ETV Bharat / bharat

ଫୋକସରେ ଗୁଜୁରାଟ ନିର୍ବାଚନ, ଆଜିଠୁ ଦୁଇ ଦିନିଆ ଗସ୍ତରେ ମୋଦି

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିପୁଳ ବିଜୟ ପରେ ଏବେ ଫୋକସରେ ଗୁଜୁରାଟ । ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

author img

By

Published : Mar 11, 2022, 9:17 AM IST

Updated : Mar 11, 2022, 12:44 PM IST

ଫୋକସରେ ଗୁଜୁରାଟ ନିର୍ବାଚନ, ଆଜିଠୁ ଦୁଇ ଦିନିଆ ଗସ୍ତରେ ଯିବେ ମୋଦି

ଅହମ୍ମଦାବାଦ: କାମ ଦେଇଛି ମୋଦିଙ୍କ ମ୍ୟାଜିକ୍ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବିପୁଳ ସଫଳତା । ଗେରୁଆମୟ ହୋଇଛି ଉତ୍ତରପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ । ବିଜେପିର ଏହି ଐତିହାସିକ ବିଜୟ ପରେ ଏବେ ମୋଦିଙ୍କ ଫୋକସରେ ଗୁଜୁରାଟ ନିର୍ବାଚନ । ଆସନ୍ତା ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଉପରେ ନିଜ ସମସ୍ତ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦି ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିଛନ୍ତି ।

ଆଜି ଗୁଜୁରାଟରେ ମୋଦିଙ୍କ କାର୍ଯ୍ୟକ୍ରମ:

ବିମାନ ବନ୍ଦରରୁ ବିଜେପି କାର୍ଯ୍ୟାଳୟ ଯାଏଁ ମେଗା ରୋଡ ସୋ

ମୋଦି ଆଜି ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିଛନ୍ତି । ଆଜି ଦିନ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ରାଜ୍ୟର ତୁଙ୍ଗ ବିଜେପି ନେତାମାନେ ମୋଦିଙ୍କୁ ସ୍ବାଗତ କରିଛନ୍ତି । ଏହାପରେ ୧୦ଟା ୧୫ ସମୟରେ ଏୟାରପୋର୍ଟ ଠାରୁ କୋବା ସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଯାଏଁ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ୍ ସୋ' କରିଛନ୍ତି । ଏହି ଏକ ଘଣ୍ଟାର ରୋଡ୍ ସୋ' ମଧ୍ୟରେ ବିଭିନ୍ନ ଗୁଜୁରାଟ ଦଳର ପ୍ରତିନିଧିମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ରୋଡ୍ ସୋ' ମଧ୍ୟରେ ବିମାନ ବନ୍ଦରରୁ କୋବା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି ।

ମୋଦିଙ୍କ ଏହି ମେଗା ରାଲିରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ଏନେଇ ଗୁଜୁରାଟ ପୋଲିସ ଏବଂ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଗାନ୍ଧୀନଗରରୁ ଅହମ୍ମଦାବାଦ ରାଜପଥ ମଧ୍ୟରେ ପୋଲିସ ପକ୍ଷରୁ କ୍ୟାମ୍ପ ତିଆରି ହୋଇଛି । ବଡ ବଡ ନେତା ଏବଂ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ପ୍ରତିଟି କାର୍ଯ୍ୟକ୍ରମ ସ୍ଥଳକୁ ଅନୁଧ୍ୟାନ କରୁଛନ୍ତି ।

ମୋଦିଙ୍କ କାର୍ଯ୍ୟକ୍ରମ:

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ରାଜଭବନ ଯିବେ । ସେଠାରୁ ଅପରାହ୍ନ ୪ଟା ସମୟରେ ସେ ଅହମ୍ମଦାବାଦର GMDC ପଡିଆରେ ଏକ ପଞ୍ଚାୟତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ଗୁଜୁରାଟର ବିଭିନ୍ନ ସ୍ଥାନରୁ ପଞ୍ଚାୟତ ସଦସ୍ୟଙ୍କୁ ଏକତ୍ରିତ କରିବ । ପ୍ରାୟ ୧ ଲକ୍ଷ ୪୦ ହଜାର ସଦସ୍ୟଙ୍କ ସମେତ ଗୁଜୁରାଟ ବିଜେପିର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେବେ । ଏହାପରେ ୬ଟା ସମୟରେ ପୁଣି ମୋଦି ରାଜଭବନ ପ୍ରତ୍ୟାବର୍ତ୍ତନ କରି ସେଠାରେ ରାତ୍ରିଯାପନ କରିବେ ।

ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

୧୨ ତାରିଖ ଦିନ ଅର୍ଥାତ୍ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦିନ ୧୦ଟା ସମୟରେ ରାଜଭବନରୁ ଗାନ୍ଧୀନଗର ସ୍ଥିତ ରକ୍ଷାଶକ୍ତି ବିଶ୍ବବିଦ୍ୟାଳୟ ଗସ୍ତ କରିବେ । ଏହି ବିଶ୍ବବିଦ୍ୟାଳୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରକଳ୍ପ । ଏଠାରେ ଆୟୋଜିତ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ସେ ନିଜର ଅଭିଭାଷଣ ରଖିବେ । ଏଥିସହ ଏଠାରେ ଏକ ନୂତନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠା ହେବ । ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ପୂର୍ବାହ୍ନ ୧ଟା ସମୟରେ ରାଜଭବନ ଫେରିବେ ମୋଦି ।

ସର୍ଦ୍ଦାର ପଟେଲ ଷ୍ଟାଡିୟମରେ କାର୍ଯ୍ୟକ୍ରମ

ରକ୍ଷାଶକ୍ତି ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜଭବନ ଫେରିବା ପରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ଟା ସମୟରେ ସେଠାରୁ ନଭରଙ୍ଗପୁରାରେ ଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିବେ । ଷ୍ଟାଡିୟମରେ ଅନୁଷ୍ଠିତ ଖେଳ ମହାକୁମ୍ଭ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୋଦି । ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଖେଳ ମହାକୁମ୍ଭ ଆରମ୍ଭ ହୋଇଥିଲା । ଚଳିତ ବର୍ଷର ଖେଳ ମହାକୁମ୍ଭ 40 ଲକ୍ଷରୁ ଅଧିକ ପ୍ରତିଯୋଗୀଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ପୁନର୍ବାର ରାତି 8 ଟାରେ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରୁ ଅହମ୍ମଦାବାଦ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ ଏବଂ ସେଠାରେ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତର ଉଦ୍ଦେଶ୍ୟ

ଗୁଜୁରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ । ଏଠାରେ ଚଳିତ ବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ପରେ ମୋଦି ଗୁଜୁରାଟରେ ମଧ୍ୟ ନିଜ ମ୍ୟାଜିକ୍ ଚଳାଇବାର ଯୋଜନାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦି ନିଜ ଗସ୍ତ ସମୟରେ ଗୁଜୁରାଟର ଲକ୍ଷ ଲକ୍ଷ ଲୋକଙ୍କ ସହ ସିଧାସଳଖ କଥା ହେବେ । ଯାହାର ପ୍ରଭାବ ଲୋକଙ୍କ ମଧ୍ୟ ଦୀର୍ଘଦିନ ରହିବ । ଏପରିକି ମୋଦି ଦିଲ୍ଲୀ ଫେରିବା ପରେ ମଧ୍ୟ ଗୁଜୁରାଟ ବିଜେପି ଜନସମ୍ପର୍କ ଅଭିଯାନ ଜାରି ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2022, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.