ETV Bharat / bharat

Modi Visit Meerut: ଆଜି ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ ମୋଦି

author img

By

Published : Jan 2, 2022, 6:52 AM IST

ଆଜି(ରବିବାର) ୟୁପି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Modi to visit Meerut on Sunday) । ଅଧିକ ପଢନ୍ତୁ

PM Modi
PM Modi

ନୂଆଦିଲ୍ଲୀ: ଆଜି (ରବିବାର) ୟୁପିର ମେରଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Modi to visit Meerut on Sunday) ।

ମେରଟ ଯାଇ ପ୍ରଥମେ ପ୍ରସ୍ତାବିତ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହି ବିଶ୍ବବିଦ୍ୟାଳୟ ସରଧାନା ସହରର ସାଲାୱା ଓ କାଇଲି ଗାଁରେ ପ୍ରତିଷ୍ଠା ହେବ । ପ୍ରାୟ 7 ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟ ଦେଶର କ୍ରୀଡାକ୍ଷେତ୍ରକୁ ବଡ ଅବଦାନ ଦେବ । ଏହାସହ ଦେଶର ଯୁବଗୋଷ୍ଠୀ ତଥା କ୍ରୀଡାବିତଙ୍କୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରସ୍ତୁତି କରିବ । ଏହାବାଦ ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ଉପରେ ତାଲିମ ନେବେ ।

ମୋଟ 91 ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କ୍ରୀଡା ବିଶ୍ବବିଦ୍ୟାଳୟରେ ଇନଡୋର ଷ୍ଟାଡିୟମ, ଫୁଟବଲ ପଡିଆ, ସିନ୍ଥେଟିକ ହକି ପଡିଆ, ସୁଇମିଂ ପୁଲ, କବାଡି ଗ୍ରାଉଣ୍ଡ, ସ୍କେଟିଂ ରିଙ୍କ, ବାସ୍କେଟବଲ କୋର୍ଟ, ହ୍ୟାଣ୍ଡବଲ, ଭଲିବଲ କୋର୍ଟ ସମେତ ଆହୁରି ଅନେକ କିଛି ନିର୍ମାଣ ହେବ । କ୍ରୀଡା କ୍ଷେତ୍ରରେ ଭାରତୀୟ ହକିର ବାଦଶାହା ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କରି ନାମରେ ଏହି କ୍ରୀଡା ବିଶ୍ବବିଦ୍ୟାଳୟକୁ ନାମିତ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିଲେ ।

ଏହି ବିଶ୍ବବିଦ୍ୟାଳୟରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଅନୁମୋଦନ କ୍ରମେ କ୍ରୀଡା କ୍ଷେତ୍ରରେ ଡିପ୍ଲୋମା, ସାର୍ଟିଫିକେଟ, ସ୍ନାତକୋତ୍ତର, ଏମ ଫିଲ୍ଡ ଓ ପିଏଚଡି ଡିଗ୍ରୀ ପ୍ରଦାନ କରାଯିବ । ନିର୍ମାଣ ହେବାକୁ ଥିବା ବିଶ୍ବବିଦ୍ୟାଳୟରେ ମୋଟ ଏକ ହଜାର ଅଶୀ(1080) କ୍ରୀଡାବିତ ରହିବା ପାଇଁ ଭିତ୍ତିଭୂମି ନିର୍ମାଣ ହେବ । ଯେଉଁଥିରେ 540 ମହିଳା ଓ 540 ପୁରୁଷ କ୍ରୀଡାବିତ ରହିପାରିବେ । ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମୋଦି ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରିବେ । ଏହା ସହ ୟୁପି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବରରେ ମୋଦି ମୋଟ 6 ଥର ୟୁପି ଗସ୍ତ କରିଛନ୍ତି । ଯେଉଁଥିରେ ଏକାଧିକ କେନ୍ଦ୍ରୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି । ସେହିପରି ଚଳିତ ମାସ ମଧ୍ୟ ଅତି କମରେ 4 ଥର ଗସ୍ତ କରିବାର ସମ୍ଭାବନା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.