ETV Bharat / bharat

G20 Summit: ବିଶ୍ବ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର ଭେଟି

ନଭେମ୍ବର ୧୫ ତାରିଖରୁ ୧୬ ତାରିଖ ଯାଏ ବାଲିରେ ଦୁଇଦିନିଆ ଜି-୨୦ ସମ୍ମିଳନୀରେ ହୋଇଥିଲା । ଏଥିରେ ସାମିଲ ହୋଇଥିବା ବିଶ୍ବ ନେତାଙ୍କୁ ଭାରତର କିଛି ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

G20 Summit: ବିଶ୍ବ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର ଭେଟି
G20 Summit: ବିଶ୍ବ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର ଭେଟି
author img

By

Published : Nov 17, 2022, 1:24 PM IST

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ୧୭ତମ ଜି-୨୦ ସମ୍ମିଳନୀ ଶେଷ ହୋଇଛି । ୧୫ ତାରିଖରୁ ୧୬ ତାରିଖ ଯାଏ ବାଲିରେ ଦୁଇଦିନିଆ ଜି-୨୦ ସମ୍ମିଳନୀରେ ହୋଇଥିଲା । ଏଥିରେ ଭାରତ, ଆମେରିକା, ବ୍ରିଟେନ ଭଳି ବହୁ ଦେଶର ମୁଖ୍ୟ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତ କରି ଏହି ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀରେ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବ ନେତାଙ୍କୁ ଭାରତର କିଛି ଉପହାର ଭେଟି ଦେଇଥିଲେ । ଯାହା ପାରମ୍ପାରିକ ହସ୍ତଶିଳ୍ପ ସହ ନେଇ ଭାରତର ସମୃଦ୍ଧ ସଂସ୍କୃତି ଏବଂ ବିବିଧତାକୁ ପ୍ରତିଫଳିତ କରିଥିଲା ।

କାଙ୍ଗ୍ରା ଚିତ୍ର....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ କ୍ଷୁଦ୍ର କାଙ୍ଗ୍ରା ଚିତ୍ର 'ଶ୍ରୀନଗର ରସ' ଉପହାର ସ୍ବରୁପ ଭେଟି ଦେଇଛନ୍ତି । ପ୍ରାକୃତିକ ପୃଷ୍ଠଭୂମିରେ ପ୍ରେମକୁ ଚିତ୍ରଣ କରିଛି । ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏକ ଛୋଟ ପାହାଡ ରାଜ୍ୟ 'ଗୁଲେର'ରେ ଏହି କଳା ଉତ୍ପନ୍ନ ହୋଇଥିଲା । କାଶ୍ମୀର ଚିତ୍ରକର ଏହାକୁ କରିଥିଲେ ।

ମାତା ନୀ ପାଚେଡୀ...

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଦେବୀ ମା'ଙ୍କ ଚିତ୍ରିତ ଏକ ହ୍ୟାଣ୍ଡଲୁମ ଫଟୋଚିତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚିତ୍ରକୁ ମାତା ନି ପାଚେଡୀ ବୋଲି କହୁଯାଉଛି । ଏହି ଚିତ୍ର ୱାଗ୍ରିସର ଏକ ସମ୍ପ୍ରଦାୟ ତିଆରି କରିଛନ୍ତି ଯାହାରୁ ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚିତ୍ର ଦେବୀ ଶକ୍ତିର କାହାଣୀ ବଖାଣିଛି ।

ପିଥୋର...

ପିଥୋର
ପିଥୋର

ପିଥୋର ଏକ ଆଦିବାସୀ ଚିତ୍ରକଳା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଅଲବାନ୍ସଙ୍କୁ ଏହି ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚିତ୍ରଗୁଡ଼ିକ ଆଦିବାସୀଙ୍କର ସାମାଜିକ, ସାଂସ୍କୃତିକ ଏବଂ ପୌରାଣିକ ଜୀବନ ଏବଂ ବିଶ୍ବାସକୁ ପ୍ରତିଫଳିତ କରିଛି ।

ପାଟନ ପାଟୋଲା ଓଢଣୀ...

ପାଟନ ପାଟୋଲା ଓଢଣୀ
ପାଟନ ପାଟୋଲା ଓଢଣୀ

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ପାଟନ ପାଟୋଲା ଓଢଣୀ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଟୋଲା ସଂସ୍କୃତି ଶଦ୍ଦ ''ପାଟୁ''ରୁ ଆସିଛି । ଯାହାରମାନେ ହେଲା ସିଲ୍କ ଫାବ୍ରିକ । ପାଟନ ପାଟୋଲା ଓଢଣୀରେ ବିଭିନ୍ନ ଚିତ୍ର ରହିଛି ।

ଅଗତା ବାଉଲ...

ଅଗତା ବାଉଲ
ଅଗତା ବାଉଲ

ଅଗତା ଶିଳ୍ପ ପାଇଁ ଗୁଜୁରାଟ ଜଣାଶୁଣା । କାଲସେଡୋନିକ୍-ସିଲିକା ଦ୍ବାରା ନିର୍ମିତ ଏକ ବାଉଲ ଫ୍ରାନ୍ସ, ଜର୍ମାନୀ ଓ ସିଙ୍ଗାପୁର ବିଶ୍ବ ନେତାଙ୍କୁ ପ୍ରଦାନ କରିଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୁଙ୍ଗ ଏବଂ ଜର୍ମାନ ଚାନ୍ସେଲର୍ ଓଲାଫ୍ ସ୍କୋଲଜଙ୍କୁ ଏହି ଉରହାର ଦିଆଯାଇଛି । ଏହି ପାତ୍ରକୁ ବିଭିନ୍ନ ସାଜସଜ୍ଜା ପାଇଁ ବ୍ୟବହାର କରାଯାଏ ।

ସିଲଭର ବାଉଲ...

ଇଣ୍ଡୋନେସିଆ ରାଷ୍ଟ୍ରମୁଖ୍ୟରୁ ଏକ ରୂପା ଗିନା ଓ କିନ୍ନାଉରି ସାଲ ଉପହାର ସ୍ବରୁପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୂପା ବାଉଲଟିରେ ବହୁତ ସୁନ୍ଦର କାରୁକାର୍ଯ୍ୟ ହୋଇଛି ।

କାନାଲ ବ୍ରାସ ସେଟ...

ମାତା ନୀ ପାଚେଡୀ
ମାତା ନୀ ପାଚେଡୀ

ସ୍ପେନ ରାଷ୍ଟ୍ରମୁଖ୍ୟଙ୍କୁ କାନାଲ ବ୍ରାସ ସେଟ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ଏକ ଟ୍ରମ୍ପେଟ । ବିଭିନ୍ନ ଉତ୍ସବରେ ଏହି ଟ୍ରମ୍ପେଟ ବଜା ହୋଇଥାଏ । ବିଶେଷ କରି ଗ୍ରାମାଞ୍ଚଳ ଉତ୍ସବରେ ଏହା ଦେଖିବାକୁ ମିଳିଥାଏ । ହିମାଚଳ ପ୍ରଦେଶ ନେତାଙ୍କୁ ସ୍ବାଗତ ପାଇଁ ଏହାର ବ୍ୟବହାର ହୋଇଥାଏ ଏହି ପାରମ୍ପରିକ ବାଦ୍ୟ ଯନ୍ତ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.