ETV Bharat / bharat

ନବମ ଶ୍ରେଣୀ ଛାତ୍ରୀଙ୍କ କମାଲ: ଦିବ୍ୟାଙ୍ଗଙ୍କ ପାଇଁ ତିଆରିଲେ ଏକଲବ୍ୟ ଡିଭାଇସ, ପ୍ରଶଂସା କଲେ ମୋଦି - ରିବା ଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଦିବ୍ୟାଙ୍ଗମାନଙ୍କ ପାଇଁ ଏକଲବ୍ୟ ଡିଭାଇସ ପ୍ରସ୍ତୁତ କଲେ ନବମ ଶ୍ରେଣୀ ଛାତ୍ରୀ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ନବମ ଶ୍ରେଣୀ ଛାତ୍ରୀଙ୍କ କମାଲ
ନବମ ଶ୍ରେଣୀ ଛାତ୍ରୀଙ୍କ କମାଲ
author img

By

Published : Jan 27, 2023, 8:58 PM IST

ଦିବ୍ୟାଙ୍ଗଙ୍କ ପାଇଁ ଏକଲବ୍ୟ ଡିଭାଇସ ତିଆରି କଲେ ଛାତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ରିବାର ଜଣେ ନବମ ଶ୍ରେଣୀ ଛାତ୍ରୀ ଭିନ୍ନକ୍ଷମଙ୍କ ପାଇଁ ଏକ ନିଆରା ଡିଭାଇସ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ଉକ୍ତ ଡିଭାଇସ ଦ୍ବାରା ଦିବ୍ୟାଙ୍ଗ ବ୍ୟକ୍ତିମାନେ କମ୍ପ୍ୟୁଟର, ଲ୍ୟାପଟପ୍ ଚଳାଇ ପାରିବେ । ହାତ ନଥିବା ବ୍ୟକ୍ତିମାନେ ବିନା ମାଉସରେ ଗୋଡ ସାହାଯ୍ୟରେ କମ୍ପ୍ୟୁଟର ଅପରେଟ କରି ସମସ୍ତ କାର୍ଯ୍ୟ କରିପାରିବେ । ଛାତ୍ରୀ ଜଣକ ଏହି ଡିଭାଇସର ନାଁ ଏକଲବ୍ୟ ରଖିଛନ୍ତି । ଡିଭାଇସଟି ମାଉସର ବିକଳ୍ପ ଭାବେ କାର୍ଯ୍ୟ କରୁଛି । ଛୋଟ ବୟସରେ ଛାତ୍ରୀଙ୍କ ଏପରି ଉଦ୍ଭାବନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ଛାତ୍ରୀ ହେଉଛନ୍ତି ରିବା ନିବାସୀ ରେଣୁକା ମିଶ୍ରା ।

ରେଣୁକା କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢନ୍ତି । ଛୋଟ ବୟସରେ ସମାଜରେ ଦିବ୍ୟାଙ୍ଗମାନଙ୍କ ସଂଘର୍ଷକୁ ହୃଦବୋଧ କରି ସେ ଏକଲବ୍ୟ ଡିଭାଇସ ପ୍ରସ୍ତୁତ କରିଛନ୍ତି । ମହାଭାରତରେ ଆଚାର୍ଯ୍ୟ ଦ୍ରୋଣ ଧର୍ନୁବିଦ୍ୟା ଶିକ୍ଷା ଦେଉଥିବା ବେଳେ ଏକଲବ୍ୟ ତାଙ୍କୁ ଦେଖି ଦେଖି ଜ୍ଞାନପ୍ରାପ୍ତ କରିଥିଲେ । ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ ତାଙ୍କର ଆଙ୍ଗୁଳି ଦକ୍ଷିଣା ଭାବେ ମାଗି ନେଇଥିଲେ । ଏହାସତ୍ତ୍ବେ ଏକଲବ୍ୟଙ୍କ ଏକାଗ୍ରତା ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ଧନୁର୍ଧର କରାଇପାରିଥିଲା । ଏକଲବ୍ୟଙ୍କ ଏହି ପ୍ରେରଣାଦାୟୀ କାହାଣୀକୁ ମୁଣ୍ଡରେ ରଖି ରେଣୁକା ମିଶ୍ରା ଦିବ୍ୟାଙ୍ଗମାନଙ୍କ ପାଇଁ ଏକଲବ୍ୟ ନାମରେ ଡିଭାଇସ ପ୍ରସ୍ତୁତ କରିଛନ୍ତି ।

ରେଣୁକା କମ୍ପ୍ୟୁଟର ଚଳାଇବା ପାଇଁ ବ୍ୟବହୃତ ହେଉଥିବା ମାଉସ୍ ଭଳି ନୂଆ ଡିଭାଇସ ତିଆରି କରିଛନ୍ତି । ହାତ ନଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହାକୁ ନିଜ ଗୋଡ ସାହାଯ୍ୟରେ ବ୍ୟବହାର କରି କମ୍ପ୍ୟୁଟର ଅପରେଟ କରିପାରିବେ । ଛାତ୍ରୀଙ୍କ ଏହି ଉପଲବ୍ଧିକୁ ଆଜି ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଖୁବ୍ ପ୍ରଶଂସା କରିଛନ୍ତି ଏବଂ ଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅସୁସ୍ଥ ମାଇ ଚିତା, ଡାକ୍ତରଙ୍କ ତତ୍ତ୍ୱବଧାନରେ ଶାଶା

ଏହାପୂର୍ବରୁ ଗତବର୍ଷ ରିବା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ହର୍ଷ ବାଜପେୟୀ EZHEALTH ନାମକ ନିଆରା ଡିଭାଇସ ତିଆରି କରିଥିଲେ । ଏହାଦ୍ବାରା ଲୋକମାନେ ଘରେ ବସି ନିଜ ଶରୀରର ତାପମାତ୍ର ଓ ପଲ୍ସ ମାପି ପାରିବେ । ଆଜିର କାର୍ଯ୍ୟକ୍ରମରେ ହର୍ଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହାସହିତ ଛାତ୍ର ନିଜର ଆବିଷ୍କାର ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.