ନୂଆଦିଲ୍ଲୀ: ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ଆଜି 76 ବର୍ଷରେ ପଦାର୍ପଣ କରିଲେ ସୋନିଆ ଗାନ୍ଧୀ । ସୋନିଆଙ୍କ ଜନ୍ମଦିନ ଅବସରରେ ଚାରିଆଡେ ଛୁଟିଛି ଶୁଭେଚ୍ଛାର ସୁଅ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ବିଟକରି ଶୁଭେଚ୍ଛା ଜଣାଇଛନ୍ତି(PM Greets Sonia Gandhi on Birthday)।
-
Birthday greetings to Smt. Sonia Gandhi Ji. Praying for her long and healthy life.
— Narendra Modi (@narendramodi) December 9, 2022 " class="align-text-top noRightClick twitterSection" data="
">Birthday greetings to Smt. Sonia Gandhi Ji. Praying for her long and healthy life.
— Narendra Modi (@narendramodi) December 9, 2022Birthday greetings to Smt. Sonia Gandhi Ji. Praying for her long and healthy life.
— Narendra Modi (@narendramodi) December 9, 2022
ମୋଦି ଟ୍ବିଟ କରି କହିଛନ୍ତି,"ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ମୋର ଶୁଭେଚ୍ଛା । ମୁଁ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରୁଛି ।" ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ଟ୍ବିଟକରି ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିବାହ ଖୁସିରେ ଗ୍ରହଣ ଲଗାଇଲା ଗ୍ୟାସ: ସିଲିଣ୍ଡର ଫାଟି ୫ ମୃତ, ୬୦ ଆହତ
ସୂଚନାଅନୁସାରେ, ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଜାରି ରହିଛି । ଗତକାଲି(ଗୁରୁବାର) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଜୟପୁରରେ ପହଞ୍ଚି ଥିଲେ । ଏହାପରେ ସୋନିଆ ଜୟପୁରରୁ ହେଲିକପ୍ଟର ଯୋଗେ ସୱାଇ ମାଧୋପୁର ପହଞ୍ଚିଥିଲେ । ସେ ରଣଥାମ୍ବୋରର ଶେର ବାଗ ହୋଟେଲରେ ରହିଥିବା ବେଳେ ସେହି ହୋଟେଲରେ ଜନ୍ମଦିନ ପାଳନ କରାଯିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ହୋଟେଲରେ ପହଞ୍ଚିବା ପରେ ପୋଲିସ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।
୧୯୪୬ ମସିହା ଡିସେମ୍ବର ୯ ତାରିଖରେ ସେ ରୋମାନ କ୍ୟାଥୋଲିକ ଖ୍ରୀଷ୍ଟିଆନ ପରିବାରରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ସୋନିଆ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମୟରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହା ପରେ ସେମାନେ ପ୍ରେମ ବିବାହ କରିଥିଲେ । ୧୯୬୮ମସିହାରେ ରାଜୀବ ଗାନ୍ଧୀଙ୍କ ସହିତ ସୋନିଆ ଗାନ୍ଧୀ ବିବାହ କରିଥିଲେ । ପରେ ୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ରାଜନୀତିକୁ ପ୍ରବେଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