ETV Bharat / bharat

ଜି20ରେ ସମ୍ମିଳନୀରେ ଦେଖାଇଥିଲେ ଦାୟିତ୍ୱବୋଧତା, ଅଧିକାରୀଙ୍କ ସହ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 22, 2023, 7:48 AM IST

ଜି20 ସମ୍ମିଳନୀରେ ନିଜ କର୍ତ୍ତବ୍ୟକୁ ଦାୟିତ୍ୱର ସହ ନିର୍ବାହ କରିଥିବାରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଆଜି ଧନ୍ୟବାଦ ଜଣାଇବେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

PM Modi to host gala dinner with officials

ନୂଆଦିଲ୍ଲୀ: ଜି20 ସମ୍ମିଳନୀରେ ସୂଚାର ରୂପେ କାର୍ଯ୍ୟ ତୁଲାଇ ଥିବାରୁ ଆଜି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ପୋଲିସ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ଆଇଟିପିଓ ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ସମେତ ବିଭିନ୍ନ ବିଭାଗର 2500ରୁ ଊର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀ ଜି 20 ଶିଖର ସମ୍ମିଳନୀରେ ନିଜ କର୍ତ୍ତବ୍ୟକୁ ଯତ୍ନର ସହ ପାଳନ କରିଥିବାରୁ ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ରାତ୍ରି ଭୋଜନ କରିବେ ।

ଏହା ମଧ୍ୟ ପଢନ୍ତୁ-G20 Summit: ଭାରତ ଏବେ ଗ୍ଲାବାଲ ସାଉଥର ସ୍ବର, ସଫଳ ଆୟୋଜନକୁ ବିଦେଶୀ ଗଣମାଧ୍ୟମରେ ପ୍ରଶଂସା

ରାତ୍ରି ଭୋଜନରେ ଭାରତ ସରକାରଙ୍କ 22 ଟି ବିଭାଗର 2500 ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ସାମିଲ ହେବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର 700 କର୍ମଚାରୀ, ଦିଲ୍ଲୀ ପୋଲିସ, ଏସ୍‌ପିଜି, ରାଜଘାଟ, ସିଏସ୍ଏଫ୍, ଆଇଏଏଫ୍ ଏବଂ ଅନ୍ୟାନ୍ୟ ବିଭାଗର 300 କର୍ମଚାରୀ ଅଛନ୍ତି । ଆୟୋଜିତ ଇଭେଣ୍ଟ୍‌ ସମୟରେ ଏକ ଗ୍ରୁପ୍ ଫଟୋ ଉତ୍ତୋଳନ କରାଯିବ । ରାତ୍ରି ଭୋଜନରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଦିଲ୍ଲୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-G-20 ସମ୍ମିଳନୀ ପାଇଁ ବ୍ୟବସାୟ ମାନ୍ଦା: 400 କୋଟି ଟଙ୍କାର କ୍ଷତି, 9ହଜାର ଡେଲିଭରୀ ବଏ ପ୍ରଭାବିତ !

ଚଳିତ ମାସ 9 ଓ 10 ତାରିଖରେ ଦିଲ୍ଲୀର ପ୍ରଗିତ ମୈଦାନର ଭାରତ ମଣ୍ଡପମରେ ଜି 20 ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ବିଶ୍ବର ଶିର୍ଷ ନେତୃବୃନ୍ଦ ସାମିଲ ହୋଇଥିଲେ । 19ଟି ଦେଶ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ କୋରିଆ, ମେକ୍ସିକୋ, ଋଷିଆ, ସାଉଦି ଆରବ, ତୁର୍କୀ, ବ୍ରିଟେନ ଏବଂ ୟୁନାଇଟେଡ ଷ୍ଟେଟ୍ସ, ସାମିଲ ହୋଇଥିଲେ । ଏହି ଦୁଇ ଦିନରେ ଅନେକ ବିଶ୍ବନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଜି 20 ସମ୍ମିଳନୀ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ବିଦେଶୀ ଅତିଥିମାନଙ୍କ ସୁଗମ ଯାତାୟତ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅତିଥିଙ୍କ ସ୍ବାଗତ ପାଇଁ ନାନା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଦିଲ୍ଲୀରେ ଛକ ଛକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ 1 ଲକ୍ଷ 30 ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ସହରକୁ ସୁନ୍ଦର ଭାବେ ସଜା ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.