ନୂଆଦିଲ୍ଲୀ : ଆସନ୍ତା ବୁଧବାର ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଜୁଲାଇ 7ରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ହେବା ପରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ଦ୍ବୀତିୟ ବୈଠକ । କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଗତ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା ।
ଗୁରୁବାର ବସିଥିବା ବୈଠକରେ କୋରୋନା ମହାମାରୀ ନେଇ ଆଲୋଚନା କରାଯାଇଥିଲା । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେହିଭଳି ନିୟୁ ଇଣ୍ଡିଆର ଭି଼ଜନ ପୂରଣ କରିବା ଦିଗରେ କାମ କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।
ସେପଟେ ଗୋଟିଏ ସପ୍ତାହରେ 2 ଥର ମନ୍ତ୍ରୀ ପରିଷଦ ବୈଠକ ଡାକିବା ଘଟଣାକୁ ନେଇ ପୁଣିଥରେ ଚର୍ଚ୍ଚାରେ ବଢିବାରେ ଲାଗିଛି । ଆଶା କରାଯାଉଛି ବୈଠକରେ କିଛି ବଡ ନିଷ୍ପତି ହୋଇପାରେ ।
@ANI