ETV Bharat / bharat

Modi Visit Northeast: ଆଜି ତ୍ରିପୁରା ଓ ମଣିପୁର ଯିବେ ମୋଦି

author img

By

Published : Jan 4, 2022, 6:11 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ମଣିପୁର ଓ ତ୍ରିପୁରା ଗସ୍ତରେ ଯିବେ (Prime Minister Narendra Modi visit to Manipur and Tripura) । ସକାଳ ୧୧ଟା ରେ ଇମ୍ଫାଲରେ ୪ ହଜାର ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

v
Modi Visit Northeast

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ମଣିପୁର ଓ ତ୍ରିପୁରା ଗସ୍ତରେ ଯିବେ (Prime Minister Narendra Modi visit Manipur and Tripura) । ସକାଳ ୧୧ଟା ରେ ଇମ୍ଫାଲରେ ପ୍ରଧାନମନ୍ତ୍ରୀ ୪ ହଜାର ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପରେ ଦ୍ବିପ୍ରହର ୨ ଟାରେ ଅଗରତାଲାରେ ମହାରାଜା ବୀର ବିକ୍ରମ ବିମାନ ବନ୍ଦର ଠାରେ ନୂତନ ସମନ୍ବିତ ଟର୍ମିନାଲ ଭବନର ଉଦଘାଟନ କରିବେ ।

ମଣିପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ମଣିପୁରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧ ହଜାର ୮୫୦ କୋଟି ଟଙ୍କା ମୂଲ୍ୟର ୧୩ ଟି ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨ ହଜାର ୯୫୦ କୋଟି ଟଙ୍କା ମୂଲ୍ୟର ୯ ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ସଡକ, ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ବାସଗୃହ, ସୂଚନା ପ୍ରଯୁକ୍ତି, ଦକ୍ଷତା ବିକାଶ, କଳା ଓ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ର ।

ଉତ୍ତର ପୂର୍ବାଞ୍ଚଳର ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ୧ ହଜାର ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ପାଞ୍ଚ ଟି ଜାତୀୟ ରାଜପଥ ନିର୍ମାଣର ଶିଳାନ୍ୟାସ କରିବେ । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଯାହା ଇମ୍ଫାଲରୁ ସିଲଚର ପର୍ଯ୍ୟନ୍ତ ବର୍ଷ ସାରା ଅବାଧ ସଂଯୋଗୀକରଣକୁ ବୃଦ୍ଧି କରିବ, ଯାନବାହନର ଭିଡକୁ କମ କରିବ । ତାହା ହେଉଛି ବାରାକ ନଦୀ ଉପରେ NH- ୩୭ ଉପରେ ୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ଷ୍ଟିଲ ପୋଲର ନିର୍ମାଣ ।

ଏହାବାଦ ପ୍ରଧାନମନ୍ତ୍ରୀ ପ୍ରାୟ ୧୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨,୩୮୭ ଟି ମୋବାଇଲ ଟାୱାରକୁ ମଣିପୁରରବାସୀଙ୍କ ପାଇଁ ଉତ୍ସର୍ଗ କରିବେ । ଏହା ରାଜ୍ୟର ମୋବାଇଲ ସଂଯୋଗୀକରଣ ଦିଗରେ ଏକ ବଡ ପଦକ୍ଷେପ ହେବ । ସେହିପରି ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଉଦଘାଟିତ କରିବାକୁ ଥିବା ପ୍ରକଳ୍ପ ଗୁଡିକରେ ରହିଛି ୨୮୦ କୋଟି ଟଙ୍କାରେ ନିର୍ମିତ ‘ଥୌବଲ ବହୁମୁଖୀ ପ୍ରକଳ୍ପ । ଯାହା ଇମ୍ଫାଲ ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁ-ନିଶ୍ଚିତ କରିବ ।

ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ଫାଲରେ ସରକାରୀ - ଘରୋଇ ଭାଗିଦାରୀତା ଆଧାରରେ ପ୍ରାୟ ୧୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଷ୍ଟେଟ ଅଫ ଦି ଆର୍ଟ (ଅତ୍ୟାଧୁନିକ ଚିକିତ୍ସା ସେବା ସହିତ) କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିବେ ।

ତ୍ରିପୁରାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ମଣିପୁର ପରେ ପ୍ରଧାନମନ୍ତ୍ରୀ ତ୍ରିପୁରା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମହାରାଜା ବୀର ବିକ୍ରମ (MBB)ବିମାନ ବନ୍ଦରର ନୂତନ ସମନ୍ବିତ ଟର୍ମିନାଲ ଭବନର ଉଦଘାଟନ କରିବେ । ସେହିଭଳି ତ୍ରିପୁରାର ଆଇଟି, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ‌ ମଧ୍ୟ ମଣିପୁରରେ ବିଧାନସଭା ନିର୍ବାଚନ ଥିବା ବେଳେ ଆସନ୍ତାବର୍ଷ ତ୍ରିପୁରାରେ ନିର୍ବାଚନ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.