ETV Bharat / bharat

ଆଜି CWG ଖେଳାଳିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By

Published : Jul 20, 2022, 9:28 AM IST

ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମନୱେଲଥ (commonwealth Games) ଭାରତୀୟ କଣ୍ଟିଜେଣ୍ଟଙ୍କ ସହିତ କଥା ହେବେ । ଅଧିକ ପଢନ୍ତୁ

pm modi
pm modi

ନୂଆଦିଲ୍ଲୀ: ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମନୱେଲଥ (commonwealth Games) ଭାରତୀୟ କଣ୍ଟିଜେଣ୍ଟଙ୍କ ସହିତ କଥା ହେବେ । ଭିଡିଓ କନଫରେନ୍ସି ଜରିଆରେ ଖେଳାଳିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଆଥଲେଟମାନଙ୍କ ସହ କଥା ହୋଇ ସେମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେବେ ମୋଦି । ପୂର୍ବରୁ ଅଲମ୍ପିକ୍ସ ଖେଳାଳିଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଏପରି କଥା ହୋଇଛନ୍ତି । ଏହା କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇଥାଏ ।

ପ୍ରଧାନମନ୍ତ୍ରୀଙ୍କ ଏହି ପାରସ୍ପରିକ କଥାବାର୍ତ୍ତା ପ୍ରମୁଖ କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ କରିବା ପୂର୍ବରୁ ଆଥଲେଟମାନଙ୍କୁ ଉତ୍ସାହିତ କରିବା । ଏହା ତାଙ୍କର ନିରନ୍ତର ପ୍ରୟାସର ଏକ ଅଂଶ । ଗତ ବର୍ଷ ପ୍ରଧାନମନ୍ତ୍ରୀ ଟୋକିଓ 2020 ଅଲିମ୍ପିକ୍ସର ଭାରତୀୟ ଆଥଲେଙ୍କ ଓ ପାରାଲିମ୍ପିକ୍ସ ଖେଳାଳିଙ୍କ ସହ କଥା ହୋଇଥିଲେ ।

କ୍ରୀଡା ଇଭେଣ୍ଟ ସମୟରେ ଆଥଲେଟଙ୍କ ଅଗ୍ରଗତି ପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ଦେଇଛନ୍ତି । ଅନେକ ସମୟରେ, ସେ ବ୍ୟକ୍ତିଗତ ଭାବରେ ଆଥଲେଟମାନଙ୍କୁ ସେମାନଙ୍କ ସଫଳତା ଏବଂ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି । ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଥଲେଟଙ୍କ ସହ ସାକ୍ଷାତ କର ସେମାନଙ୍କ ସଫଳତା ଯାତ୍ରା ବିଷୟରେ କଥା ହୋଇଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉ କି, ବର୍ମିଂହାମରେ ଜୁଲାଇ 28ରୁ କମନୱେଲଥ ଗେନ୍ସ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ 8 ତାରିଖ ଯାଏ ଚାଲିବ । ଭାରତ ପକ୍ଷରୁ CWG 2022ରେ ମୋଟ 215 ଆଥଲେଟ୍ 141ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.