ନୂଆଦିଲ୍ଲୀ: ରଙ୍ଗୋଲି ବିହୁ (Rongali Bihu)ରେ ଢୋଲ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଶନିବାର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ(Union Minister Sarbananda Sonowal)ଙ୍କ ବାସଭବନରେ ରୋଙ୍ଗାଲି ବିହୁଙ୍କ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋଦି ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରଖାଯାଇଥିବା ଏକାଧିକ ବାଦ୍ୟଯନ୍ତ୍ରକୁ ମୋଦି ବଜାଇବାକୁ ପ୍ରୟାସ କରିଥିଲେ ।
ଆସାମର ସବୁଠୁ ବଡ ପର୍ବ ମଧ୍ୟରୁ ବୋହାଗ ବିହୁ କିମ୍ବା ରୋଙ୍ଗାଲି ବିହୁ(Bohag Bihu or Rongali Bihu) । ପ୍ରତିବର୍ଷ ଏପ୍ରିଲର ଦ୍ବିତୀୟ ସପ୍ତାହରେ ଏହା ପାଳନ କରାଯାଏ । ଧାନ ଅମଳ ସମୟରେ ଏ ପର୍ବ ପାଳନ ହେବାର ପରମ୍ପରା କାହିଁ କେଉଁ କାଳରୁ ରହିଛି । ଚଳିତ ବର୍ଷ ବୋହାଗ ବିହୁ(Bohag Bihu ) ଏପ୍ରିଲ 14 ରୁ 16 ପର୍ଯ୍ୟନ୍ତ ପାଳନ କରାଯାଇଥିଲା |
ଏ ପର୍ବରେ ଲୋକେ ଗୋମାତାଙ୍କୁ ପୂଜା କରିବା ସହିତ ଲୋକମାନେ ଅଣ୍ଡା ସହିତ ଖେଳିବାର ଏକ ପରମ୍ପରା ମଧ୍ୟ ରହିଛି । ରୋଙ୍ଗାଲି ବିହୁର ପ୍ରଥମ ଦିନକୁ ଗୋରୁ ବିହୁ ମଧ୍ୟ କୁହନ୍ତି । ଏହା ପୂର୍ବରୁ ଏପ୍ରିଲ୍ 14ରେ ପ୍ରଧାନମନ୍ତ୍ରୀ ମୋଦି ବିହୁ ଅବସରରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଥିଲେ ଯେ, ଶୁଭ ବୋହାଗ ବିହୁ! ଏହି ସ୍ବତନ୍ତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣୁ ।