ETV Bharat / bharat

ଅହମ୍ମଦାବାଦରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’

author img

By ETV Bharat Odisha Team

Published : Jan 9, 2024, 9:47 PM IST

PM Modi, UAE President hold roadshow in Ahmedabad: ଅହମ୍ମଦାବାଦରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ । ଅଧିକ ପଢନ୍ତୁ

ଅହମ୍ମଦାବାଦରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’
ଅହମ୍ମଦାବାଦରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’

ଗାନ୍ଧୀନଗର: ଆସନ୍ତାକାଲି 10ମ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲାବାଲ ସମ୍ମିଳନୀ ପୂର୍ବରୁ ଆଜି ଅହମ୍ମଦାବାଦରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନ୍ୟାହାନଙ୍କ ସହ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଗୁଜୁରାଟ ଆସିଥିବା ଅତିଥି ରାଷ୍ଟ୍ରପତି ନ୍ୟାହାନ ଅହମ୍ମଦାବାଦ ସ୍ଥିତ ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ବାଗତ କରିଥିଲେ । ଏହା ପରେ ଉଭୟ ନେତା ଏକାଠି ମିଳିତ ରୋଡ ସୋ’ ରେ ଅଂଶଗ୍ରହଣ କରିଥିଲେ । ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ଗୋଟିଏ କାରରେ ଦେଖିବାକୁ ମିଳିଥିଲା । ଅହମ୍ମଦାବାଦରୁ ଗାନ୍ଧୀନଗର ପର୍ଯ୍ୟନ୍ତ 15 ମିନିଟ ଧରି ପ୍ରାୟ 3 କି.ମି ରାସ୍ତାରେ ଏହି ରୋଡ ସୋ’ କରିଥିଲେ ଉଭୟ ନେତା । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଆସନ୍ତାକାଲି (ବୁଧବାର) ଗାନ୍ଧୀନଗରର ଗାନ୍ଧୀ ମନ୍ଦିର କନଭେନସନ ସେଣ୍ଟରରେ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଟ୍‌(VGGS)ର 10ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ୍‌ କରିବେ । ଏଥିରେ ଏକାଧିକ ରାଷ୍ଟ୍ରମୁଖ୍ୟ ଓ ବ୍ୟବସାୟିକ କମ୍ପାନୀର ମୁଖ୍ୟମାନେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ନ୍ୟାହାନ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଆଜି (ମଙ୍ଗଳବାର) ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଗୁଜୁରାଟ ଗ୍ଲୋବାଲ ଟ୍ରେଡ ସୋ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

Welcome to India my brother, HH @MohamedBinZayed. It’s an honour to have you visit us. pic.twitter.com/Oj7zslR5oq

— Narendra Modi (@narendramodi) January 9, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ :- ପ୍ରାଣ ପ୍ରତିଷ୍ଠା ଉତ୍ସବ: କାଶୀ ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ସହକାରୀ ସସ୍କୃତ ପ୍ରାଧ୍ୟାପକ

