ETV Bharat / bharat

ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ - ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀ ଅଧ୍ୟକ୍ଷତା

ନୂଆଦିଲ୍ଲୀରେ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ( PM Modi to chair National Conference ) । ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ସାଧାରଣ ବଜେଟ ପୂର୍ବରୁ ସମ୍ମିଳନୀ ଅନେକ ଗୁରୁତ୍ବ ବହନ କରୁଛି । ଅଧିକ ପଢନ୍ତୁ

Conference of Chief Secretaries
ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
author img

By

Published : Jan 6, 2023, 10:14 AM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଭାଗିଦାରୀକୁ ମଜବୁତ କରିବାକୁ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ମୁଖ୍ୟ ସଚିବଙ୍କ ଦ୍ବିତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ( PM Modi to chair National Conference ) । ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ଏହି ସମ୍ମିଳନୀରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରୀକୁ ମଜବୁତ କରିବା ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି । ବଜେଟ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଆଲୋଚନା ବେଶ ଲାଭ ଦାୟକ ହେବ ବୋଲି ଅନୁମାନ କରାଯାଉଛି । ଏହି ସମ୍ମିଳନୀରେ 200ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରିବେ ।

ଅର୍ଥନୀତି ବ୍ୟବସ୍ଥା ଛଡା ଏଥିରେ ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପୋଷଣ, କୌଶଳ ବିକାଶ ଚାକିରି ଓ ମାନବ ବିକାଶ ଭଳି 6ଟି ବିଷୟ ଉପରେ ବିଚାର ବିମର୍ଷ ହେବ । ମୁଖ୍ୟ ସଚିବଙ୍କ ଏହି ପ୍ରଥମ ଜାତୀୟ ସମ୍ମିଳନୀ ଗତବର୍ଷ ଜୁନ 16 ତାରିଖରେ ହିମାଚଳ ପ୍ରଦେଶ ଧର୍ମାଶାଳାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଆଜିର ଏହି ସମ୍ମିଳନୀର ପ୍ରଥମ ଦିନରେ ବିକଶିତ ଭାରତ ବିଷୟ ଉପରେ ଆଲୋଚନା ହେବ ।

କେନ୍ଦ୍ର ସରକାର, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ସମ୍ମିଳନୀରେ ସାମିଲ ହେବେ । ଦୁଇଦିନ ମଧ୍ୟରେ ଏହା ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋଚନା ହେବ । ଟିମ ହୋଇ କାର୍ଯ୍ୟ କରିବା, ସମ୍ମିଳନୀ ସ୍ଥିରତା, ଚାକିରି ସୃଷ୍ଟି, ଶିକ୍ଷା, ଜୀବନଯାପନ ସହଜତା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ଉଚ୍ଚ ଅଭିବୃଦ୍ଧି ପାଇଁ ସହଯୋଗୀ କାର୍ଯ୍ୟ ଲାଗି ମୂଳଦୁଆ ପକାଇବ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀରେ ସାଧାରଣ ବିକାଶର ଏଜେଣ୍ଡା ଏବଂ ଲୋକମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ମିଳିତ କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ୍‍ ପ୍ରସ୍ତୁତି ହେବ ।

ଏହା ବି ପଢନ୍ତୁ...ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ CEO, ଡିଜିଟାଲ ଇଣ୍ଡିଆର ଅଗ୍ରଗତି ପାଇଁ ଦେଲେ ପ୍ରତିଶୃତି

ଗତ ତିନି ମାସରେ ମୁଖ୍ୟ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଷୟ, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲକ୍ଷ୍ୟ ହାସଲ କେନ୍ଦ୍ର-ରାଜ୍ୟ ସମନ୍ବୟ ପିଏମ ଗତି ଶକ୍ତି ମାଧ୍ୟମରେ ଭାରତର ଭିତ୍ତିଭୂମିରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଉପରେ ଅଧିକ ବିଚାର ବିମର୍ଶ, ପରାମର୍ଶ ଆଦାନ ପ୍ରଦାନ ହେବ । ଏହି ସମ୍ମିଳନୀର ଗୃହିତ ହୋଇଥିବା ପ୍ରସ୍ତାବ, ପରାମର୍ଶକୁ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ତର୍ଜମା ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.