ETV Bharat / bharat

Kashi-Tamil Samagam: ଆଜି ବାରଣାସୀରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ - ଇଟାନଗରରେ ଡୋନି ପୋଲ ଏୟାରପୋର୍ଟର ଉଦଘାଟନ

ଆଜି କାଶୀ ତାମିଲ ସମାଗମର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଇଟାନଗରରେ ଡୋନି ପୋଲ ଏୟାରପୋର୍ଟର(First Greenfield Airport) ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଧିକ ପଢନ୍ତୁ

ଆଜି ବାରଣାସୀ ଓ ଇଟାନଗରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : Nov 19, 2022, 8:34 AM IST

ନୂଆଦିଲ୍ଲୀ: ଆଜି ବାରଣାସୀ ଓ ଇଟାନଗର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କାଶୀ ତାମିଲ ସମାଗମର(Kashi Tamil Samagam) ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆଜି ଅପରାହ୍ନ 2ଟା ସମୟରେ ମୋଦି ବାରଣାସୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମୋଦି ବାରଣାସୀରେ ଏକମାସ ବ୍ୟାପୀ କାର୍ଯ୍ୟକ୍ରମ ତାମିଲ ସମାଗମକୁ ଉଦଘାଟନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାମେଶ୍ବରରୁ ଆସିବାକୁ ଥିବା ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ରାଜ ରାଜେଶ୍ବର ଜମିକୁ ସଜାଯାଇଛି । ତାମିଲ ସମାଗମକୁ ନେଇ କାଶୀରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । କାଶୀ ବିଶ୍ବନାଥ ମନ୍ଦିର ସହ ବାରଣାସୀ ଘାଟରେ ବ୍ୟାପକ ସାଜସଜ୍ଜା କରାଯାଇଛି । କାଶୀ ଏବଂ ତାମିଲନାଡୁ ଭଳି ଦୁଇ ପ୍ରାଚୀନ ଜ୍ଞାନକେନ୍ଦ୍ର ମଧ୍ୟରେ ସମ୍ପର୍କକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏକମାସ ବ୍ୟାପୀ କାର୍ଯ୍ୟକ୍ରମ ତାମିଲ ସମାଗମକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ତିରୁକୁରାଲ ଏବଂ କାଶୀ-ତାମିଲ ସଂସ୍କୃତି ଉପରେ ପୁସ୍ତକ ଉନ୍ମୋଚନ କରିବେ । ତେବେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ 200ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ: World Heritage Week: ଆଜି ସମସ୍ତ ଐତିହ୍ୟସ୍ଥଳର ପ୍ରବେଶ ଶୁଳ୍କ ଛାଡ଼

ଡିସେମ୍ବର 16 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାଶୀ ତାମିଲ ସମାଗମରେ ସମୁଦାୟ 75ଟି ଷ୍ଟଲ ସ୍ଥାପନ କରାଯାଇଛି। କୃଷି, ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ଖାଦ୍ୟ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ଲୋକକଳା ମାଧ୍ୟମରେ ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତ ମଧ୍ୟରେ ଦୁଇ ପ୍ରାଚୀନ ଜ୍ଞାନକେନ୍ଦ୍ର ମଧ୍ୟରେ ସମ୍ପର୍କକୁ ଉଜ୍ଜୀବିତ କରିବ । NEP 2020ର ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ଭାରତୀୟ ଜ୍ଞାନ ପ୍ରଣାଳୀରକୁ ଏକତ୍ର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ 12ଟି ବିଭାଗର 2500ରୁ ଅଧିକ ପ୍ରତିନିଧୀ ଯୋଗଦେବେ । ଏହି 12 ଟି ବିଭାଗ ହେଲା ଛାତ୍ର, ଶିକ୍ଷକ, ସାହିତ୍ୟ, ସଂସ୍କୃତି, କାରିଗର, ଆଧ୍ୟାତ୍ମିକ, ଐତିହ୍ୟ, ବ୍ୟବସାୟ, ଉଦ୍ୟୋଗୀ, ବୃତ୍ତିଗତ ସହ ଅନ୍ୟ ପ୍ରତିନିଧୀମାନେ ଯୋଗ ଦେବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୋଦି ତାମିଲନାଡୁରୁ ଆସିଥିବା ଅତିଥିଙ୍କ ସହ ଯୋଗାଯୋଗ କରିବେ। ଏହି କାର୍ଯ୍ୟକ୍ରମରେ ଜନସମାଗ ଦେଖି ବାରଣାସୀ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଭାଗନେବାକୁ ଥିବା ଅତିଥିମାନଙ୍କ ପାଇଁ 0542-2508550 and 9140037137 ଦୁଇଟି ନମ୍ବର ଜାରି କରାଯାଇଛି।

ଏହାସହ ପ୍ରଧାନମନ୍ତ୍ରୀ ଆଜି ଇଟାନଗରରେ ଡୋନି ପୋଲ ଏୟାରପୋର୍ଟର(First Greenfield Airport) ଉଦଘାଟନ କରିବେ(PM Modi to inaugurate Donyi Polo Airport in Itanagar)। 2019 ମସିହାରେ ପ୍ରଧାନମନ୍ତ୍ରୀ ହୋଲୋଙ୍ଗିରେ ଡୋନି ପୋଲ ବିମାନବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହୋଲୋଙ୍ଗିରେ ନିର୍ମାଣଧିନ ଏହି ଟର୍ମିନାଲ ପ୍ରାୟ 955 କୋଟି ଟଙ୍କାରେ ନିର୍ମାଣ କରାଯାଇଛି । 4100 ବର୍ଗ ମିଟର କ୍ଷେତ୍ରରେ ଏହା ନିର୍ମିତ ହୋଇଥିବା ବେଳେ ପ୍ରତି ଘଣ୍ଟାରେ 200ଜଣ ଯାତ୍ରୀ ଯାତାୟତ କରିବାର କ୍ଷମତା ରହିଛି ।

1947 ରୁ 2014 ପର୍ଯ୍ୟନ୍ତ ଉତ୍ତର-ପୂର୍ବରେ କେବଳ ନଅଟି ବିମାନବନ୍ଦର ନିର୍ମାଣ କରାଯାଇଥିଲା । ସେବେଠାରୁ ଆଠ ବର୍ଷ ମଧ୍ୟରେ ସ୍ୱଳ୍ପ ସମୟ ମଧ୍ୟରେ ମୋଦି ସରକାର ଆଉ ସାତୋଟି ବିମାନବନ୍ଦର ନିର୍ମାଣ କରାଯାଇଥିବା ନେଇ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ବିମାନବନ୍ଦରର ନାମ ଅରୁଣାଚଳ ପ୍ରଦେଶର ପରମ୍ପରା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.