ETV Bharat / bharat

ଆଜି G-20 ସମ୍ମିଳନୀରେ ଯୋଗ ଦେବେ ମୋଦି: ପାଗ-ପରିବେଶ ଉପରେ ଆଲୋଚନା - Glasgow next for COP26

ଆଜି(ରବିବାର)ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଅଧିବେଶନ । ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶକୁ ଗୁରୁତ୍ବ ଦେଇ ଜାତିସଂଘର COP26 ଜଳବାୟୁ ଶିଖର ସମ୍ମିଳନୀରେ ପ୍ରାୟ 200 ଦେଶ ଅଂଶଗ୍ରହଣ କରିବ । ଅଧିକ ପଢନ୍ତୁ...

ଆଜି G-20 ସମ୍ମିଳନୀରେ ଯୋଗଦେବେ ମୋଦି
ଆଜି G-20 ସମ୍ମିଳନୀରେ ଯୋଗଦେବେ ମୋଦି
author img

By

Published : Oct 31, 2021, 7:13 AM IST

ରୋମ୍: ଆଜି(ରବିବାର) ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଅଧିବେଶନ । ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶକୁ ଗୁରୁତ୍ବ ଦେଇ ଜାତିସଂଘର COP26 ଜଳବାୟୁ ଶିଖର ସମ୍ମିଳନୀରେ ପ୍ରାୟ 200 ଦେଶ ଅଂଶଗ୍ରହଣ କରିବ ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋମରେ ଅଛନ୍ତି । ଇଟାଲୀ ପ୍ରତିପକ୍ଷ ମାରିଓ ଦ୍ରାଘିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ରୋମ ଗସ୍ତରେ ଅଛନ୍ତି । ସେଠାରେ26 ତମ ସମ୍ମିଳନୀ (COP26) ରେ ଯୋଗଦେବା ପାଇଁ ବ୍ରିଟେନର ଗ୍ଲାସଗୋ ଯାତ୍ରା କରିବେ। ମିଳିତ ଜାତିସଂଘର ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେବ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ୍ୟ ରହିଛି ।

ପ୍ରକାଶ ଥାଉ କି, ରୋମରେ ଆରମ୍ଭ ହୋଇଥିବା ଷୋଡ଼ଶ ଜି-୨୦ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜଳବାୟୁ ପ୍ରସଙ୍ଗ ଓ ବିଶ୍ବ ବ୍ୟାପି କୋଭିଡ ମୁକାବିଲା ଉପରେ ଗୁରୁତ୍ବ ଦେଇଥିଲେ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି.ସି. ଲୁଙ୍ଗଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ନେତା ଆଗାମୀ ଜଳବାୟୁ ସମ୍ବନ୍ଧିତ ସମ୍ମିଳନୀ COP୨୬ରେ ଜଳବାୟୁ ମୁକାବିଲା ଉପରେ ବିସ୍ତୃତ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ଉଭୟ ନେତା ବିଶ୍ଵବ୍ୟାପୀ ଦେଖା ଦେଇଥିବା କୋଭିଡ ମହାମାରୀର ମୁକାବିଲା ନିମନ୍ତେ କିଭଳି ଟୀକାକରଣକୁ ତ୍ବରାନ୍ବିତ କରାଯାଇ ପାରିବ ଓ ରୋଗ ପାଇଁ ଔଷଧ ବ୍ୟବସ୍ଥା କରାଯାଇ ପାରିବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଭାରତୀୟ ଲୋକଙ୍କୁ ସିଙ୍ଗାପୁର ସରକାର ଯୋଗାଇ ଦେଇଥିବା ସହାୟତା ପାଇଁ ପ୍ରଶଂସା କରିଥିଲେ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ନେତା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆଗାମୀ ଦିନରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଜି-୨୦ ସଦସ୍ୟ ଦେଶଗୁଡ଼ିକର ରାଷ୍ଟ୍ର ମୁଖ୍ୟ, ୟୁରୋପୀୟ ସଂଘ ଦେଶଗୁଡ଼ିକର ରାଷ୍ଟ୍ର ମୁଖ୍ୟ, ଆମନ୍ତ୍ରିତ ଦେଶଗୁଡ଼ିକର ରାଷ୍ଟ୍ର ମୁଖ୍ୟ ଓ ଆନ୍ତର୍ଜାତିକ ସଂଗଠନ ଗୁଡ଼ିକର ମୁଖ୍ୟମାନେ ଯୋଗ ଦେଉଛନ୍ତି । ଚଳିତ ବର୍ଷର ଜି୨୦ ଶିଖର ବୈଠକର ଶୀର୍ଷକ “ଜନସାଧାରଣ, ବିଶ୍ବ ଓ ସମୃଦ୍ଧି” ରହିଛି। ଶିଖର ବୈଠକରେ ଅର୍ଥନୈତିକ ଓ ସ୍ବାସ୍ଥ୍ୟ କ୍ଷେତ୍ରର ସୁଧାର, ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ବାରୋପ କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.