ETV Bharat / bharat

ଉତ୍ତରାଖଣ୍ଡରେ ମୋଦି, ୧୩୦ କୋଟି ପ୍ରକଳ୍ପର କରିବେ ଉଦଘାଟନ - ପିଏମ ମୋଦି

ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ଅଧିକ ପଢନ୍ତୁ...

ଆଜି କେଦାରନାଥ ଯିବେ ମୋଦି
ଆଜି କେଦାରନାଥ ଯିବେ ମୋଦି
author img

By

Published : Nov 5, 2021, 6:53 AM IST

Updated : Nov 5, 2021, 7:50 AM IST

ଡେରାଡୁନ: ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର । ଆଜି(ଶୁକ୍ରବାର) ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ କେଦାରନାଥଙ୍କୁ ଦର୍ଶନ କରିବେ ମୋଦି । ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି ।

ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ୨୦୧୩ରେ ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟାରେ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଭାଙ୍ଗି ଯାଇଥିଲା । ଏହାପରେ ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ସହିତ ସରସ୍ବତୀ ଘାଟ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାକୁ ମଧ୍ୟ ଲୋକାର୍ପଣ କରିବେ । ସେଠାର ଚାଲୁଥିବା ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟର ସମୀକ୍ଷା କରିବେ ମୋଦି ।

ଗଣମାଧ୍ୟମକୁ ସୂଚନାଦେଇ କେଦାରନାଥ ମନ୍ଦିରର ଜଣେ ପୂଜକ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ସମୂର୍ଣ୍ଣ ପ୍ରସ୍ତୁତ ଅଛୁ । ସକାଳୁ ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବେ । ସେ ମହା ରୁଦ୍ରାଭିଷେକ କରିବେ ଓ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିବେ। ମୋଦିଙ୍କ ଗସ୍ତ ପାଇଁ ମନ୍ଦିରକୁ ଫୁଲରେ ସଜା ଯାଇଥିବା କହିଛନ୍ତି ପୂଜକ ।

ଉତ୍ତରାଖଣ୍ଡ ଗସ୍ତ ସମୟରେ ମୋଦି ୧୩୦ କୋଟି ଟଙ୍କା ମୂଲ୍ୟରେ ତିଆରି ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହା ମଧ୍ୟରେ ସରସ୍ବତୀ ରିଟେନିଂ ୱାଲ ଅଷ୍ଠପାଠ ଓ ଘାଟ, ମନ୍ଦାକିନ ନଦୀ ଉପରେ ଥିବା ମନ୍ଦାକିନି ରିଟେନିଂ ୱାଲ ଅଷ୍ଠପାଠ, ତୀର୍ଥ ପୁରୋହିତଙ୍କ ଘର ଓ ଗରୁଡ଼ ଛାତି ବ୍ରିଜ୍‌ ରହିଛି। ଏହବାଦ ମୋଦି ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ମୋଦିଙ୍କ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ବେଶ ଗୁରୁତ୍ବବହନ କରୁଛି ।

@ANI

Last Updated : Nov 5, 2021, 7:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.