ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ମଧ୍ୟାହ୍ନ 12ଟାରେ ବି20 ଶିଖର ସମ୍ମିଳନୀ ଭାରତ 2023କୁ ସମ୍ବୋଧିତ କରିବେ । ଏନେଇ ପିଏମଓ ଏକ୍ସ ହ୍ୟାଣ୍ଡେଲରୁ ସୂଚନା ମିଳିଛି । ଆର୍ଥିକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏହି ସମ୍ମିଳନୀ ସମସ୍ତଙ୍କୁ ଏକାଠୀ କରିବ । ଏହି ସମ୍ମିଳନୀର ଫୋକସ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ରହିଛି ।
-
At 12 noon tomorrow, 27th August, I will be addressing the B20 Summit India 2023. This platform is bringing together a wide range of stakeholders working in the business world. It is among the most important G20 Groups, with a clear focus on boosting economic growth.
— Narendra Modi (@narendramodi) August 26, 2023 " class="align-text-top noRightClick twitterSection" data="
">At 12 noon tomorrow, 27th August, I will be addressing the B20 Summit India 2023. This platform is bringing together a wide range of stakeholders working in the business world. It is among the most important G20 Groups, with a clear focus on boosting economic growth.
— Narendra Modi (@narendramodi) August 26, 2023At 12 noon tomorrow, 27th August, I will be addressing the B20 Summit India 2023. This platform is bringing together a wide range of stakeholders working in the business world. It is among the most important G20 Groups, with a clear focus on boosting economic growth.
— Narendra Modi (@narendramodi) August 26, 2023
ବି20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି,'' ଅଗଷ୍ଟ 27 ତାରିଖ ଅପରାହ୍ନ 12ଟାରେ ବି20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବି । ଏହି ପ୍ଲାଟଫର୍ମ ବ୍ୟବସାୟ ଜଗତରେ କାମ କରୁଥିବା ଲୋକଙ୍କୁ ଏକାଠୀ କରିଛି । ଏହା ସବୁଠୁ ମହତ୍ତ୍ବପୂର୍ଣ୍ଣ ଜି20 ସମୂହ ମଧ୍ୟରୁ ଗୋଟିଏ । ଏହି ସମ୍ମିଳନୀର ଫୋକସ ବିଶେଷ କରି ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ରହିବ ।''
ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିଖର ସମ୍ମିଳନୀରେ ବିଶ୍ବର କୋଣଅନୁକୋଣରୁ ବ୍ୟବସାୟୀ ଯୋଡି ହେବେ । ପାଖାପାଖି 50 ଦେଶରୁ 1,500 ପ୍ରତିନିଧି ସାମିଲ ହେବେ । ଅର୍ଥନୀତି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଶନିବାର ବି20ର ଏକ କାର୍ଯ୍ୟକ୍ରମରେ ବ୍ୟବସାୟୀଙ୍କୁ ସମ୍ବୋଧିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,'' ବ୍ରିଟେନ ସହିତ ମୁକ୍ତ ବ୍ୟବସାୟ ବୁଝାମଣା (Free Trade Agreement) (ଏଫଟିଏ) ସମ୍ପର୍ଣ୍ଣ ହେବାର ନିକଟତର ହୋଇଛୁ । କାନାଡା ସହିତ ବ୍ୟବସାୟ ବୁଝାମଣା ଶୀଘ୍ର ଶେଷ ହେବାର ଆଶା କରାଯାଉଛି ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଗତ କିଛି ଦିନ ହେବ ଅଷ୍ଟ୍ରେଲିଆ ଏବଂ ୟୁଏଇ ସମେତ ଅନେକ ଦେଶ ସହିତ ଏଫଟିଏ ସ୍ବାକ୍ଷର କରିଛି । ବିଭିନ୍ନ ଦେଶ ସହିତ ବ୍ୟବସାୟ ବୁଝମଣାକୁ ଶେଷ କରିବାକୁ ଅର୍ଥମନ୍ତ୍ରଣାଳୟ ଓ ବାଣିଜ୍ୟ ମନ୍ତ୍ରଣାଳୟ ଏକାଠୀ କାମ କରୁଛନ୍ତି । ପଶ୍ଚିମ ଦେଶରେ ଏଫଟିଏଫ ଉପରେ ସହମତି ଏହା ଦର୍ଶାଉଛି କି ଭାରତ ଏହି ପରି ଅନେକ ବୁଝାମଣା ପାଇଁ ପ୍ରସ୍ତୁତ ।''
ଏହା ବି ପଢନ୍ତୁ...Mann Ki Baat: ଆଜି 104ତମ ମନ୍ କି ବାତ୍ କାର୍ଯ୍ୟକ୍ରମ, 23 କୋଟି ଲୋକ ରେଗୁଲାର ଶ୍ରୋତା
ଏହା ବି ପଢନ୍ତୁ...G20 Summit: ଜି୨୦ ସଂସ୍କୃତି ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
B20 ସମ୍ମିଳନୀ କଣ ? ବି20 ବା ବିଜନେସ 20 ଜି20ର ଏକ ଅଂଶ । ଯାହା ବୈଶ୍ବିକ ବ୍ୟବସାୟ ସମୂଦାୟର ପ୍ରତିନିଧିତ୍ବ କରିଥାଏ । ଏହାକୁ 2010ରେ ସ୍ଥାପିତ କରାଯାଇଥିଲା । ଆସନ୍ତା ମାସରେ ଜି-20 ସମ୍ମିଳନୀ ଦିଲ୍ଲୀରେ ଅନୁଷ୍ଠିତ ହେବ । ବି20 ସମ୍ମିଳନୀ ଭାରତର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖର କହିଛନ୍ତି ସମସ୍ତ ବ୍ୟବସାୟୀଙ୍କ ଦାୟିତ୍ବ, ତ୍ବରିତ, ନୂତନ, ସ୍ଥାୟୀ ଏବଂ ସମାନ ସୁବିଧା ସୁଯୋଗ ସୁନିଶ୍ଚିନ୍ତ କରିବା ବି-20ର ବିଷୟବସ୍ତୁ ରହିଛି ।