ETV Bharat / bharat

କ୍ଯାବନେଟ ସମ୍ପ୍ରସାରଣ ପାଇଁ ମନ୍ତ୍ରଣାଳୟର ସମୀକ୍ଷା କରିବେ ମୋଦି - ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ସହିତ ମିଶି ବ୍ୟକ୍ତିଗତ ଭାବେ ସମସ୍ତ ମନ୍ତ୍ରଣାଳୟର ସମୀକ୍ଷା କରିବେ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Jun 15, 2021, 10:00 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତିବର୍ଷ ସମସ୍ତ ମନ୍ତ୍ରଣାଳୟ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ସହିତ ମିଶି ବ୍ୟକ୍ତିଗତ ଭାବେ ସମସ୍ତ ମନ୍ତ୍ରଣାଳୟର ସମୀକ୍ଷା କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପ୍ରସ୍ତୁତ ରିପୋର୍ଟ କାର୍ଡ ଅନୁସାରେ ମନ୍ତ୍ରଣାଳୟକୁ ମୂଲ୍ୟାୟଙ୍କନ କରାଯାଇଥାଏ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ର ଅଧକ୍ଷ ଜେପି ନଡ୍ଡାଙ୍କ ସମର୍ଥନ ରହିଛି । ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ବର୍ତ୍ତମାନର କ୍ୟାବିନେଟରେ ସମ୍ପ୍ରସାରଣ କିମ୍ବା ପରିବର୍ତ୍ତନ ହେବା ନେଇଅନୁମାନ କରାଯାଉଛି ।

ସୂଚନାଅନୁସାରେ, ମୋଦି ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ସମୀକ୍ଷା କରାଯାଉଛି ଏବଂ ସେହି ଅନୁଯାୟୀ କ୍ୟାବିନେଟର ସମ୍ପ୍ରସାରଣ ଏବଂ ପରିବର୍ତ୍ତନ କରାଯିବ। । ଏ ପର୍ଯ୍ୟନ୍ତ କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, କୋଇଲା ଏବଂ ଖଣି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଗୃହ ଏବଂ ନଗର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳ, ପର୍ଯ୍ୟଟନ ଏବଂ ସଂସ୍କୃତି, ଆଦିବାସୀ ବ୍ୟାପାର, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ, ସଡ଼କ ପରିବହନ ଏବଂ ରାଜପଥ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଆଦି ମନ୍ତ୍ରଣାଳୟର ସମୀକ୍ଷା କରାଯାଇଛି ।

2019ରୁ କେନ୍ଦ୍ର କ୍ୟାବିନେଟର କୌଣିସ ପରିବର୍ତ୍ତନ ହୋଇନାହିଁ । ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ପ୍ରମୁଖ ନେତା ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଖବର ଅନୁଯାୟୀ ଉତ୍ତରପ୍ରଦେଶର ଅପନା ଦଳ ନେତା ଅନୁପ୍ରିୟା ପଟେଲ, ଜ୍ୟୋତିଆଦିତ୍ୟ ସ୍କିନ୍ଦିଆ ବଙ୍ଗଳା ବିଜେପି ନେତା ଶୁଭେନ୍ଦୁ ଆଧିକାରୀ, ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ, ଆସାମର ପୂର୍ବତନ ସିଏମ ସରବାନନ୍ଦ ସୋନୋୱାଲ, ବିହାର ଡେପୁଟି ସିଏମ ସୁଶୀଲ ମୋଦି କ୍ୟାବିନେଟ ମନ୍ତ୍ରଣାଳୟ ପାଇଁ ବିବାଦରେ ଅଛନ୍ତି ।

ତେବେ ଗୃହ, ପ୍ରତିରକ୍ଷା, ଅର୍ଥ, ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସୁରକ୍ଷା ମନ୍ତ୍ରଣାଳୟ (ସିସିଏସ୍) ଅଧୀନରେ ଆସୁଥିବା ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର କୌଣସି ପରିବର୍ତ୍ତନ ହେବ ନାହିଁ । କ୍ୟାବିନେଟ ବିସ୍ତାର ସମୟରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ବିଚାରକୁ ନିଆଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.