ki Baat: ଏଥର ଶେଷ ନୁହେଁ ତୃତୀୟ ରବିବାର ମନ୍ କି ବାତ୍, ଆଜି ମନ କଥା କହିବେ ମୋଦି

ପ୍ରତିମାସ ଶେଷ ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଦେଶବାସୀ ଶୁଣିଥାନ୍ତି । ମାତ୍ର ଗତମାସର ତୃତୀୟ ରବିବାର ମନ୍ କି ବାତର 102ତମ ଏପିସୋଡ ପ୍ରସାରିତ ହୋଇଥିଲା । କିନ୍ତୁ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ପଦୁଟିଏବି କହିନଥିଲେ । ଯାହାକୁ ନେଇ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଉଭୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଆଜି ମଣିପୁର ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନୀରବତା ଭାଙ୍ଗି ପାରନ୍ତି ବୋଲି ଆଶା ରହିଛି । ଗତ ଏପ୍ରିଲ ମାସରେ ମନ୍ କି ବାତର 100ତମ ଏପିସୋଡ ପୂରଣ ହୋଇଥିଲା । ଏପ୍ରିଲ 30ରେ ବିଶ୍ବସ୍ତରରେ ଏହା ପ୍ରସାରଣ ହୋଇଥିଲା । ନ୍ୟୁୟର୍କରେ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ସିଧାପ୍ରସାରଣ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Manipur violence: ‘ମନ କି ବାତ’ରେ ପଦୁଟିଏ କହିଲେନି ପ୍ରଧାନମନ୍ତ୍ରୀ, କଂଗ୍ରେସ ଓ ଟିଏମସିର ଟାର୍ଗେଟ

2014 ଅକ୍ଟୋବର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତି ମାସ ଶେଷ ରବିବାର ରେଡିଓ ଜରିଆରେ ଦେଶବାସୀଙ୍କୁ ମନ କଥା କହିବା ସହେ ଅନେକ ବ୍ୟକ୍ତିତ୍ବ ଓ ସଫଳତାର କାହାଣୀ କହିଥାନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.