ETV Bharat / bharat

ଯାହାର ନିଜର ଗ୍ୟାରେଣ୍ଟି ନାହିଁ ...ତାଙ୍କ ଠାରୁ ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ

author img

By

Published : Jul 1, 2023, 10:50 PM IST

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ଗର୍ଜନ କରି କହିଛନ୍ତି ନକଲି ଗ୍ୟାରେଣ୍ଟି ବାଲାଙ୍କ ଠାରୁ ମଧ୍ୟ ଆପଣଙ୍କୁ ସାବଧାନ ରହିବାକୁ ହେବ । ବିରୋଧୀଙ୍କ ମାଗଣା ଯୋଜନାକୁ ସମାଲୋଚନା କରି କହିଛନ୍ତି ଯେଉଁମାନଙ୍କ ନିଜର ଗ୍ୟାରେଣ୍ଟି ନାହିଁ ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୋପାଳ/ହାଇଦ୍ରାବାଦ: ମଧ୍ୟପ୍ରଦେଶରୁ ପୁଣି ଥରେ ବିରୋଧୀଙ୍କ ବିରୋଧରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ପୁଣି ଥରେ ମଧ୍ୟ ପ୍ରଦେଶ ଶହଡୌଲ ଗସ୍ତରେ ଆସି ସିକଲ ସେଲ ରୋଗ ଉନ୍ମୁଳନର ଶୁଭାରମ୍ଭ କରିଥିଲେ । ଏହି ଅବସରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ କଡା ପ୍ରହାର କରିଥିଲେ ।

ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଆଜି ମୋତେ ରାନୀ ଦୁର୍ଗାବତୀଙ୍କ ପବିତ୍ର ମାଟିକୁ ଆସିବାର ସୌଭାଗ୍ୟ ମିଳିଛି । ମୁଁ ରାନୀ ଦୁର୍ଗାବତୀଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛି । ତାଙ୍କରି ପ୍ରେରଣାରୁ ଆଜି ସିକଲ ସେଲ ରୋଗ ଉନ୍ମୁଳନ ମିଶନ ଆରମ୍ଭ ହୋଇଛି । ସମ୍ବୋଧନରେ ମୋଦି କହିଛନ୍ତି ଆଜି ମଧ୍ୟ ପ୍ରଦେଶର 1 କୋଟି ଲାଭାର୍ଥୀଙ୍କୁ ଆୟୁଷ୍ମାନ କାର୍ଡ ମିଳିଛି । ଯାହାର ସୁଫଳ ଆମର ଆଦିବାସୀ ଭାଇଭଉଣୀଙ୍କୁ ମଧ୍ୟ ମିଳୁଛି । ସିକଲ ସେଲ ରୋଗ ଉନ୍ମୁଳନ ପ୍ରସଙ୍ଗରୁ ନିଜ ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଦେଶ ବଡ ସଂକଳ୍ପ ନେଇଛି । ଏହି ସଂକଳ୍ପ ଆଦିବାସୀ ଭାଇଭଉଣୀଙ୍କ ଜୀବନକୁ ସୁରକ୍ଷିତ ଓ ସରଳ କରିବ । ମୁଁ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତକୁ ଯାଇ ଆଦିବାସୀଙ୍କ ସମ୍ପ୍ରଦାୟ ସହ ଲମ୍ବା ସମୟ ବିତାଇଛି । ସିକଲ ସେଲ ରୋଗ ବହୁତ କଷ୍ଟ ଦାୟକ । ଏହି ରୋଗ ବଂଶାନୁକ୍ରମେ ବ୍ୟାପୀଥାଏ । ଏହା ଆମ ପରିବାରକୁ କ୍ଷତିଗ୍ରସ୍ତ କରିଥାଏ। ପୁରା ଦୁନିଆରେ ସିକଲ ସେଲ ରୋଗର ମାମଲା ଯେତିକି ଅଛି ତାର ଅଧା ମାମଲା କେବଳ ଆମ ଦେଶର ରହିଛି । ଦୁର୍ଭାଗ୍ୟର କଥା ଗତ 70 ବର୍ଷରେ ଏହି ରୋଗକୁ ନେଇ କୌଣସି ଚିନ୍ତା ହୋଇନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ କୌଣସି ଯୋଜନା ହେଲା ନାହିଁ । କିନ୍ତୁ ଆଦିବାସୀ ଭାଇ ଭଉଣୀଙ୍କ ଏହି କଷ୍ଟକୁ ଏବେ ଆମ ସରକାର ଉଠାଇବାକୁ ପଦକ୍ଷେପ ନେଇଛି । ଆମ ପାଇଁ ଆଦିବାସୀ ସମାଜ ଏକ ସରକାରୀ ସଂଖ୍ୟା ନୁହେଁ । ଆମ ପାଇଁ ଆଦିବାସୀ ସମାଜ ହେଉଛି ସମ୍ବେଦନଶୀଳତା ଓ ଭାବନାତ୍ମକ ବିଷୟ ।