ବ୍ୟବସାୟିକ ସହଯୋଗ, ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ, ସାମୂହିକ ଅଭିବୃଦ୍ଧି ଓ ନିରନ୍ତର ବିକାଶ ପାଇଁ ରଣନୀତିକ ଭାଗିଦାରୀକୁ ବଢାଇବା ପାଇଁ ଏହି ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ (VGGS) ଆୟୋଜିତ ହୋଇଆସୁଛି । VGGS ହେଉଛି ବ୍ୟବସାୟିକ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ । ଚଳିତ ବର୍ଷ ଏହି ଶିଖର ସମ୍ମିଳନୀ 10ମ ସଂସ୍କରଣରେ ପହଞ୍ଚିଥିବା ବେଳେ ଏଥିରେ 34ଟି ସହଯୋଗୀ ଦେଶ ଓ 16ଟି ସହଭାଗୀ ସଂଗଠନ ଅଂଶଗ୍ରହଣ କରୁଛନ୍ତି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀର ସହଯୋଗୀ ରାଷ୍ଟ୍ରମୁଖ୍ୟ ଓ ସଂସ୍ଥା ମୁଖ୍ୟମାନେ ଆଲୋଚନା କରିବେ । ଏହାର ଆୟୋଜନ ଗୁଜୁରାଟ ସରକାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଗାନ୍ଧୀନଗର: ଆସନ୍ତାକାଲି 10ମ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲାବାଲ ସମ୍ମିଳନୀ ପୂର୍ବରୁ ଆଜି ଅହମ୍ମଦାବାଦରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନ୍ୟାହାନଙ୍କ ସହ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଗୁଜୁରାଟ ଆସିଥିବା ଅତିଥି ରାଷ୍ଟ୍ରପତି ନ୍ୟାହାନ ଅହମ୍ମଦାବାଦ ସ୍ଥିତ ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ବାଗତ କରିଥିଲେ । ଏହା ପରେ ଉଭୟ ନେତା ଏକାଠି ମିଳିତ ରୋଡ ସୋ’ ରେ ଅଂଶଗ୍ରହଣ କରିଥିଲେ । ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ଗୋଟିଏ କାରରେ ଦେଖିବାକୁ ମିଳିଥିଲା । ଅହମ୍ମଦାବାଦରୁ ଗାନ୍ଧୀନଗର ପର୍ଯ୍ୟନ୍ତ 15 ମିନିଟ ଧରି ପ୍ରାୟ 3 କି.ମି ରାସ୍ତାରେ ଏହି ରୋଡ ସୋ’ କରିଥିଲେ ଉଭୟ ନେତା । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଆସନ୍ତାକାଲି (ବୁଧବାର) ଗାନ୍ଧୀନଗରର ଗାନ୍ଧୀ ମନ୍ଦିର କନଭେନସନ ସେଣ୍ଟରରେ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଟ୍‌(VGGS)ର 10ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ୍‌ କରିବେ । ଏଥିରେ ଏକାଧିକ ରାଷ୍ଟ୍ରମୁଖ୍ୟ ଓ ବ୍ୟବସାୟିକ କମ୍ପାନୀର ମୁଖ୍ୟମାନେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ନ୍ୟାହାନ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଆଜି (ମଙ୍ଗଳବାର) ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଗୁଜୁରାଟ ଗ୍ଲୋବାଲ ଟ୍ରେଡ ସୋ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପ୍ରାଣ ପ୍ରତିଷ୍ଠା ଉତ୍ସବ: କାଶୀ ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ସହକାରୀ ସସ୍କୃତ ପ୍ରାଧ୍ୟାପକ

ବ୍ୟବସାୟିକ ସହଯୋଗ, ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ, ସାମୂହିକ ଅଭିବୃଦ୍ଧି ଓ ନିରନ୍ତର ବିକାଶ ପାଇଁ ରଣନୀତିକ ଭାଗିଦାରୀକୁ ବଢାଇବା ପାଇଁ ଏହି ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ (VGGS) ଆୟୋଜିତ ହୋଇଆସୁଛି । VGGS ହେଉଛି ବ୍ୟବସାୟିକ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ । ଚଳିତ ବର୍ଷ ଏହି ଶିଖର ସମ୍ମିଳନୀ 10ମ ସଂସ୍କରଣରେ ପହଞ୍ଚିଥିବା ବେଳେ ଏଥିରେ 34ଟି ସହଯୋଗୀ ଦେଶ ଓ 16ଟି ସହଭାଗୀ ସଂଗଠନ ଅଂଶଗ୍ରହଣ କରୁଛନ୍ତି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀର ସହଯୋଗୀ ରାଷ୍ଟ୍ରମୁଖ୍ୟ ଓ ସଂସ୍ଥା ମୁଖ୍ୟମାନେ ଆଲୋଚନା କରିବେ । ଏହାର ଆୟୋଜନ ଗୁଜୁରାଟ ସରକାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.