ETV Bharat / bharat

ଆଜି ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jul 8, 2023, 8:10 AM IST

ଆଜି ଦୁଇଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ତେଲେଙ୍ଗାନା ଓ ରାଜସ୍ଥାନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଅଧିକ ପଢନ୍ତୁ

pm modi to visit telangana
pm modi to visit telangana

ହାଇଦ୍ରାବାଦ: ଆଜି ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ତେଲେଙ୍ଗାନାର ଓ୍ବାରଙ୍ଗଲା ଜିଲ୍ଲାକୁ ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ନାଗପୁର-ବିଜୟୱାଡା କରିଡର ଏବଂ କରିମନଗର-ୱାରଙ୍ଗାଲ ବିଭାଗର ଚାରି ଲେନ ବିଶିଷ୍ଟ NH563ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ତେଲେଙ୍ଗାନା ଗସ୍ତ ଶେଷ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ବିକାନେର ଗସ୍ତରେ ଯିବେ । ସେଠାରେ ପହଞ୍ଚିବା ପରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅମୃତସର-ଜାମନଗର ଏକ୍ସପ୍ରେସୱେ ସମେତ ଅନେକ ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବିକାନେର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସବୁଜ ଶକ୍ତି କରିଡର ପ୍ରଥମ ପର୍ଯ୍ୟାୟରେ ଆନ୍ତଃରାଜ୍ୟ ଟ୍ରାନ୍ସମିସନ ଲାଇନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପରେ ବିକାନେରରେ ଏକ ସାଧାରଣ ସଭାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-Gita Press @100: ସନାତନ ସେବାରେ 100ବର୍ଷ, ସମାରୋହରେ ଯୋଗଦେଲେ ମୋଦି

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତକୁ ବୟକଟ କରିଛି ବିଆରଏସ । ବିଆରଏସ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ କେଟି ରାମା ରାଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଦଳର କୌଣସି ବି ନେତା ଅଂଶ ଗ୍ରହଣ କରିବ ନାହିଁ । ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ମଧ୍ୟ ଉପସ୍ଥିତ ରହିବେ ନାହିଁ ବୋଲି କହିଛନ୍ତି କେଟି ରାମା ରାଓ ।

ଏହା ମଧ୍ୟ ପଢନ୍ତୁ-Gorakhpur-Lucknow Vande Bharat: ଶୁଭାରମ୍ଭ କଲେ ମୋଦି, ବର୍ଷା ସତ୍ତ୍ବେ ସ୍ବାଗତ ପାଇଁ ଲମ୍ବା ଲାଇନ

ଶୁକ୍ରବାର ଛତିଶଗଡ ଓ ଉତ୍ତରପ୍ରଦେଶ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଛତିଶଗଡ ଗସ୍ତ କରି ରାୟପୁରରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଛତିଶଗଡକୁ 7 ହଜାର କୋଟି ବ୍ୟୟର ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ । ଯୋଗାଯୋଗ, ଭିତ୍ତିଭୂମି, ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ଓ ଛତିଶଗଡବାସୀଙ୍କ ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏହାପରେ ଉତ୍ତରପ୍ରଦେଶର ବାରଣାସୀ ଗସ୍ତ କରିଥିଲେ । ସେଠାରେ ହିନ୍ଦୁ ପୁସ୍ତକ ପ୍ରକାଶନ ସଂସ୍ଥା ଗୀତା ପ୍ରେସର 100 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ । ଏଥିସହ ଉତ୍ତରପ୍ରଦେଶକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ । ଯାହା ଗୋରଖପୁର-ଲକ୍ଷ୍ନୌ ମଧ୍ୟରେ ଚଳାଚଳ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.