ETV Bharat / bharat

PM Speech in Lok sabha: ଦେଶବାସୀ କଂଗ୍ରେସର ଉଦ୍ଦେଶ୍ୟ ବୁଝିସାରିଛନ୍ତି:ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi replies to the debate on the Motion of Thanks to the President's address, in Lok Sabha) ଆଜି (ସୋମବାର) ଲୋସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଜାରି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ନିଜର ଜବାବ ଦେଉଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 7, 2022, 8:16 PM IST

PM Modi Speech in Parliament
PM Modi Speech in Parliament

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi replies to the debate on the Motion of Thanks to the President's address, in Lok Sabha) ଆଜି (ସୋମବାର) ଲୋସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଜାରି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ନିଜର ଜବାବ ଦେଉଛନ୍ତି । ପ୍ରଥମେ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।

ଅଭିଭାଷଣ ପ୍ରାରମ୍ଭରେ ସ୍ବର୍ଗୀୟ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ । ପରେ ପ୍ରାରମ୍ଭରୁ ବିରୋଧୀଙ୍କ ଉପରେ ପ୍ରଚଣ୍ଡ ହମଲା କରି କହିଥିଲେ ମହାମାରୀ ସମୟରେ ପୁରା ଦୁନିଆ ନୂଆ ବ୍ୟବସ୍ଥାରେ ଆଗକୁ ବଢୁଛି । ଏହି ପ୍ରସଙ୍ଗରେ ଭାରତ ମଧ୍ୟ ପଛରେ ପଡିନାହିଁ । ବର୍ତ୍ତମାନ ବିଶ୍ବର ନେତତ୍ବ ନେବାପାଇଁ ଭାରତ ପାଖରେ ବଡ ସୁଯୋଗ ରହିଛି । ନିଜ ସରକାର ପ୍ରମୁଖ ଯୋଜନାକୁ ଉଲ୍ଲେଖ କରି ସରକାରଙ୍କ ସଫଳତା ଓ ଗରିବ ବିରୋଧୀ ଲଢେଇକୁ ଲୋକସଭାରେ ରଖିଥିଲେ । ପ୍ରଧାନମନ୍ତ୍ରୀ ଆଗକୁ କହିଥିଲେ ଆଜି ଗରିବକୁ ଘର, ଶୌଚାଳୟ, ଗ୍ୟାସ, ବ୍ୟାଙ୍କ ଖାତା, ସରକାରୀ ଯୋଜନାରୁ ସିଧା ଲାଭ ମିଳୁଛି । କିନ୍ତୁ ବିରୋଧୀଙ୍କୁ ଦେଖାଯାଉ ନାହିଁ । କାରଣ ସେମାନେ ଲୋକଙ୍କ ସହ ନାହାଁନ୍ତି । ଲୋକଙ୍କ ସମସ୍ୟା ଦେଖାଯାଉନାହିଁ ।

କଂଗ୍ରେସକୁ କଟାକ୍ଷ କରି ଆହୁରି କହିଛନ୍ତି ଆପଣଙ୍କ ଏହି ସମସ୍ୟା ପାଇଁ ଆପଣଙ୍କ ଦଳର ଅନେକ ନେତା 2014 ରେ ଅଟକି ଗଲେ । ଯାହାର ଫଳ କଂଗ୍ରେସବି ଭୋଗୁଛି । କଂଗ୍ରେସ ଉପରେ ହମଲା କରି ମୋଦି ଲୋକସଭାରେ କହିଛନ୍ତି, ଦେଶବାସୀ ଆପଣଙ୍କ(କଂଗ୍ରେସ) ଉଦ୍ଦେଶ୍ୟ ଠିକ ବୁଝିଛନ୍ତି । ବର୍ତ୍ତମାନ ସରକାରକୁ ନେଇ ଆପଣ ଉପଦେଶ ଦେଉଛନ୍ତି, ହେଲେ ଭୁଲି ଯାଉଛନ୍ତି ଯେ ଆପଣ ମଧ୍ୟ ଦେଶକୁ 50 ବର୍ଷ ଶାସନ କରିବାର ସୁଯୋଗ ପାଇଛନ୍ତି ।

ଆହୁରି କଟାକ୍ଷ କରି ମୋଦି କହିଛନ୍ତି, ନାଗାଲାଣ୍ଡ ଶେଷ ଥର 1998 ରେ କଂଗ୍ରେସକୁ ସମର୍ଥନ କରିଥିଲେ, ହେଲେ 24 ବର୍ଷ ହେଲା କଂଗ୍ରେସକୁ ପ୍ରତ୍ୟାଖାନ କରିଆସୁଛନ୍ତି । 1995 ରେ ଶେଷ ଥର ପାଇଁ ଓଡିଶାବାସୀ କଂଗ୍ରେସକୁ ଭୋଟ ଦେଇଥିଲେ, ସେଠି ମଧ୍ୟ 27 ବର୍ଷ ହେଲା ଆପଣଙ୍କ ଏଣ୍ଟ୍ରି ନାହିଁ । 1994 ରେ ଗୋଆବାସୀ କଂଗ୍ରେସକୁ ସମର୍ଥନ କରିଥିଲେ । ହେଲେ 28 ବର୍ଷ ହେଲା ଗୋଆବାସୀ କଂଗ୍ରେସକୁ ବାଏ ବାଏ କରିଛନ୍ତି । ସେହିପରି ତ୍ରୀପୁରା, ବଙ୍ଗାଲ, ଓଡିଶା ଆନ୍ଧ୍ର, ଗୁଜୁରାଟ, ତାମିଲ, କେରଳ ଭଳି ରାଜ୍ୟ ଆଉ କଂଗ୍ରେସକୁ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି । ଯେଉଁ ତେଲେଙ୍ଗାନା ଗଠନକୁ ନେଇ କଂଗ୍ରେସ ଶ୍ରେୟ ନେବାକୁ ଉଦ୍ୟମ କରୁଥିଲା ହେଲେ ତେଲେଙ୍ଗାନା ବାସୀ ମଧ୍ୟ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି । ଏତେ ପରାଜୟ ସତ୍ବେ କଂଗ୍ରେସର ଅହଙ୍କାର ଶେଷ ହେଉନାହିଁ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ସବୁ ସମସ୍ୟାର ସମାଧାନ ଖାଲି ସରକାର କରିପାରିବେ ନାହିଁ । ନାଗରିକଙ୍କୁ ମଧ୍ୟ ନିଜ ଦାୟିତ୍ବ ନେବାକୁ ପଡିବ । ବର୍ତ୍ତମାନ ସରକାର ମୋଟ 2 ଲକ୍ଷ କୋଟି ଗରିବଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । 2014 ପୂର୍ବରୁ ଦେଶରେ 500 ଷ୍ଟାର୍ଟଅପ ଥିଲା । ବର୍ତ୍ତମାନ 60 ହଜାରରୁ ଅଧିକ ଅଛି । ଯାହା ଆମର ଯୁବପୀଢିଙ୍କ ଶକ୍ତି ସାମର୍ଥ୍ୟକୁ ଦର୍ଶାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.