ETV Bharat / bharat

ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : Nov 16, 2021, 9:02 AM IST

ଆଜି (ମଙ୍ଗଳବାର) ଉତ୍ତର ପ୍ରଦେଶରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲା କରୱାଲ ଖେରୀରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧ଟା ୩୦ରେ ଏହି କାର୍ଯ୍ୟକ୍ରମ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଏକ୍ସପ୍ରେସ-ୱେ ଉତ୍ତରପ୍ରଦେଶର ପୂର୍ବ ଅଞ୍ଚଳର ରାଜ୍ୟ ରାଜଧାନୀ ଲକ୍ଷ୍ନୌ ସହିତ ସଡ଼କ ସଂଯୋଗକୁ ବୃଦ୍ଧି କରିବ ।

୩୪୧ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ-ୱେ ଲକ୍ଷ୍ନୌର ଚଉଦସରାଇରୁ ଆରମ୍ଭ ହୋଇ ଲକ୍ଷ୍ନୌ-ସୁଲତାନପୁର ରାସ୍ତା(ଏମଏଚ-୭୩୧) ହାଇଦରାଇ ଜାତୀୟ ରାଜପଥ ୩୧ରେ ସମାପ୍ତ ହୋଇଛି । ଏହା ସହିତ ଉତ୍ତରପ୍ରଦେଶ-ବିହାର ସୀମାକୁ ୧୮ କିଲୋମିଟର ଲମ୍ବିଛି । ଏହି ଏକ୍ସପ୍ରେସ ୱେ ୬ ଲେନ ବିଶିଷ୍ଟ ରହିଛି । ଭବିଷ୍ୟତରେ ଏହାକୁ ୮ ଲେନ କରିବାକୁ ଲକ୍ଷ୍ୟ ରଖାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏହା ଅନ୍ୟତମ ସମ୍ମାନଜନକ ପ୍ରକଳ୍ପ । ୨୨.୫୦୦ କୋଟି ବ୍ୟୟରେ ନିର୍ମାଣ ହେବ ଏହି ପ୍ରକଳ୍ପ । ଏହି ଏକ୍ସପ୍ରେସ-ୱେ ଲକ୍ଷ୍ନୌ, ବାରବାଙ୍କି, ଫୈଜାବାଦ, ଆମ୍ବେଦକର ନଗର, ଆମେଠି, ସୁଲତାନପୁର, ଆଜମଗଡ, ମଉ ଏବଂ ଗାଜିପୁର ସମେତ ୯ଟି ଜିଲ୍ଲା ଦେଇ ଗତି କରିବ ।

ଏହି ୱେ ନିର୍ମାଣ ପରେ ପ୍ରତିଦିନ 15,000-20,000 ଯାନ ଚଳାଚଳ କରିବ । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (UPEIDA) ଏକ୍ସପ୍ରେସ-ୱେରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛି । ବିପଥଗାମୀ ପଶୁମାନଙ୍କୁ ରୋକିବା ପାଇଁ ଏଥିରେ ଉନ୍ନତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ରହିବ । ଏହି ୱେ ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅଧିକ ଶକ୍ତି ଯୋଗାଇବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.