ETV Bharat / bharat

ଆଜି 'ଆଜାଦି କା ଅମୃତ ମହୋତ୍ସବ' ସହ ଦାଣ୍ଡି ପଦଯାତ୍ରା ଉଦଘାଟନ କରିବେ ମୋଦି - ସାବରମତି ଆଶ୍ରମ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଆଜାଦି କା ଅମୃତ ମହୋତ୍ସବ'କୁ ଉଦଘାଟନ କରିବା ସହିତ 75ତମ ସ୍ବାଧୀନତା ଦିବସ ଅବସରରେ ଗୁଜୁରାଟର ସାବରମତି ଆଶ୍ରମରୁ ପଦଯାତ୍ରା ପାଇଁ ପତାକା ଦେଖାଇବେ । ଅଧିକ ପଢନ୍ତୁ...

ଦାଣ୍ଡିକୁ ପଦଯାତ୍ରାର ଉଦଘାଟନ କରିବେ ମୋଦି
ଦାଣ୍ଡିକୁ ପଦଯାତ୍ରାର ଉଦଘାଟନ କରିବେ ମୋଦି
author img

By

Published : Mar 12, 2021, 6:56 AM IST

Updated : Mar 12, 2021, 8:46 AM IST

ଅହମ୍ମଦାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଆଜାଦି କା ଅମୃତ ମହୋତ୍ସବ'କୁ ଉଦଘାଟନ କରିବା ସହିତ 75ତମ ସ୍ବାଧୀନତା ଦିବସ ଅବସରରେ ଗୁଜୁରାଟର ସାବରମତି ଆଶ୍ରମରୁ ପଦଯାତ୍ରା ପାଇଁ ପତାକା ଦେଖାଇବେ ।

ଆଜାଦି କା ଅମୃତ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମ ଭାରତର 75ତମ ସ୍ବାଧୀନତାକୁ ସ୍ମରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହାର ଆୟୋଜନ ହୋଇଛି । ଏହାକୁ ଜନ ଉତ୍ସବ ଭାବରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମ ଆଜିଠାରୁ ସପ୍ତାହ ଧରି ଚାଲିବ ।

ଏହା ସହିତ ଗୁଜୁରାଟର ସାବରମତି ଆଶ୍ରମରୁ ହେବାକୁ ଥିବା ପଦଯାତ୍ରାରେ ଏକ ଦଳ ଲୋକେ ଦାଣ୍ଡି ଅଭିମୁଖେ ଯାତ୍ରା କରିବେ । ଏହି ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ପତାକା ଦେଖାଇବେ । ସାବରମତି ଆଶ୍ରମଠାରୁ ଯାତ୍ରା ଆରମ୍ଭ ହୋଇ ନାଭାସାରିର ଦାଣ୍ଡିରେ ଶେଷ ହେବ । ଏହା 25ଦିନ ଧରି ଚାଲିବ ।

ଏହି ପଦଯାତ୍ରାରେ ବିଭିନ୍ନ ବର୍ଗର ଲୋକ ଦାଣ୍ଡି ଅଭିମୁଖେ ଯାତ୍ରା କରିବା ସହିତ ପ୍ରଥଣ ପର୍ଯ୍ୟାୟରେ 75 କିଲୋମିଟର ଯାତ୍ରା ହେବ ବୋଲି କହିଛନ୍ତି କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟକ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ।

@ANI

Last Updated : Mar 12, 2021, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.