ETV Bharat / bharat

Mann Ki Baat: ବର୍ଷ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି

author img

By

Published : Jan 29, 2023, 7:33 AM IST

ଆଜି ବର୍ଷ 2023ର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ବର୍ଷ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ
Mann Ki Baat

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହା ବର୍ଷ 2023ରେ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆଜି(ରବିବାର) 97ତମ ସଂସ୍କରଣ । ପୂର୍ବାହ୍ନ 11ଟାରେ ଦେଶବାସୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିକ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

2022 ଡିସେମ୍ବର 25 ତାରିଖରେ ବର୍ଷରେ ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ମୋଦି । ଉକ୍ତ କାର୍ଯ୍ୟକ୍ରମରେ 2022ରେ ଦେଶ ସଫଳତା ବିଷୟରେ କହି କ୍ରୀଡା ଓ ପ୍ରତିରକ୍ଷା କ୍ଷେତ୍ରର ସଫଳତା ସୂଚନା ଦେବା ସହିତ ଜି-20 ଆୟୋଜନ ଅଧିକାର ମିଳିବା ବଡ ଆହ୍ବାନ ବୋଲି କହିଥିଲେ । 2022 ଏଧିକ ସ୍ବତନ୍ତ୍ର ବୋଲି କହିଥିଲେ ।

ଏହା ବି ପଢନ୍ତୁ...ପାହାଡି ପ୍ରଦେଶର ନିଆରା ପ୍ରଥା: ବରଯାତ୍ରୀ ନେଇ ଆସେ କନ୍ୟା, ବିବାହ ପରେ ଶ୍ୱଶୁର ଘରେ ଯାଏ ବର

ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌' ଲୋକପ୍ରିୟତା ଦିନକୁ ଦିନ ବଢିବାକୁ ଲାଗିଛି । ଏହା ବର୍ଷର ପ୍ରଥନ ମନ୍ କି ବାତ୍ କାର୍ଯ୍ୟକ୍ରମ ହୋଇଥିବାରୁ ଅଧିକ ଗୁରୁତ୍ବ ବହନ କରୁଛି । ଦେଶବାସୀ ସ୍ବାଧୀନତାର ୭୬ ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳିଥିବାବେଳେ ମନ୍ କି ବାତ୍‌ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଖାଲି ଭାରତରେ ନୁହେଁ ବିଶ୍ବରେ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବଢିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.