ETV Bharat / bharat

PM Review: ୟୁରୋପରୁ ଫେରିଲେ ମୋଦି, ସନ୍ଧ୍ୟାରେ ଶକ୍ତି ସଂକଟର କରିବେ ସମୀକ୍ଷା

author img

By

Published : May 5, 2022, 5:03 PM IST

Updated : May 5, 2022, 5:10 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ 3 ଦିବସୀୟ ୟୁରୋପ ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ମୋଦି
ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନିଜ 3 ଦିବସୀୟ ୟୁରୋପ ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।

ସମାଚାର ଏଜେନ୍ସୀ (ANI) ସୂଚନା ଅନୁସାରେ ମୋଦି ନିଜ ବାସଭବନରେ କିଛି ସମୟ ରହିବା ପରେ ପୁଣି ଥରେ ନିଜ କାର୍ଯ୍ୟାଳୟ(PMO) ଯିବେ । ସେଠାରେ ଅଧିକାରୀଙ୍କ ସହ ଏକାଧିକ ବୈଠକ କରିବା ସହ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ସମୀକ୍ଷା କରିବେ ।

ଏହାପରେ ସଂଧ୍ୟା 7ଟା ରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ସମ୍ପ୍ରତି ଦେଶର କିଛି ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାସହ, ପାଣି ବିଜୁଳି ସଂକଟ ଦେଖାଦେଇଛି । ବିଶେଷ କରି ୟୁପି, ରାଜସ୍ଥାନ, ତାମିଲନାଡୁ, ଓଡିଶା, ଝାଡଖଣ୍ଡ, ଦିଲ୍ଲୀ ଭଳି ସ୍ଥାନରେ ସ୍ଥିତି ଗମ୍ଭୀର ରହିଛି । ଏହାସହ ବିଜୁଳି ସଂକଟ ମଧ୍ୟ ଲାଗି ରହିଛି । ଫଳରେ ବିଦ୍ୟୁତ କାଟ ସାଙ୍ଗକୁ ପାଣି ସମସ୍ୟା ଭୋଗୁଛନ୍ତି ଲୋକେ । ଏହାର ମୁକାବିଲା, ନିରନ୍ତର ବିଦ୍ୟୁତ ସେବା, ଜଳ ସଂକଟ ର ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିବେ ମୋଦି ।

ଏହାବାଦ ଆଣ୍ଡାମାନ ସାଗରରେ ସାମ୍ଭାବ୍ୟ ବାତ୍ୟା, ଏହାର ପ୍ରଭାବ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହି ବୈଠକରେ କେନ୍ଦ୍ର ଶକ୍ତି ମନ୍ତ୍ରୀ, କୋଇଲା ମନ୍ତ୍ରୀ, ଜଳଶକ୍ତି ମନ୍ତ୍ରୀ ଆଇଏମଡି, ଏନଡିଆରଏଫ ଅଧିକାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ରହିବେ ।

@ANI

Last Updated : May 5, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.