ETV Bharat / bharat

PM Visit Punjab: ନିର୍ବାଚନ ପୂର୍ବରୁ ପଞ୍ଜାବକୁ ମିଳିବ 42 ହଜାର କୋଟିର ପ୍ରକଳ୍ପ ଉପହାର

author img

By

Published : Jan 5, 2022, 8:37 AM IST

ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଫିରୋଜପୁର ଗସ୍ତ କରିବେ (PM modi Visit Punjab today) । ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨ ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ପଞ୍ଜାବକୁ ମିଳିବ 42 ହଜାର କୋଟିର ପ୍ରକଳ୍ପ ଉପହାର

ନୂଆଦିଲ୍ଲୀ: ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଫିରୋଜପୁର ଗସ୍ତ କରିବେ (PM modi Visit Punjab today) । ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨ ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ, ଅମୃତସର-ଉନା ସେକ୍ସନର ଚାରି ଲେନ, ମୁକେରିଆନ - ତଲୱାର ନୂତନ ବ୍ରଡ ଗଜ ରେଳ ଲାଇନ, ଫିରୋଜେପୁର ଠାରେ ପିଜିଆଇ ସାଟେଲାଇଟ କେନ୍ଦ୍ର ଓ କପୁରଥାଲା ଓ ହୋଶିଆରପୁରର ଦୁଇଟି ନୂତନ ମେଡିକାଲ କଲେଜ ରହିଛି ।

ସମଗ୍ର ଦେଶରେ ଯୋଗାଯୋଗକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଅନୁଯାୟୀ ପଞ୍ଜାବରେ ଏକାଧିକ ଜାତୀୟ ରାଜପଥ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ରାଜ୍ୟରେ ଜାତୀୟ ରାଜପଥଗୁଡିକର ମୋଟ ଦୈର୍ଘ୍ୟ ଦୁଇଗୁଣରୁ ଅଧିକ ସହିତ ୨୦୧୪ରେ ପ୍ରାୟ ୧୭୦୦ କିଲୋମିଟରରୁ ୨୦୨୧ ମସିହାରେ ୪୧୦୦ କିଲୋମିଟରରୁ ଅଧିକ ହୋଇଛି । ୬୬୯ କିଲୋମିଟର ଦୈର୍ଘ୍ୟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ପ୍ରାୟ ୩୯ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହା ଦିଲ୍ଲୀରୁ ଅମୃତସର ଏବଂ ଦିଲ୍ଲୀରୁ କଟ୍ରା ପର୍ଯ୍ୟନ୍ତ ଯାତ୍ରା ସମୟକୁ ଅଧା କରିଦେବ । ଏହି ନୂତନ ଏକ୍ସପ୍ରେସୱେ ପ୍ରମୁଖ ଶିଖ ଧର୍ମପୀଠ ସୁଲତାନପୁର ଲୋଧି, ଗୋଣ୍ଡୱାଲ ସାହିବ, ଖଦୁର ସାହିବ, ତାରନ ତାରନ ଏବଂ କଟ୍ରାସ୍ଥିତ ବୈଷ୍ଣୋ ଦେବୀଙ୍କ ପବିତ୍ର ହିନ୍ଦୁ ମନ୍ଦିରର ସ୍ଥାନ ଗୁଡିକୁ ସଂଯୋଗ କରିବ । ଏହି ଏକ୍ସପ୍ରେସୱେ ତିନିଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ହରିୟାଣା, ଚଣ୍ଡିଗଡ, ପଞ୍ଜାବ ଏବଂ ଜାମ୍ମୁକାଶ୍ମୀର ପ୍ରମୁଖ ଆର୍ଥିକ କେନ୍ଦ୍ର ଯଥା ଅମ୍ବାଲା, ଚଣ୍ଡିଗଡ, ମୋହାଲି, ସାଙ୍ଗୁର, ପଟିଆଲା, ଲୁଧିଆନା, ଜଳନ୍ଧର, କପୁରଥାଲା, କାଠୁଆ ଏବଂ ଶାମ୍ବା ଆଦିକୁ ସଂଯୋଗ କରିବ ।

