ETV Bharat / bharat

Cyclone Biparjoy: ବଳ ଗୋଟାଇ ଆସୁଛି ବିପର୍ଯ୍ୟୟ, ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

author img

By

Published : Jun 12, 2023, 11:58 AM IST

ବାତ୍ୟା ବିପର୍ଯ୍ୟୟ ମୁକାବିଲା ସ୍ଥିତି ସମୀକ୍ଷା ନେଇ ଆଜି ଅପରାହ୍ନ 1ଟାରେ ଗୁୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ
Cyclone Biparjoy

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ର ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ବିପର୍ଯ୍ୟୟ । ଅତି ଭୀଷଣ ରୂପ ନେଇ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ବାତ୍ୟା ବିପର୍ଯ୍ୟୟ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ଅପରାହ୍ନ 1ଟାରେ ବୈଠକ କରିବା ନେଇ ସୂଚନା ମିଳିଛି । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହେବା ନେଇ ସୂଚନା ମିଳିଛି ।

  • Prime Minister Narendra Modi to hold a meeting to review the situation related to Cyclone Biparjoy at 1pm today: Sources pic.twitter.com/1yn90tlnD1

    — ANI (@ANI) June 12, 2023 " class="align-text-top noRightClick twitterSection" data=" ">

ବାତ୍ୟା ବିପର୍ଯ୍ୟୟ ଗୁଜୁରାଟ ଉପକୂଳରେ ମାଡ ହେବା ଆଶଙ୍କା କରାଯାଉଛି । ଏନେଇ ଗୁଜୁରାଟକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ହେବା ସହିତ ପବନ ବହିବ । ବାତ୍ୟା ମୁକାବିଲା ନେଇ ଗୁଜୁରାଟ ସରକାର ଆଲର୍ଟ ରହିଛନ୍ତି । ଆବଶ୍ୟକୀୟ ସମାଗ୍ରୀ ମହଜୁତ କରିବା ସହି ସମୁଦ୍ରକୂଳିଆଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ତାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟା ମୁକାବିଲା ନେଇ ସ୍ଥିତି ସମୀକ୍ଷାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଏହା ବି ପଢନ୍ତୁ...Biparjoy: ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଦେଇ ଅତିକ୍ରମ କରିବ ବିପର୍ଯ୍ୟୟ, ଗୁଜୁରାଟକୁ ଅରେଞ୍ଜ ୱାର୍ଣ୍ଣିଂ

ବିପର୍ଯ୍ୟୟର ଗତିକୁ ନେଇ ଗୁଜୁରାଟ ସମେତ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ରାଜ୍ୟକୁ ସତର୍କତା ଜାରି କରାଯାଇଛି । ଏହି ସବୁ ରାଜ୍ୟରେ ପ୍ରଶାସନିକ ପ୍ରସ୍ତୁତି ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଗୁଜୁରାଟ ସ୍ଥଳଭାଗ ଛୁଇଁବା ନେଇ ଆଇଏମଡି କହିବା ପରେ ବିଭିନ୍ନ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳକେ ଏନଡିଆରଏଫ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି । 6 ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଜରୁରୀ ଅପରେସନ ସେଣ୍ଟର ପରିଦର୍ଶନ କରିବା ସହ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଏହା ବି ପଢନ୍ତୁ...ଜୁନ 21ରୁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ସ୍ବାଗତ ପାଇଁ ମୋଦିଜୀ କି ଥାଳି ପ୍ରସ୍ତୁତ

ପ୍ରକାଶଥାଉ କି, ପୂର୍ବ କେନ୍ଦ୍ର ଆରବ ସାଗରରେ ସୃଷ୍ଟି ସାମୁ୍ଦ୍ରିକ ଝଡ ଅତି ଭୀଷଣ ରୂପ ନେଇ ଗତି କରୁଛି ବାତ୍ୟା ବିପର୍ଯ୍ୟୟ । ଜୁନ 15 ତାରିଖ ସୁଦ୍ଧା ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ 130 ରୁ 150 କିଲୋମିଟର ରହିବ । ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଛୁଇଁବା ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.