ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମର ଥିମ୍ ବା ଉଦ୍ଦେଶ୍ୟ ରହିଛି ଦେଶର ବିକାଶ । ଏହି ଅବସରରେ ‘ନ୍ୟାସନାଲ ଅଟୋମିକ୍ ଟାଇମସ୍କେଲ’ ଓ ‘ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ’କୁ ଦେଶବାସୀଙ୍କୁ ଉତ୍ସର୍ଗ କରିବେ । ଏହା ସହ ନ୍ୟାସନାଲ ଏନଭରମେଣ୍ଟ ଷ୍ଟାଣ୍ଡାର୍ଡ ଲାବରୋଟାରୀର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ ମୋଦି । ଭର୍ଚୁଆଲ ମାଧ୍ୟମରେ ପୂର୍ବାହ୍ନ 11ରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ ।
ନ୍ୟାସନାଲ ଅଟୋମିକ ଟାଇମସ୍କେଲ 2.8 ନାନୋ ସେକେଣ୍ଡ ସଠିକତା ସହ ଭାରତୀୟ ସମୟ ସୃଷ୍ଟି କରେ । ଅନ୍ତର୍ଜାତୀୟ ମାନକ ସହିତ ଗୁଣାତ୍ମକ ନିଶ୍ଚିତତା ପାଇଁ ଲାବରୋଟୋରୀ ଟେଷ୍ଟିଂକୁ ଏବଂ କାଲିବ୍ରେସନକୁ ସମର୍ଥନ କରିଥାଏ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ଟେକ୍ନୋଲୋଜି, ପୃଥିବୀ ବିଜ୍ଞାନର ମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ରହିବେ । ମେଟ୍ରୋଲୋଜି ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ଦ୍ବାରା ଜାତୀୟ ମେଟ୍ରୋଲୋଜି କନକ୍ଲେଭ 2021ର ଆୟୋଜନ କରାଯାଉଛି ।
@ANI