ETV Bharat / bharat

ଆଜି PM-KISANର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

author img

By

Published : Aug 8, 2021, 10:56 AM IST

Updated : Aug 9, 2021, 6:15 AM IST

ଆଜି(ସୋମବାର)ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ କିଷାନ) ଯୋଜନା ଅଧିନରେ ଆର୍ଥିକ ଲାଭର ଚଳିତ ବର୍ଷର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ । 9.75 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ଲାଭବାନ ହେବେ । ଅଧିକ ପଢନ୍ତୁ....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କୃଷି ଓ କୃଷକର ସମୃ୍ଦ୍ଧି ପାଇଁ କେନ୍ଦ୍ର ସରକାର ପିଏମ-କିଷାନ ଯୋଜନାର କଳ୍ପନା କରିଛନ୍ତି । ଆଜି(ସୋମବାର) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ କିଷାନ) ଯୋଜନା ଅଧିନରେ ଆର୍ଥିକ ଲାଭର ଚଳିତ ବର୍ଷର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ । 9.75 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ଲାଭବାନ ହେବେ ।

ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ । 9.75 କୋଟିରୁ ଅଧିକ ହିତାଧିକାରୀ କୃଷକଙ୍କୁ ୧୯ ହଜାର ୫୦୦ କୋଟିର କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର କୃଷକ ହିତାଧିକାରୀଙ୍କ ସହିତ କଥା ହେବା ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

PM-KISAN ଯୋଜନା ଅଧିନରେ କୃଷକ ପରିବାରକୁ ବାର୍ଷିକ ୬ହଜାର ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ସମାନ ଚାରି ମାସିକ କିସ୍ତିରେ ମାସକୁ 2000 ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ 1.38 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି କୃଷକ ପରିବାରକୁ ହସ୍ତାନ୍ତର କରାଯାଇସାରିଛି ।

ଆଜି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ରହିବେ । ପୂର୍ବରୁ ମେ ୧୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୮ମ କିସ୍ତି ଆର୍ଥିକ ଲାଭ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ଦେଶରେ କୃଷି ପାଇଁ ସରକାର ଲଗାତାର ଭାବରେ ନୂଆ ସମାଧାନ, ନୂଆ ବିକଳ୍ପ ଉପଲବ୍ଧ କରିଛନ୍ତି । ଜୈବିକ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

@ANI

Last Updated : Aug 9, 2021, 6:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.