ETV Bharat / bharat

ମହାମାରୀରେ ସହଯୋଗ ପାଇଁ G-7 ରାଷ୍ଟ୍ରକୁ କୃତଜ୍ଞତା ଜଣାଇଲେ ମୋଦି

author img

By

Published : Jun 13, 2021, 11:16 AM IST

G-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି କୋରୋନା ସଙ୍କଟ ସମୟରେ ଭାରତକୁ ସହଯୋଗ କରିବାକୁ G-7 ରାଷ୍ଟ୍ରଙ୍କୁ କୃତଜ୍ଞତା ଜଣାଇଲେ ମୋଦି । ସମଗ୍ର ବିଶ୍ବ ଉଦ୍ଦେଶ୍ୟରେ 'ଗୋଟିଏ ବିଶ୍ବ ଗୋଟିଏ ସ୍ବାସ୍ଥ୍ୟ' ବାର୍ତ୍ତା ପଠାଇବାକୁ ରଖିଲେ ପ୍ରସ୍ତାବ । ଅଧିକ ପଢନ୍ତୁ...

ମହାମାରୀ କାଳରେ ସହଯୋଗ କରିବାକୁ G-7 ରାଷ୍ଟ୍ରକୁ କୃତଜ୍ଞତା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଜୁନ 11 ରୁ ଆରମ୍ଭ ହୋଇଯାଇଛି G-7 ଶିଖର ସମ୍ମିଳନୀ । ଆସନ୍ତା 13 (ସୋମବାର) ଯାଏଁ ସମ୍ମିଳନୀ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭର୍ଚୁଆଲରେ ଏହି ସମ୍ମିଳନୀର ପ୍ରଥମ ଆଉଟରିଚ୍ ସେସନରେ ଅଂଶଗ୍ରହଣ କରିଛନ୍ତି । ଏହି ସେସନର ବିଷୟବସ୍ତୁ 'ବିଲ୍ଡିଂ ବ୍ୟାକ୍ ଷ୍ଟଙ୍ଗର-ହେଲଥ୍' ରହିଛି । କୋରୋନା ମହାମାରୀ କବଳରୁ କିପରି ବିଶ୍ବକୁ ରକ୍ଷା କରାଯିବ ଏବଂ ଭବିଷ୍ୟତ ମହାମାରୀକୁ କିଭଳି ପ୍ରତିହତ କରାଯିବା ତାହା ଉପରେ ଗୁରତ୍ବରୋପ କରାଯାଇଛି ।

ଏହି ଅବସରରେ ପିଏମ ମୋଦି କୋରୋନା ସଙ୍କଟ ସମୟରେ ଭାରତକୁ ସହଯୋଗ ଯୋଗାଇବାକୁ G-7 ରାଷ୍ଟ୍ର ସହ ନିମନ୍ତ୍ରିତ ରାଷ୍ଟ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆହୁରିମଧ୍ୟ, କୋରୋନା ଲଢେଇରେ ରାଷ୍ଟ୍ରର ସବୁ କ୍ଷେତ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି । କଣ୍ଟାକ୍ଟ ଟ୍ରାକିଂ ଏବଂ ଟିକା ପରିଚାଳନା ନେଇ ଡିଜିଟାଲ ଉପକରଣର ସଫଳ ବ୍ୟବହାରକୁ ମୋଦି ବୁଝାଇବା ସହିତ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ସହ ଏହାର ଅଭିଜ୍ଞତା ବାଣ୍ଟିଛନ୍ତି । ଏଥିସହ ସୋମବାର ଶେଷ ବୈଠକରେ ସମଗ୍ର ବିଶ୍ବ ଉଦ୍ଦେଶ୍ୟରେ 'ଗୋଟିଏ ବିଶ୍ବ ଗୋଟିଏ ସ୍ବାସ୍ଥ୍ୟ' ବାର୍ତ୍ତା ପଠାଇବାକୁ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି G-7 ସମ୍ମିଳନୀର ଅନ୍ତିମ ଦିନରେ ଅଂଶଗ୍ରହଣ କରି ଦୁଇ ସେସନରେ ନିଜ ବକ୍ତବ୍ୟ ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.