ETV Bharat / bharat

PMAY-Gରେ ତ୍ରିପୁରାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି, ଖାତାକୁ ଗଲା ୭୦୦ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଆଜି (ରବିବାର) ତ୍ରିପୁରାର ୧.୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 14, 2021, 5:25 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିକାଶ ଦିଗରେ ଆଗଉଛି ଭାରତ । ଗାଁ ଗାଁରେ ସଡକଠୁ ନେଇ ଘର ସବୁ ବଦଳୁଛି। ଏ ନେଇ କେନ୍ଦ୍ର ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଆଜି (ରବିବାର) ତ୍ରିପୁରାର ୧.୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ-ଜି)ର ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଜମା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତ୍ରିପୁରାର ଅନନ୍ୟ ଜଳବାୟୁ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ‘କଚ୍ଚା' ଘରର ସଂଜ୍ଞା ବିଶେଷ ଭାବରେ ପରିବର୍ତ୍ତନ କରାଯାଇଛି । ଯାହାଫଳରେ ‘କଚ୍ଚା' ଘରେ ରହୁଥିବା ବହୁ ସଂଖ୍ୟକ ହିତାଧିକାରୀଙ୍କୁ ‘ପକ୍କା’ ଘର ନିର୍ମାଣ ପାଇଁ ଏହି ଅର୍ଥରାଶି ସହାୟକ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଉପସ୍ଥିତ ଥିଲେ । ଏହାସହ ଲୋକ ପ୍ରତିନିଧି ଓ କେନ୍ଦ୍ର ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.