ETV Bharat / bharat

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମୋଦିଙ୍କ ସ୍ବତନ୍ତ୍ର ଅଡିଓ ସନ୍ଦେଶ; ପାଳିଲେ ୧୧ ଦିନିଆ ବ୍ରତ

author img

By ETV Bharat Odisha Team

Published : Jan 12, 2024, 10:36 AM IST

Updated : Jan 12, 2024, 11:00 AM IST

PM Modi's Special Message: ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଜିଠୁ ୧୧ ଦିନିଆ ବ୍ରତ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଡ଼ିଓ ବାର୍ତ୍ତା ଜାରି କରି ଦେଲେ ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଏଥିପାଇଁ ରାମ ନଗରୀରେ ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଅଡ଼ିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ସେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଜିଠୁ ୧୧ ଦିନିଆ ସ୍ବତନ୍ତ୍ର ନୀତି ନିୟମ ବା ବ୍ରତ ପାଳନ କରିବେ ବୋଲି ଘୋଷଣା କରିଛନ୍ତି ।

  • #WATCH | Prime Minister Narendra Modi's special message on his special anushthan ahead of 'pranpratishtha at the Ram Temple in Ayodhya.

    "Only 11 days remain to the pranpratishtha of Ramlalla in Ayodhya. I am fortunate that I too will witness this holy occasion. God created me to… pic.twitter.com/ZB8vR3AtXM

    — ANI (@ANI) January 12, 2024 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଅଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ କେବଳ ୧୧ ଦିନ ବାକି । ମୋର ପରମ ସୌଭାଗ୍ୟ ଯେ ମୁଁ ଏହି ପୂଣ୍ୟ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବି । ପ୍ରାଣ ପ୍ରତିଷ୍ଠାରେ ସାରା ଭାରତବାସୀଙ୍କ ପ୍ରତିନିଧିତ୍ବ କରିବାର ସୁଯୋଗ ମୋତ ପ୍ରାପ୍ତି ହୋଇଛି, ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି । ପ୍ରଭୁ ରାମଲାଲା ମୋତେ ନିମିତ୍ତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ମୁଁ ୧୧ ଦିନି ଧରି ସ୍ବତନ୍ତ୍ର ନୀତି ନିୟମ ବା ବ୍ରତ ପାଳନ କରିବି । ଏଥିପାଇଁ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି । ''

ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆଡଭାନୀ

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିରର ଅପୂର୍ବ ଶୋଭା, ଆଲୋକମାଳାରେ ଝଟକୁଛି ଗର୍ଭଗୃହ

ସେ ଆହୁରି କହିଛନ୍ତି ଯେ, ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିଷ୍ଠା ଉତ୍ସବ ନେଇ ମୋର ଆବେଗକୁ ଶବ୍ଦରେ ବର୍ଣ୍ଣନା କରିବା ଖୁବ୍ କଷ୍ଟକର । ତଥାପି ମୁଁ ନିଜ ତରଫରୁ ଗୋଟିଏ ପ୍ରୟାସ କରିଛି । ମୁଁ ଭାବୁକ ଅଛି । ଜୀବନରେ ପ୍ରଥମ ଥର ଏଭଳି ଭାବନାର ଅନୁଭବ କରୁଛି । ଜୀବନର କିଛି ମୁହୂର୍ତ୍ତ କେବଳ ଇଶ୍ବରଙ୍କ ଆଶୀର୍ବାଦ ଯୋଗୁଁ ବାସ୍ତବରେ ପରିଣତ ହୋଇଥାଏ । ସାରା ବିଶ୍ବରେ ଥିବା ରାମ ଭକ୍ତଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଅବସର ଅଟେ । ଆଜି ସବୁଠି ରାମମୟ ପରିବେଶ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି, ଆସନ୍ତା ୨୨ ତାରିଖରେ ଆଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହି ଭବ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦେଶର ବଡ ବଡ ରାଜନେତା, ସେଲିବ୍ରିଟି, କ୍ରିକେଟର, ଶିଳ୍ପପତି, ସାଧୁସନ୍ଥଙ୍କ ସମେତ ୭୦୦୦ରୁ ଅଧିକ ଅତିଥି ସାମିଲ ହେେ । ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2024, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.