ଏହାବି ପଢନ୍ତୁ- Russia-Ukraine War: ମୋଦିଙ୍କୁ ପୁଟିନଙ୍କ ଫୋନ୍ କଲ, କହିଲେ କାହିଁକି ବନ୍ଦ ହେଉନି ୟୁକ୍ରେନ୍ ଯୁଦ୍ଧ

ହସ୍ପିଟାଲରେ ମୋଦି ଗ୍ୟାରେଣ୍ଟି ଦେଖାନ୍ତୁ:- ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ କାର୍ଡ ଦେଖାଇ କହିଛନ୍ତି ଆପଣ ଏହି ମୋଦି ଗ୍ୟାରେଣ୍ଟି(ଆୟୁଷ୍ମାନ ଭାରତ) କାର୍ଡ ନେଇ ଦେଶର କୌଣସି ବି ହସ୍ପିଟାଲକୁ ଯାଇ ଏହି କାର୍ଡ ଦେଖାଇ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ନେଇପାରିବେ । ଏହି କାର୍ଡ ଦେଖାଇଲେ କୌଣସି ବି ହସ୍ପିଟାଲ ଟଙ୍କା ମାଗିବେ ନାହିଁ । ଏହା ମୋଦି ସରକାରର ଗ୍ୟାରେଣ୍ଟି ।

ଗ୍ୟାରେଣ୍ଟିହୀନଙ୍କ ଠାରୁ ସାବଧାନ ରୁହନ୍ତୁ:- ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ଗର୍ଜନ କରି କହିଛନ୍ତି ନକଲି ଗ୍ୟାରେଣ୍ଟି ବାଲାଙ୍କ ଠାରୁ ମଧ୍ୟ ଆପଣଙ୍କୁ ସାବଧାନ ରହିବାକୁ ହେବ । ବିରୋଧୀଙ୍କ ମାଗଣା ଯୋଜନାକୁ ସମାଲୋଚନା କରି କହିଛନ୍ତି ଯେଉଁମାନଙ୍କ ନିଜର ଗ୍ୟାରେଣ୍ଟି ନାହିଁ ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଯେଉଁନେତା ମାନେ ମାଗଣା ଗ୍ୟାରେଣ୍ଟି ନେଇ ଆସୁଛନ୍ତି ତାଙ୍କର ଉଦ୍ଦେଶ୍ୟ ବୁଝନ୍ତୁ । ମିଛ ଗ୍ୟାରେଣ୍ଟି ଦେଉଥିବା ଦଳ ମାନେ କେବେ ବି ଆଦିବାସୀଙ୍କ ହିତ ପାଇଁ କାମ କରିନାହାଁନ୍ତି । ଏହି ନେତା ମାନେ ଦେଶର ବିକାଶକୁ ବିରୋଧ କରୁଛନ୍ତି । ଏବେ ପୁଣି ଥରେ ଭ୍ରଷ୍ଟାଚାରରେ ଲିପ୍ତ ନେତା ମାନେ ଏକାଠି ହେଲେଣି । ଦେଶର ଜନତା ଏମାନଙ୍କୁ ଠିକ ବୁଝିଛନ୍ତି, ସଠିକ ଜବାବ ଦେବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.