ETV Bharat / bharat

Mann Ki Baat: ଆଜି ମନ କଥା କହିବେ ମୋଦି

ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 89th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହା 89ତମ ସଂସ୍କରଣ । ଅଧିକ ପଢନ୍ତୁ

author img

By

Published : May 29, 2022, 7:10 AM IST

Updated : May 29, 2022, 7:50 AM IST

ଆଜି ମନ କଥା କହିବେ ମୋଦି
ଆଜି ମନ କଥା କହିବେ ମୋଦି

ନୂଆଦିଲ୍ଲୀ: ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 89th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହା 89ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ବିଧାନସଭା ନିର୍ବାଚନରେ ବିରାଟ ବିଜୟ ପରେ ତୃତୀୟ ଥର ପାଇଁ ମନ କଥା କହିବେ ମୋଦି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ଏପ୍ରିଲ 24ରେ 88ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମ୍ୟୁଜିୟମଠୁ ନେଇ ମ୍ୟାଥ ବିଷୟରେ ଆଲୋଚନା କରିଥିଲେ ମୋଦି । ସଂଗ୍ରହାଳୟ ବିଷୟରେ ଆଲୋଚନା କରି ଦେଶକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମିଳିଛି ବୋଲି କହିଥିଲେ । ଦେଶର ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ବିଷୟରେ ଜାଣିବା ଆମ ପାଇଁ ଏକ ଗର୍ବର ବିଷୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Last Updated : May 29, 2022, 7:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.