ETV Bharat / bharat

G-20 ରାଷ୍ଟ୍ରମୁଖ୍ୟଙ୍କ ସହ ଟ୍ରେଭି ଫାଉନଟେନରେ ମୋଦି, ଏକ ଟଙ୍କା ଫୋପାଡି ପାଳିଲେ ପରମ୍ପରା - PM Modi in rome

ରୋମର ଐତିହାସିକ ଟ୍ରେଭି ଫାଉନଟେନ ପରିଦର୍ଶନ କଲେ ଜି- 20 ରାଷ୍ଟ୍ର ସମୂହର ନେତୃମଣ୍ଡଳୀ । ଟିମରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି। ଇଟାଲୀୟ ବିଶ୍ବାସ ଓ ପରମ୍ପରା ଅନୁସାରେ ଫିଙ୍ଗିଲେ ମୁଦ୍ରା। ଅଧିକ ପଢନ୍ତୁ...

G-20 ରାଷ୍ଟ୍ରମୁଖ୍ୟଙ୍କ ସହ ଐତିହାସିକ ଟ୍ରେଭି ଫାଉନଟେନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Oct 31, 2021, 7:30 PM IST

ରୋମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G-20 ନେତୃମଣ୍ଡଳୀଙ୍କ ସହ ରୋମର ଐତିହାସିକ ଟ୍ରେଭି ଫାଉନଟେନ ପରିଦର୍ଶନ କରିଛନ୍ତି । ତେବେ ଇଟାଲୀୟ ପରମ୍ପରା ଓ ବିଶ୍ବାସ ଅନୁଯାୟୀ ଏହି ନେତୃମଣ୍ଡଳୀ ଫାଉନଟେନରେ ମୁଦ୍ରା ଫିଙ୍ଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ ଫାଉନଟେନରେ ଏକ ମୁଦ୍ରା ଫିଙ୍ଗିଲେ ସେହି ବ୍ୟକ୍ତି ପୁଣି ଥରେ ରୋମକୁ ଫେରିଥାନ୍ତି ବୋଲି ବିଶ୍ବାସ ରହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇ କହିଛନ୍ତି, "ରୋମର ଅନ୍ୟତମ ପ୍ରମୁଖ ଐତିହସ୍ଥଳୀ ଟ୍ରେଭି ଫାଉନଟେନକୁ ଜି-20 ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି। ‘ମାନବ, ଗ୍ରହ ଏବଂ ସମୃଦ୍ଧତା’ ଥିମରେ ଚଳିତବର୍ଷର ଜି-20 ସମ୍ମିଳନୀ ଆୟୋଜନ କରାଯାଇ ଥିବାବେଳେ ଏହାର ଶେଷ ଦିବସରେ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନେ ରୋମ ସହରର ଐତିହାସିକ ଟ୍ରେଭୀ ଫାଉନଟେନ ବୁଲି ଦେଖିଛନ୍ତି। ସ୍ଥାନୀୟ ବିଶ୍ବାସ ଓ ପରମ୍ପରା ଅନୁସାରେ ମୁଦ୍ରା ଫିଙ୍ଗି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଏହି ନେତୃମଣ୍ଡଳୀ।

ଏହି ପରିଦର୍ଶନ ସମୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାହାଣ ପାର୍ଶ୍ବରେ ଠିଆ ହୋଇଥିବା ନଜର ଆସିଥିଲେ। ସେହପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ବାର୍ତ୍ତାଳାପ କରୁଥିବା ମଧ୍ୟ ନଜର ଆସିଥିଲେ।

ଦୁଇ ଦିନିଆ ଜି-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ଇଟାଲୀରେ ପହଞ୍ଚିଥିଲେ। ଇଟାଲୀ ନେତୃତ୍ବରେ ଆୟୋଜିତ ଏହି ଆନ୍ତର୍ଜାତୀୟ ସମ୍ମିଳନୀର ଅଷ୍ଟମ ସଂସ୍କରଣର ଥିମ ‘ମାନବ, ଗ୍ରହ ଏବଂ ସମୃଦ୍ଧତା' ବୋଲି ରଖାଯାଇଛି । ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୁଙ୍ଗ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସମେତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରିଥିଲେ। ପ୍ରଥମ ଦିନରେ ବିଶ୍ବ ଅର୍ଥନୀତି ଓ ସ୍ବାସ୍ଥ୍ୟ ପ୍ରସଙ୍ଗ ଅଧିବେଶନରେ ସ୍ଥାନ ପାଇଥିବାବେଳେ ଆଜି ଅର୍ଥାତ ଦ୍ବିତୀୟ ଦିନରେ 'ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ’ ଏବଂ ‘ସ୍ଥାୟୀ ବିକାଶ' ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ତେବେ ସମ୍ମିଳନୀ ଶେଷରେ ଆୟୋଜକ ରାଷ୍ଟ୍ର ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଉଦଯାପନୀ ସମ୍ବୋଧନ ଦେବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.