ନୂଆଦିଲ୍ଲୀ: ଶିକ୍ଷକ ପର୍ବକୁ ଉଦଘାଟନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭ ସେପ୍ଟେମ୍ବର ଅର୍ଥାତ ମଙ୍ଗଳବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମଣର ଉଦଘାଟନ ସହ ଭିସି ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଅବସରରେ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଶୁଭାରମ୍ଭ ହେବ ।
ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷ ଯଥା ଶ୍ରୁତିବାଧିତଙ୍କ ପାଇଁ ଅଡିଓ ଓ ଟେକ୍ସଟ୍ ଏମ୍ବେଡେଡ ସାଙ୍କେତିକ ଭାଷା, ଦୃଷ୍ଟିହୀନଙ୍କ ପାଇଁ କଥାକୁହା ବା ଅଡିଓ ବହି, ସ୍କୁଲ ଗୁଣାତ୍ମକ ଓ CBSE ଆସେସମେଣ୍ଟ ଫ୍ରେମୱାର୍କର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସେହିପରି NIPUN ଭାରତ ଓ ବିଦ୍ୟାଞ୍ଜଳୀ ପୋର୍ଟାଲ ପାଇଁ NISHTHA ଟିଚର୍ସ ଟ୍ରେନିଂ ପ୍ରୋଗ୍ରାମର ମଧ୍ୟ ଆରମ୍ଭ ହେବ ।
ଚଳିତବର୍ଷ ଶିକ୍ଷକ ପର୍ବ ୨୦୨୧ର ଥିମ୍ ରହିବ 'Quality and Sustainable Schools: Learnings from Schools in India' । ଶିକ୍ଷା ପର୍ବ କେବଳ ସବୁ ସ୍ତରର ଶିକ୍ଷାକୁ ସୁନିଶ୍ଚିତ କରିବନି, ବରଂ ସମଗ୍ର ଦେଶର ସ୍କୁଲରେ ଗୁଣାତ୍ମକ ବୃଦ୍ଧି ଓ ସ୍ଥିରତାରେ ସୁଧାର ପାଇଁ ନୂଆ ପ୍ରତିଶ୍ରୁତିକୁ ପ୍ରୋତ୍ସାହନ ଦେବାର କାର୍ଯ୍ୟ ମଧ୍ୟ କରିବ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ରଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।