ETV Bharat / bharat

ଆଜି ଉତ୍ତରାଖଣ୍ଡ ବିଶ୍ବ ନିବେଶକ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ବିଶ୍ବ ନିବେଶକ ସମ୍ମିଳନୀ ଉଦଘାଟନ କରିବେ ମୋଦି

Modi to Inaugurate Global Investors Summit: ଉତ୍ତରାଖଣ୍ଡର ଡେରାଡୁନ୍‌ରେ ହେବାକୁ ଥିବା ଦୁଇଦିନିଆ ବିଶ୍ବ ନିବେଶକ ସମ୍ମିଳନୀରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

uttarakhand global investors summit
ବିଶ୍ବ ନିବେଶକ ସମ୍ମିଳନୀ ଉଦଘାଟନ କରିବେ ମୋଦି
author img

By ETV Bharat Odisha Team

Published : Dec 8, 2023, 8:01 AM IST

Updated : Dec 8, 2023, 1:22 PM IST

ଡେରାଡୁନ: ଆଜିଠୁ ଉତ୍ତରାଖଣ୍ଡର ଡେରାଡୁନରେ ଦୁଇ ଦିନିଆ ବିଶ୍ବ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗ୍ଲୋବାଲ ସମ୍ମିଳନୀର ଉଦଘାଟନ କରିବେ । ଏହି ଅବସରରେ ଦେବଭୂମି ପାଇଁ 44କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଡେରାଡୁନ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଏହି ସମ୍ମିଳନୀ ଆୟୋଜିତ ହେବ । ସମ୍ମିଳନୀରେ ଦେଶ ବିଦେଶର 1 ହଜାରୁ ଅଧିକ ନିବେଷକ ଓ ପ୍ରତିନିଧି ସାମିଲ ହେବେ । ସମ୍ମିଳନୀର ଉଦଘାଟନ ସହିତ ସେଠାରେ ଜନସଭାକୁ ସମ୍ବୋଧିନ କରିବେ ପ୍ରଧାନମନ୍ତ୍ରୀ ।

  • आदरणीय प्रधानमंत्री श्री @narendramodi जी के विजन के अनुरूप उत्तराखण्ड को देश के अग्रणी राज्यों में शामिल करने के लिए "उत्तराखण्ड ग्लोबल इनवेस्टर्स समिट-2023" का आयोजन किया जा रहा है।

    FRI, देहरादून में आगामी 8 दिसंबर को यशस्वी प्रधानमंत्री जी के कर कमलों से इस इनवेस्टर्स समिट का… pic.twitter.com/hmA6zLptWA

    — Pushkar Singh Dhami (@pushkardhami) December 6, 2023 " class="align-text-top noRightClick twitterSection" data=" ">

ବିଶ୍ବ ନିବେଶକ ସମ୍ମିଳନୀ 2023ରେ ବିଷୟବସ୍ତୁ ରହିଛି, ''ପିସ୍ ଟୁ ପ୍ରସପରିଟି'' (Peace to Prosperity) ଅର୍ଥାତ ଶାନ୍ତିରୁ ପ୍ରଗତି । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ସକାଳ 9ଟାରେ ସମ୍ମିଳନୀରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡରେ ନିବେଶର ଏକ ଆକର୍ଷଣ କେନ୍ଦ୍ର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସମ୍ମିଳନୀରୁ ରାଜ୍ୟ ପାଇଁ 2.5 ଲକ୍ଷ କୋଟିର ନିବେଶ ଆସିବ ଟାର୍ଗେଟ ରଖାଯାଇଛି । ଏନେଇ ଶିଳ୍ପଗୋଷ୍ଠୀ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି ।

ନିବେଶ ଓ ସ୍ଥାନୀୟ ଉତ୍ପାଦର ପ୍ରସାର ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଦୁଇ ଦିନ ଧରି ଏହି ସମ୍ମିଳନୀ ଚାଲିବ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲଣ୍ଡନ, ବର୍ମିହାମ୍, ଆବୁଧାବି, ଦୁବାଇ ଓ ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ ଓ ମୁମ୍ବାଇରୁ ରାଜ୍ୟ ପାଇଁ ବିପୁଳ ନିବେଶ ଆସିଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ 2023 'ଉତ୍ତରାଖଣ୍ଡକୁ ଏକ ନୂଆ ନିବେଶ ଲକ୍ଷ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ପଦକ୍ଷେପ ।

ଏହା ବି ପଢନ୍ତୁ...ପ୍ରଥମ ଭାରତୀୟ କଳା ସ୍ଥାପତ୍ୟ ଡିଜାଇନ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସମ୍ମିଳନୀ ବାବଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ''ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତଙ୍କୁ ସ୍ବାଗତ କରୁଛି । ଉତ୍ତରାଖଣ୍ଡ ଥିମ ଉପରେ ଆଧାରିତ ଗ୍ଲୋବାଲ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇକୋଲୋଜି ଓ ଇକୋନୋମିର ସମନ୍ବୟ ସୃଷ୍ଟି କରି ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ନେଇ ଦେବଭୂମିକୁ ବିଶ୍ବରେ ଅଗ୍ରଣୀ ରାଜ୍ୟ ବନାଇବାର ସ୍ବପ୍ନ ସାକାର କରିବା ।''

Last Updated : Dec 8, 2023, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.