ETV Bharat / bharat

ବାରଣାସୀରେ କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 18, 2021, 10:34 AM IST

ଆଜି ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଡନ୍ତୁ...

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା
ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରେ କୋଭିଡ ସ୍ଥିତି ସମୀକ୍ଷା କରିବେ । ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହି ବୈଠକରେ କୋରୋନା ଯୁଦ୍ଧରେ ସାମିଲ ଥିବା ସ୍ଥାନୀୟ ପ୍ରଶାସନ ଓ ଡାକ୍ତରମାନେ ଉପସ୍ଥିତ ରହିବେ । ପ୍ରମୁଖ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଏବଂ ଡାକ୍ତରମାନଙ୍କୁ ନେଇ ଏହି ବୈଠକ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପୂର୍ବରୁ ଶନିବାରେ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ପ୍ରମୁଖ ଅଧିକାରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ସାମ୍ପତିକ କୋଭିଡ ସ୍ଥିତି ଓ ଟୀକାକରଣ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଭାରତ ଜାନୁଆରୀ 16ରୁ ଦେଶବ୍ୟାପୀ କୋଭିଡ ଟୀକାକରଣ ପ୍ରକ୍ରିୟା ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.