ସେହିପରି ଅମୃତସର-ଭଟିଣ୍ଡା-ଜାମନଗର ଅର୍ଥନୈତିକ କରିଡର, ଦିଲ୍ଲୀ - ଅମୃତସର - କଟ୍ରା ଏକ୍ସପ୍ରେସୱେ, ଉତ୍ତର-ଦକ୍ଷିଣ କରିଡର ଏବଂ କଙ୍ଗରା-ହାମିରପୁର-ବିଳାସପୁର-ଶିମଲା କରିଡରକୁ ସଂଯୋଗ କରିବ । ଏହା ଘୋମନ, ଶ୍ରୀ ହରଗୋବିନ୍ଦପୁର ଏବଂ ପୁଲପୁକଟା ଟାଉନ (ପ୍ରସିଦ୍ଧ ଗୁରୁଦ୍ୱାର ପୁଲପୁକଟା ସାହିବଙ୍କ ଘର) ରେ ଧାର୍ମିକ ସ୍ଥାନଗୁଡିକର ସଂଯୋଗକୁ ବିକଶିତ କରିବାରେ ସାହାଯ୍ୟ କରିବ ।

ଏହାବାଦ ପ୍ରଧାନମନ୍ତ୍ରୀ ୪୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ମୁକେରିଆନ ଏ ତଲୱାର ମଧ୍ୟରେ ପ୍ରାୟ ୨୭ କିଲୋମିଟର ଦୈର୍ଘ୍ୟର ଏକ ନୂତନ ବ୍ରଡ ଗଜ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ରେଳ ଲାଇନ ନାଙ୍ଗାଲ ଡ୍ୟାମ-ଦୌଲତପୁର ଚୌକ ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଏହି ଅଞ୍ଚଳରେ ଏହା ଏକ ସବୁଦିନିଆ ପରିବହନ ମାଧ୍ୟମ ଯୋଗାଇବ । ଏହି ପ୍ରକଳ୍ପ ମଧ୍ୟ ସାମରିକ ପାଇଁ ଗୁରୁତ୍ୱ ବହନ କରିବ। କାରଣ ଏହା ଜାମ୍ମୁ କାଶ୍ମୀରର ଏକ ବିକଳ୍ପ ମାର୍ଗ ଭାବରେ କାର୍ଯ୍ୟ କରିବ । ମୁକେରିଆନ ଠାରେ ଥିବା ଜଲନ୍ଧର-ଜାମ୍ମୁ ରେଳ ଲାଇନରେ ଯୋଡି ହେବ । ଏହି ପ୍ରକଳ୍ପ ପଞ୍ଜାବର ହୋଶିଆରପୁର ଏବଂ ହିମାଚଳ ପ୍ରଦେଶର ଉନା ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।

ସେହିପରି ପଞ୍ଜାବର ତିନୋଟି ସହରରେ ନୂତନ ଚିକିତ୍ସା ଭିତ୍ତିଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଫିରୋଜେପୁରର ୧୦୦ ଶଯ୍ୟା ବିଶିଷ୍ଟ ପିଜିଆଇ ସାଟେଲାଇଟ ସେଣ୍ଟର ୪୯୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବ । ଏହା ୧୦ଟି ବର୍ଗ ଯଥା ଆଭ୍ୟନ୍ତରୀଣ ଔଷଧ, ଜେନେରାଲ ସର୍ଜରୀ, ଅର୍ଥୋପେଡିକ୍ସ, ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ସର୍ଜରୀ, ସ୍ତ୍ରୀ ଓ ପ୍ରସୂତୀ ରୋଗ, ପେଡିଆଟ୍ରିକ୍ସ, ଚକ୍ଷୁ ଚିକିତ୍ସା, ଇଏନଟି ଏବଂ ମାନସିକ ସ୍ୱାସ୍ଥ୍ୟ-ଔଷଧରେ ସେବା ପ୍ରଦାନ କରିବ । କପୁରଥାଲା ଏବଂ ହୋଶିଆରପୁରର ଦୁଇଟି ମେଡିକାଲ କଲେଜରେ ପ୍ରାୟ ୧୦୦ଟି ଆସନ ବିଶିଷ୍ଟ ପାଇଁ ୩୨୫ କୋଟି ଖର୍ଚ୍ଚ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.